ଯୀହୁଦୀ

ଉଚ୍ଚାରଣ

ସମ୍ପାଦନା
  • (file)

ବୈଦେଶିକ - ବିଶେଷ୍ୟ -(ଇଂରାଜୀ - ଜିଉ; ହେବ୍ରୁୟୂଦାହିୟସ୍=ୟିଦିୟା— ନିବାସୀ)

ସମ୍ପାଦନା

ଯୀଉ ବା 'ୟିହୁଦୀ' ଧର୍ମ; ଖ୍ରୀଷ୍ଟ ଧର୍ମର ପୂର୍ବାକାର ଓ ସେହି ଧର୍ମ ସମ୍ପ୍ରଦାୟ ଓ ବ୍ୟକ୍ତି — The Jews, a sect following the sayings and religions of the old Testament.

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟ ଧର୍ମଶାସ୍ତ୍ର ଦୁଇ ଭାଗରେ ବିଭକ୍ତ ପୁରାତନ ଗ୍ରନ୍ଥ (Old Tastament) ଓ ନୂତନ ଗ୍ରନ୍ଥ (New Testament). ପୁରାତନ ଗ୍ରନ୍ଥରେ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ଘଟନାମାନ ଓ ନୂତନ ଗ୍ରନ୍ଥରେ ଖ୍ରୀଷ୍ଟଙ୍କର ଜନ୍ମ ଓ ତତ୍ପରର ଘଟନାମାନ ବର୍ଣ୍ଣିତ ହୋଇଅଛି ପୁରାତନ ଗ୍ରନ୍ଥରେ ଲେଖା— ଅଛି ଯେ ଈଶ୍ୱର ପୃଥିବୀରେ ଅବତାରରୂପେ ଆବିର୍ଭୂତ ହେବେ ଖ୍ରୀଷ୍ଟୀଆନ୍ମାନେ କହନ୍ତି ଯେ 'ନାଯାରେଥ'ରେ ଜାତ କୁମାରୀ ମେରୀଙ୍କ ପୁତ୍ର ପୁରାତନ ଗ୍ରନ୍ଥବର୍ଣ୍ଣିତ ଈଶ୍ୱରା— ବତାର ଅଟନ୍ତି କିନ୍ତୁ ଯୀହୁଦିମାନେ ଯୀଶୁଙ୍କୁ ଈଶ୍ୱରଙ୍କର ଉକ୍ତ ଅବତାର ବୋଲି ସ୍ୱୀକାର କରନ୍ତି ନାହିଁ ଓ କହନ୍ତି ଯେ ପୁରାତନ ଗ୍ରନ୍ଥ ବର୍ଣ୍ଣିତ ଅବତାର ଏ ପର୍ଯ୍ୟନ୍ତ ଅବତୀର୍ଣ୍ଣ ହୋଇ ନାହାନ୍ତି ଓ ଭବିଷ୍ୟତରେ ଧରାରେ ଅବତୀର୍ଣ୍ଣ ହେବେ ଏଥିପାଇଁ ଯୀହୁଦୀମାନେ ନୂତନ ଗ୍ରନ୍ଥ (New Testament)ର ଧର୍ମକୁ ଓ ଯୀଶୁଙ୍କ ଈଶ୍ୱର— ପ୍ରେରିତ ତ୍ରାଣକର୍ତ୍ତା ବୋଲି ମାନନ୍ତି ନାହିଁ

ଆସିୟିକ ତୁରଷ୍କସ୍ଥ ପ୍ରାଚୀନ ଜେରୁଜାଲମ୍ (Jerujalem)ର ଯାକବ (Jacod) ନାମକ ରାଜାଙ୍କ ପୁତ୍ର ଯୁଦା (Jmacr;uda)ଙ୍କ ନାମ ଅନୁସାରେ ତାଙ୍କ ରାଜ୍ୟ ଯୁଦିୟା (Judea) ବା ଜେରୁଶାଲମ୍ (Jerusalem) ନାମରେ ଅଭିହିତ ଏହି ରାଜ୍ୟବାସୀଙ୍କୁ 'ଯୀଉ' ନାମ ଦିଆ ଯାଇଥିଲା, ଏମାନେ ଏକେଶ୍ୱରବାଦୀ ଥିଲେ ଓ ଈଶ୍ୱରଙ୍କୁ ବଳି ଆଦି ଦେଇ ପୂଜା କରୁଥିଲେ ଯୀଶୁଖ୍ରୀଷ୍ଟ ବଳି ଆଦି ପ୍ରଥା ବନ୍ଦ କଲେ ଓ ପୁରାତନ ଗ୍ରନ୍ଥବର୍ଣ୍ଣିତ ଈଶ୍ୱର ପ୍ରେରିତ ପୁତ୍ର ବୋଲି ଆପଣାକୁ ଘୋଷଣା କରିବାରୁ ଯୀହୁଦିମାନେ ବିରକ୍ତ ହୋଇ ଯୀଶୁଙ୍କୁ ରାଜଦ୍ୱାରରେ ଅଭିଯୁକ୍ତ କରାଇ 'କ୍ରୁଶ'ଦ୍ୱାରା

ତାଙ୍କର ପ୍ରାଣଦଣ୍ଡ କରାଇଲେ ଏଥିପାଇଁ ଖ୍ରୀଷ୍ଟିୟାନ୍ମାନେ ଯୀହୁଦୀମାନଙ୍କୁ ଘୃଣା କରନ୍ତି ପୂର୍ବେ ଖ୍ରୀଷ୍ଟିୟାନ୍ମାନେ ଯୀହୁଦୀମାନଙ୍କୁ ଦେଖିଲେ ତାଙ୍କ ଉପରେ ଘୃଣାରେ ଛେପ ପକାଉଥିଲେ ଯୀହୁଦୀମାନଙ୍କ ଆଦିମବାସ ଜେରୁଜାଲମରେ ଥିଲେ ମଧ୍ୟ ସେମାନେ ଈଶ୍ୱରଙ୍କ ଅଭିଶାପ ଫଳରେ ସ୍ୱଦେଶରୁ ବିତାଡ଼ିତ ହୋଇ ନିରାଶ୍ରୟ ଓ ଦେଶହୀନ ହୋଇ ପୃଥିବୀରେ ବିଚରଣ କରୁଅଛନ୍ତି ଏମନ୍ତ କି ଖ୍ରୀଷ୍ଟୀୟାନ୍ ରାଜ୍ୟରେ ଏମାନେ ସମସ୍ତ ରାଜନୀତିକ ସମ୍ମାନ ଓ ଅଧିକାରରୁ ବଞ୍ଚିତ ହୋଇଥିଲେ ଏମାନେ ପାଶ୍ଚାତ୍ୟ ଜଗତରେ ଋଣ ଦାନ ଓ ବ୍ୟବସାୟଦ୍ୱାରା ଧନୀ ହୋଇଥିଲେ ଓ ଆଧୁନିକ ସଭ୍ୟ ଜଗତରେ ଅନେକ ଧନୀ ଏହି ସମ୍ପ୍ରଦାୟଭୁକ୍ତ ଅଟନ୍ତି କ୍ରମଶଃ ଖ୍ରୀଷ୍ଟୀୟାନ୍ ଜାତିର ଘୃଣାଦୃଷ୍ଟି ଏମାନଙ୍କଠାରୁ କମି ଅଛି ଓ ବର୍ତ୍ତମାନ ଏମାନେ ସର୍ବୋଚ୍ଚ ରାଜପଦ ଓ ସମ୍ମାନ— ଲାଭ କରିଅଛନ୍ତି ଭାରତର ପୂର୍ବତନ ସାମ୍ରାଜ୍ୟ ମନ୍ତ୍ରୀ ସେକ୍ରେଟରୀ ଅଫ୍ ଷ୍ଟେଟ୍ (Secretary of State) ମଣ୍ଟେଗୁ ଓ ଭାରତର ବଡ଼ ଲାଟ ରୂପରେ ଆସିଥିବା ଲର୍ଡ ରେଡ଼ିଙ୍ଗ୍ ଯୀହୁଦୀ ଜାତୀୟ ଥିଲେ 

ଏମାନେ ପୟଗମ୍ଭର ମୁଷା (ମୋସେସ)ଙ୍କ ଶିଷ୍ୟ ଏମାନଙ୍କ ଧର୍ମଶାସ୍ତ୍ର ତରରେତ୍ ଏଥିରେ ମହସ୍ମଦ ଜନ୍ମ ହେବାର ଭବିଷ୍ୟତବାଣୀ ଅଛି ଓ ଲୋକମାନଙ୍କୁ ପାପରୁ ତ୍ରାଣ କରିବା ପାଇଁ ଈଶ୍ୱର ପୁତ୍ର ଜନ୍ମିବାର ଉଲ୍ଲେଖ ଅଛି ଖ୍ରୀଷ୍ଟାନ୍ମାନେ କହନ୍ତି—ସେହି ଈଶ୍ୱର ପୁତ୍ର ଯୀଶୁ ଯୀଉଦୀ— ମାନେ କହନ୍ତି—ସେ ଏ ପର୍ଯ୍ୟନ୍ତ ପୃଥିବୀରେ ଜନ୍ମଗ୍ରହଣ କରି ନାହାନ୍ତି]