ଯାଦବ
ଯାଦବ
ଉଚ୍ଚାରଣ
ସମ୍ପାଦନା(ଯାଦବୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯଦୁ+ଅପତ୍ୟାର୍ଥେ. ଅ)
ସମ୍ପାଦନା- ୧. ଯଦୁବଂଶୀୟ ୧. Belonging to or descended from the J̄ādu dynasty.
- ୨. ଯଦୁବଂଶ
ସମ୍ୱନ୍ଧୀୟ —୨. Relating to the J̄adus.
ବିଶେଷ୍ୟ -
ସମ୍ପାଦନା- ୧. ଯଦୁନନ୍ଦନ; ଶ୍ରୀକୃଷ୍ଣ —୧. Ṡrīkṛushṇa.
- ୨. ଗୋ— ମହିଷାଦିରୂପ ଧନ; ଗୋଧନ —୨. Stock of cattle (counted as riches).
- ୩. ଦ୍ୱାଦଶ ଗୋପାଳ ମଧ୍ୟରୁ ଏକତମ —୩. One of the twelve cowherd classes.
[ଦ୍ରଷ୍ଟବ୍ୟ —ବାରସୁତ ତଳେ ନୋଟ ଦେଖ ]
ଦେଶଜ - ବିଶେଷ୍ୟ -
ସମ୍ପାଦନାଗଉଡ଼ମାନଙ୍କ ଶାଖାବିଶେଷ — A sect of cowherds.
[ଦ୍ରଷ୍ଟବ୍ୟ —ଆଜିକାଲି ଭାରତ— ବର୍ଷରେ ଯାଦବ ଆନ୍ଦୋଳନ ପ୍ରଖରଭାବରେ ଗତିକରୁଅଛି ଯାଦବମାନେ କ୍ଷତ୍ରିୟ ବୋଲି ଆଜି ତୁମୂଳ ଆନ୍ଦୋଳନ ଚାଳିଛି ଉତ୍କଳରେ ମଧ୍ୟ ଏ ଆନ୍ଦୋଳନ କ୍ରମେ ବିସ୍ତାର ଲାଭ କରୁଛି ଯେଉଁମାନେ ଓଡ଼ିଶାର ବା ଭାରତର ନାନା ଅଂଶରେ ଗଉଡ଼, ଗୋପାଳ, ବେହେରା, ଗୋୟାଲା, ଆହୀର ପ୍ରଭୃତି ନାମରେ ପରିଚିତ ସେମାନେ ଯାଦବ କ୍ଷତ୍ରିୟ ବୋଲି ଦାବି କରୁଛନ୍ତି; କ୍ରମେ ସେମାନେ ଉପବୀତ ଧାରଣ କରୁଅଛନ୍ତି ଗୋପାଳମାନଙ୍କର ଏ ଆନ୍ଦୋଳନ ଦେଖି ଅନ୍ୟାନ୍ୟ ଜାତି ନାସିକା କୁଞ୍ଚନ କରୁଛନ୍ତି ଏବଂ କେତେ ସ୍ଥଳରେ ଖଣ୍ଡାୟତ ଓ ଗୋପାଳଙ୍କ୍ ମଧ୍ୟରେ ନାନା ଗଣ୍ଡଗୋଳ ଘଟିବା ଖବରକାଗଜରେ ପ୍ରକାଶିତ ହେଉ ଅଛି ସେହି ଗୋପାଳମାନଙ୍କର ପ୍ରାଚୀନ ଇତିହାସ ପ୍ରକାଶିତ ହେଲେ କାହାରି ମନରେ କିଛି ସନ୍ଦେହ ରହିବ ନାହିଁ ପ୍ରାଚୀନ ଭାରତରେ ଯଦୁବଂଶ ବଡ଼ ପ୍ରତାପଶାଳୀ ଥିଲା, ଓ ଯଦୁଦଂଶରେ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇଥିଲେ ଶ୍ରୀକୃଷ୍ଣଙ୍କ ସମୟରେ ଯଦୁବଂଶ ବଡ଼ ଶକ୍ତିଶାଳୀ ଥିଲା ଏବଂ ଧନ ଜନ ଗୋପ ଲକ୍ଷ୍ମୀରେ ପୂର୍ଣ୍ଣ ଥିଲା ଯାଦବ— ମାନେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନାଭୁକ୍ତ ହୋଇ ଅଠର ଅକ୍ଷୀହିଣୀ ସୈନ୍ୟ ହୋଇଥିଲେ ମହାଭାରତରେ ଓ ହରିବଂଶରେ ଓ ଭାଗବତର ଏହି ଯଦୁବଂଶର ବର୍ଣ୍ଣନା ଅଛି ଯଦୁବଂଶ ଚନ୍ଦ୍ରବଂଶର ଅନ୍ତତେ ପ୍ରାଚୀନ ଭାରତରେ ସୂର୍ଯ୍ୟବଂଶ ଓ ଚନ୍ଦ୍ରବଂଶର ନାମରେ ଦୁଇଟି ପ୍ରଧାନ କ୍ଷତ୍ରିୟବଂଶ ଥିଲେ ସୂର୍ଯ୍ୟବଂଶରୁ ଚନ୍ଦ୍ର— ବଂଶର ଉତ୍ପତ୍ତି ସୂର୍ଯ୍ୟବଂଶର ଇଲା କନ୍ୟା ଚନ୍ଦ୍ରଙ୍କୁ ବିବାହ କରି ଚନ୍ଦ୍ରବଂଶର ଉତ୍ପତ୍ତି କରିଥିଲେ ପ୍ରକୃତ ପକ୍ଷରେ ଏକ ସୁର୍ଯ୍ୟବଂଶରୁ ନାନା କ୍ଷତ୍ରିୟବଂଶର ଉତ୍ପତ୍ତି ହେଲା ସେହି ଚନ୍ଦ୍ରବଂଶରେ ଯଯାତି ଜନ୍ମଗ୍ରହଣ କରିଥିଲେ ଯଯ ତିଙ୍କ ପୁତ୍ର ଯଦୁ
ଯଯାତି
ଯଦୁ
କ୍ରୋଷ୍ଟୁର ହୈହେୟ
ଦେବମୀଢ଼ଷ
ଦେବମୀଢୁ ଷଙ୍କର ଦୁଇ ପତ୍ନୀ ଥଲେ ଜଣେ କ୍ଷତ୍ରିୟା ପତ୍ନୀ ଓ ଅନ୍ୟଟି ବୈଶ୍ୟା ପତ୍ନୀ ସେ କାଳରେ ଅନୁଲୋମ ବିବାହ ପ୍ରଚଳିତ ଥିଲା କ୍ଷତ୍ରିୟ ପତୀଙ୍କଠାରୁ ଜନ୍ମ ହେଲେ ଶୂର; ତାଙ୍କ ପୁତ୍ର ବସୁଦେବ; ବସୁଦେବଙ୍କ ପୁତ୍ର ଶ୍ରୀକୃଷ୍ଣ ବୈଶ୍ୟାପତ୍ରୀଙ୍କଠାରୁ ଜନ୍ମ ହେଲେ ପର୍ଜନ୍ୟ; ପର୍ଜନ୍ୟଙ୍କର ପାଞ୍ଚ ପୁତ୍ର, ୧—ଉପାନନ୍ଦ, ୨—ଅତିନନ୍ଦ, ୩— ନନ୍ଦ, ୪—ସନନ୍ଦ, ୫—ନନ୍ଦନ ଏହି ନନ୍ଦଙ୍କଦ୍ୱାରା ଶ୍ରୀକୃଷ୍ଣ କଂସଭୟରେ ପାଳିତ ହୋଇଥିଲେ ସୂର୍ଯ୍ୟବଂଶ ଅତ୍ରି ମୁନିଙ୍କଠାରୁ ସମ୍ଭତ ଚନ୍ଦ୍ରବଂଶର ୬ ପୁରୁଷ ଯଦୁ ଏବଂ ୪ ଶ ପୁରୁଷ ଦେବମୀଢୁଷ
ପ୍ରାଚୀନ କାଳରେ ବୃତ୍ତିଭେଦରେ ବର୍ଣ୍ଣ ଭେଦ ଥିଲା ଜାତି ଜନ୍ମଗତ ନ ଥିଲା ଏବଂ ପିତାଠାରୁ ଚାରିପୁତ୍ର ଚାରି ବର୍ଣ୍ଣରେ ପରିଚିତ ଥିବାର ପ୍ରମାଣ ମିଳୁଛି ଏକବଂଶଜ ବସୁଦେବ କ୍ଷତ୍ରିୟବୃତ୍ତି କରୁଥିଲେ ଏବଂ ନନ୍ଦ ବୈଶ୍ୟବୃତ୍ତି କରୁଥିଲେ ଗୋଚାରଣ, ଗୋପାଳନ ଓ ଗୋରକ୍ଷା ନନ୍ଦ— ଙ୍କର ପ୍ରଧାନ ବୃତ୍ତି ଥିଲା; ଏହା ବୈଶ୍ୟର ବୃତ୍ତି ବସୁଦେବ ମଥୁରାରେ ବାସ କରୁଥିଲେ ଏବଂ ନନ୍ଦ ଗୋପପୁରରେ ବାସ କରୁଥିଲେ ନନ୍ଦବଂଶୀୟ ଗୋପାଳକମାନେ ଗୋପପୁରିଆ ଗୋପାଳ ନାମରେ ପରିଚିତ ଏବଂ ବସୁଦେବବଂଶୀୟ ଗୋପାଳମାନେ ମଥୁରାପୁରିଆ ଗୋପାଳ ନାମରେ ପରିଚିତ ଓଡ଼ିଶାରେ ଏ ଦୁଇ ଶାଖାରେ ଗୋପାଳମାନେ ପରିଚିତ ଏମାନଙ୍କ ଗୋଠବନ୍ଦାଣରେ ପ୍ରଭେଦ ଅଛି ମଥୁରାପୁରିଆମାନଙ୍କର ସଜବନ୍ଦାଣ ଏବଂ ଗୋପପୁରିଆଙ୍କର ବାସୀବନ୍ଦାଣ ସଜବନ୍ଦାଣ ଦୋଳପୂର୍ଣ୍ଣିମା ଦିନ ହୁଏ ବାସୀ ବନ୍ଦାଣ ପୂର୍ଣ୍ଣିମାବାସିଦିନ ହୁଏ ପ୍ରାଚୀନ ସୂର୍ଯ୍ୟ ଚନ୍ଦ୍ରବଂଶର ବଂଶବୃକ୍ଷ ନିମ୍ନରେ ଦିଆଗଲା ===
ବୈବସ୍ୱତ ମନୁ
ଇକ୍ଷ୍ୱାକୁଙ୍କ ଠାରୁ ଇଲାଙ୍କଠାରୁ (ଚନ୍ଦ୍ରଙ୍କୁ ବିବାହି କରିବା ଦ୍ୱାରା)
ସୂର୍ଯ୍ୟବଂଶ ଚନ୍ଦ୍ରବଂଶ
ପୁରୁରବା
ଆୟୁ
ନହୁଷ
ଯଯାତି
ଯଦୁ
ମଥୁରାପୁରିଆମାନେ ଯାଦବ ନାମରେ ପରିଚିତ ଉତ୍ତର ଭାରତର ମଥୁରା ପ୍ରଭୃତି ଅଞ୍ଚଳରେ ଗୋପାଲମାନେ ଯାଦବ
ନାମରେ ପରିଚିତ ସେମାନଙ୍କର କ୍ଷତ୍ରିୟୋଚିତ ବ୍ୟବହାର ଅଛି ସେମାନେ ପଇତା ଧାରଣ କରନ୍ତି ଏବଂ ଉପନୟନଦ୍ୱାରା ସଂସ୍କାର ହୁଅନ୍ତି ସେମାନଙ୍କ ଉପାଧି ମଧ୍ୟ ସିଂହ ପ୍ରଭୃତି ଅଛି ଯଥା—ବଳବୀର ସିଂହ ଯାଦବ ଗୋପପୁରିଆମାନେ ବୈଶ୍ୟ ବୃତ୍ତିକରନ୍ତି ଯାଦବ କୁଳ ମହାକୁଳ ନାମରେ ପରିଚିତ ଆଜିକାଲି ଓଡ଼ିଆ ଗୋପାଳଙ୍କ ମଧ୍ୟରେ ମହାଖୂଡ଼ ଉପାଧି ଦେଖାଯାଏ ମହାଖୁଡଡ ମହା କୂଳଶବ୍ଦର ଅପଭ୍ରଂଶ ବ୍ରହ୍ମା ଗୋପ କନ୍ୟା ଗାୟୀତ୍ରୀଙ୍କୁ ବିବାହ କରିଥିଲେ (ପଦ୍ମପୁରାଣ) ମହାଦେବ ନନ୍ଦତନୟା ଦୁର୍ଗାଙ୍କୁ ବିବାହ କରିଥିଲେ ଗୋପେନ୍ଦ୍ର ସ୍ୟାନୁଜେଜ୍ୟଷ୍ଠେ ନନ୍ଦଗୋପ କୁଳୋଭବ (ମହାଭାରତ) ମାର୍କଣ୍ଡେୟ ପୁରାଣନ୍ତର୍ଗତ ଚଣ୍ଡୀରେ ଅଛି ନନ୍ଦଗୋପଗୃହେ ଜାତା ଯଶୋଦାଗର୍ଭ ସମ୍ଭବା" ବିଷ୍ଣୁ ଗୋପକନ୍ୟା ସୁଶୀଳା ସ୍ୱଧାଙ୍କୁ ବିବାହ କରିଥିଲେ (ବହୁ ବୈବର୍ତ୍ତ) ବ୍ରହ୍ମାଙ୍କ କନ୍ୟା କଳାବତୀ କଳାବତୀଙ୍କ କନ୍ୟା କୀର୍ତ୍ତିଦାଙ୍କୁ ବୃଷ— ଭାନୁ ଗୋପ ବିବାହ କରିଥିଲେ; ତାଙ୍କ ଗର୍ଭରୁ ଜନ୍ମ ହେଲେ ଶ୍ରୀମତୀ ରାଧା ଏହି ରାଧାକୃଷ୍ଣ ଆଜି ଦେବ ଦେବୀ ହୋଇ ହିନ୍ଦୁ ଜଗତରେ ପୂଜା ପାଉଛନ୍ତି ଶ୍ରୀକୃଷ୍ଣ ଗୋପାଳମାନଙ୍କ ସମ୍ୱନ୍ଧେ କଅଣ କହିଛନ୍ତି ଦେଖନ୍ତୁ ମତ୍ ସଂହନନ ତୁଲ୍ୟାନାଂ ଗୋପାନାଂ ଅର୍ବୁଦଂ ମହତ୍ ନାରାୟଣୀ ଇତି ଖ୍ୟାତାଃ ସର୍ବେ ସଂଗ୍ରାମ ଯୋଧିନଃ (ମହାଭାରତ) କାଳ କ୍ରମେ ଏ ଗୋପାଳମାନଙ୍କର ଅବନତି ହୋଇଛି ଏମାନେ ନିର୍ଦ୍ଧନ ହୋଇ ପଡୢଛନ୍ତି ଅର୍ଥାଭାବରୁ କିଏ ପାଣି ମିଶାଇ ଦୁଗ୍ଧ ବିକ୍ରୟ କରି ପେଟ ପୋଷୁଛି, କିଏ ବା ପାଲିଙ୍କି କାନ୍ଧେଇ ପଇସା ରୋଜଗାର କରୁଛି ଗୋପାଳମାନେ ଭାରତର ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇ ରହିଛନ୍ତି; ବିଭିନ୍ନ ଅଞ୍ଚଳରେ ବିଭିନ୍ନ ନାମ ହୋଇ ଯାଇଛି ଦିଲ୍ଲୀ, ପଞ୍ଜାବ, ଆଗ୍ରା, ଅଯୋଧ୍ୟା, ଗୁଜରାଟ, ମହାରାଷ୍ଟ୍ର ଅଞ୍ଚଳରେ ଏମାନେ ଯାଦବ ବୋଲି ପରିଚିତ କାନ୍ୟକୁବ୍ଜରେ ଆଭୀର ବା ଆହୀର ବଙ୍ଗଦେଶରେ ଗୋୟାଲା ବା ଗୋପ ଗୋପ ପୁଣି ଦୁଇ ଶ୍ରେଣୀରେ ବିଭକ୍ତ ଯଥା—ସଦ୍ଗୋପ, ପଲ୍ଲବ ଓଡ଼ିଶାରେ ଏମାନେ ଗୋପାଳ ଓ ଗୌଡ଼ ନାମରେ ପରିଚିତ ବଣେଇ, ଗାଙ୍ଗପୁର, ରାଏଗଡ଼, ଯାସପୁରରେ ଏମାନେ ମହାକୁଳ ଗୋପ; ତୈଲଙ୍ଗ, ତାମିଲ, ମାନ୍ଦ୍ରାଜରେ ଗୋଲା ନାମରେ ପରିଚିତ ବାମଣ୍ଡା ପ୍ରଭୃତି ଅଞ୍ଚଳରେ ଏମାନେ ମହାକୁଳ ଓ ପାଣ୍ଡବ ନାମରେ ପରିଚିତ ପାଣ୍ଡବ ମାନେ ବୀରୋଚିତ କାର୍ଯ୍ୟ କରନ୍ତି ଏବଂ ମହାକୁଳମାନେ ଗୋପାଳନ କରନ୍ତି ଖ୍ରୀ ୧୯୨୧: ଜନସୁମାରିରୁ ଜଣାଯାଏ ସମଗ୍ର ଭାରତରେ ଗୋପାଳ ସଂଖ୍ୟା ୧ କୋଟି ରାଜ ନୀତିକ ଓଡ଼ିଶାରେ ୭ ଲକ୍ଷ ୪୭: ହଜାର ୨୮୫: ଗୋପାଳ ଅଛନ୍ତି; ଗଞ୍ଜାମରେ ୨ ଲକ୍ଷ, ସିଂହଭୂମି ପ୍ରଭୃତିରେ ୯୫:
ଗୋପାଳମାନେ ଗୋଟିଏ ପୁରାଣପ୍ରସିଦ୍ଧ ଜାତି ଓଡ଼ିଶାର ଗୋପାଳମାନେ ଦରିଦ୍ର ଏମାନେ ଅପଣାର ଜାତି— କୁଳର ଆଚାରବ୍ୟବହାର, ରୀତନୀତି ଓ ସଂସ୍କାର ଛାଡୢ ଦେଇ ଅତି ଦୀନ ହୀନଭାବରେ ଚଳୁଛନ୍ତି ଗୋପାଳଙ୍କ ଜାତିରେ ମାଛ ଖାଇବା ନିଷିଦ୍ଧ ଏମାନଙ୍କ ସାମାଜିକ ଖାଣପିଅଣ ବେଳେ ସଂଭାରେ ଆମିଷ ପ୍ରବେଶ କରେ ନାହିଁ ଏମାନେ ୨୧: ଦିନ ମୃତାହ ଅଶୌଚ ପାଳନ କରନ୍ତି ଦୋଳପୂର୍ଣ୍ଣିମା ଦିନ ଏମାନେ ହଳଦିଆ ଲୁଗା ପିନ୍ଧନ୍ତି, ନଉଡ଼ି ଖେଳନ୍ତି, ଓଗାଳ ଗୀତ ବୋଲନ୍ତି; ଡାକସଜ ନେଇ ଗୋଠରେ ଗୋରୁବନ୍ଦାଣ କରନ୍ତି ଏମାନଙ୍କ ଜାତୀୟ କାଇଦା କଟକଣା ବେଶ୍ ଦୃଢ଼ ଏମାନଙ୍କର ଜାତିରେ ବେହେରା ଅଛନ୍ତି ଓଡ଼ିଶାରେ ଗୋପାଳ— ଏମାନଙ୍କ ଜଣେ ମହନ୍ତ ଅଛନ୍ତି କଟକଜିଲ୍ଲାର ନେମାଳ ମଠରେ ତାଙ୍କ ଗାଦୀ ମହାପୁରୁଷ ଅଚ୍ୟୁତାନନ୍ଦ ଏହିଠାରେ ଥିଲେ ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କର ସମସାମୟିକ ଏବଂ ପଞ୍ଚଶଖା ମଧ୍ୟରୁ ଜଣେ ସେ ଜଣେ ଭାରି ଜ୍ଞାନୀ ପୁରୁଷ ଥିଲେ ସେ ସ୍କୁଲ କଲେଜରେ ପାଠ ପଢ଼ି ନ ଥିଲେ, ତଥାଚ ଓଡ଼ିଆରେ ୩୬: ସଂହିତା ୭୨: ଗୀତା ଲେଖି ଯାଇଛନ୍ତି ନେମାଳ ମଠ ଏହି ଅଚ୍ୟୁତାନନ୍ଦଙ୍କ ହେତୁ ପ୍ରସିଦ୍ଧି ଲାଭ କରିଛି ଗୋପାଳମାନେ ଏ ଗାଦିକୁ ଏବଂ ମହନ୍ତଙ୍କୁ ଭାରି ମାନନ୍ତି ପ୍ରତ୍ୟେକ ଗୋପାଳପରିବାର ଏ ଗାଦିର ମହନ୍ତୁଙ୍କୁ ବାର୍ଷିକ ଦେଉଥିଲେ ସେହି ଗାଦିର ବଂଶଧରମାନେ ଏବେ ଆପଣାକୁ କରଣ ବୋଲି ପରିଚୟ ଦେଉଛନ୍ତ ଏବଂ କରଣ ସମ୍ପ୍ରଦାୟରେ ବୈବାହିକ ସଂବନ୍ଧ କରୁଛନ୍ତି ଆଧୁନିକ ଗୋପାଳମାନେ ଏଥିର ପ୍ରତିବାଦ କରୁଛନ୍ତି ଏବଂ କେତେକ ଅଞ୍ଚଳର ଗୋପାଳମାନେ ବାର୍ଷିକ ଦେଉ ନାହାନ୍ତି ବର୍ତ୍ତମାନ ଭାରତର ସବୁ ଜାତି ମଧ୍ୟରେ ଗୋଟାଏ ଚେତନା ଆସିଛି ପ୍ରତ୍ୟେକ ଜାତି ଆପଣା ଆପଣା ଜାତୀୟ ସମ୍ମାନ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ଗୋପାଳମାନଙ୍କ ମଧ୍ୟରୁ ଅନେକ କଲିକତା ପ୍ରଭୃତିକୁ ଯାଇ ଦେଶର ଏହି ଜାଗରଣ ବେଳେ ଆପଣା ଜାତିକି ଜାଗ୍ରତ କରିବା ଚେଷ୍ଟାରେ ଅଛନ୍ତି ନାନା ସ୍ଥାନରେ ଯାଦବ ସମ୍ମିଳନୀ ସଭା ପ୍ରଭୃତି ହୋଇ ଏହି ଜାତୀୟ ଜାଗରଣକୁ ଉଦ୍ୱୁଦ୍ଧ କରୁଛି ଏଥିରେ ଦୋଷାବହ କଥା କିଛି ନାହିଁ ଅନ୍ୟ ଜାତି ଏଥିଲାଗି ସେମାନଙ୍କୁ ଆକ୍ରମଣ ବା ଆକ୍ଷେପ କରିବାର କିଛି କାରଣ ନାହିଁ ଏପରି କଲେ ଆପଣାର ନୀଚତା ପ୍ରକାଶ ପାଇବ ସବୁ ଜାତି ଉନ୍ନତ ଜାଗ୍ରତ ହୃଷ୍ଟପୃଷ୍ଟ ବଳିଷ୍ଠ ହେଲେ ଭାରତର ମଙ୍ଗଳ ଗୋପ ଜାତର ପ୍ରାଚୀନ ଇତିହାସ ଅଛି, ଗୌରବ ଅଛି, ପ୍ରସିଦ୍ଧି ଅଛି ଦେବରେ ଗୋପ ଜାତିର କଥା ଉଲ୍ଲେଖ ଅଛି (ଋକ୍ ୧୮: ମଣ୍ଡଳ, ସୂ ୪୧ ୫୨; ୧: ମ, ସୁ ୨୧, ୮୮: ) ରାମାୟଣରେ ଶ୍ରୀଧର ଗୋପାଳ କଥା ଅନେକେ ଜାଣି ଥିବେ ରାମଚନ୍ଦ୍ର ତାଠାରୁ ଦୁଗ୍ଧ ଖାଇଥିଲେ "ଶ୍ରୀରାମ ବୋଇଲେ ଆମ୍ଭେ ହେବୁ ତୋର ସୁତ ଏବେ ତୁହି ଦିବ୍ୟ ଲୋକ ହୋଇବୁ ପ୍ରାବତ ଦ୍ୱାପରେ ଗୋପବଂଶରେ ତୁ ହେବୁ ରାଜନ ଆମ୍ଭେ ଦୁଇ ଭାଇ ହେବୁ ତୋହର ନନ୍ଦନ" (ରାମାୟଣ ଅରଣ୍ୟକାଣ୍ଡ)
ଗୋପାଳମାନଙ୍କୁ ପଇତା ପକାଇବାର ଦେଖି ଅନ୍ୟ ଜାତିର ଲୋକେ ଈର୍ଷାନ୍ୱିତ ହେଉଛନ୍ତି, ଥଟ୍ଟା ତାମସା କରୁଛନ୍ତି ମାତ୍ର ଏପରି କରିବାର କିଛି କାରଣ ନାହିଁ ଗୋପାଳମାନେ କ୍ଷତ୍ରିୟ ହୁଅନ୍ତୁ ବ ବୈଶ୍ୟ ହୁଅନ୍ତୁ ସେମାନଙ୍କର ଉପନୟନ ଶାସ୍ତ୍ରସମ୍ମତ ଏବଂ ସେମାନେ ପଇତା ଧାରଣ କରିବା ଶାସ୍ତ୍ରସମ୍ମତ ଭାଗବତରେ ଶ୍ରୀକୃଷ୍ଣ କହିଅଛନ୍ତି—"ସ୍କନ୍ଧରେ ପଇତା ଧାରଣ, ବେଦାଧ୍ୟୟନ ପ୍ରତିଦିନ, ନ ରହି ପରର ଦାସତ୍ୱେ, ନିରାମିଷ ଆହାର ନିତ୍ୟେ" ଅଚ୍ୟୁତାନନ୍ଦ ଶୂନ୍ୟସଂହିତାରେ କହିଅଛନ୍ତି— "ପଇତା ଗୋଟିଏ ଥିବ ଦକ୍ଷିଣ ଯେ କନ୍ଧେ, ବ୍ରାହ୍ମଣ ଗୋପାଳ ବେଶ ଧରିବ ଯେ ତୁମ୍ଭେ ବ୍ରାହ୍ମ ସାରସ୍ୱତ ସଂହିତାରେ ଅଛି—"ଦକ୍ଷିଣେ ପଇତା ପାଦେ କଠାଉ" ଇତ୍ୟାଦି ଅଚ୍ୟୁତାନନ୍ଦଙ୍କୁ କେହି କେହି ଖଣ୍ଟଖଣ୍ଡାୟତ ବୋଲି କହୁଛନ୍ତି ଓଗାଳ ଗୀତରେ ଅଚ୍ୟୁତାନ୍ଦ ନିଜେ କହିଛନ୍ତି—"ଗୋପାଳକୁମର ଦୀନ ଅଚ୍ୟୁତ କହି' ପରସ୍ପର ବାଟ ଓଗାଳି ପଚରାପଚରି ହେବା କଥାକୁ ଓଗାଳ ଗୀତ କହନ୍ତି ଓଗାଳ ଗୀତରେ ଅନେକ ତତ୍ତ୍ୱ ପ୍ରଶ୍ନ ଉତ୍ତର କରାଯାଏ ଗୋପାଳ କେଉଁଠୁଁ ଜନ୍ମ ହେଲେ ? ବଂଶୀ କେଉଁଠୁଁ ଜାତ ହେଲା ? ଇତ୍ୟାଦି ନାନା ତତ୍ତ୍ୱ ଏଥିରେ ପ୍ରଶ୍ନ ଉତ୍ତର କରାଯାଏ ସାଧାରଣତଃ ଗୋପାଳମାନେ ଗୋଚାରଣ ଗୋପାଳନ ବୃତ୍ତି ଅବଲମ୍ୱନ କରି ଆସୁଛନ୍ତି ଏହା ବୈଶ୍ୟ ବୃତ୍ତି ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି—କୃଷି ଗୋରକ୍ଷ ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବଜଂ ଗୋପାଳ ଦୁଇ ଅର୍ଥ ବୁଝାଏ,—ଗୋ ଅର୍ଥ ପୃଥିବୀ ଏବଂ ଗୋ ଅର୍ଥ ଗୋରୁ ଗୋପାଳ ଅର୍ଥ ରାଜା ଏବଂ ଗୋପାଳ ଅର୍ଥ ଗୋରୁପାଳକ ଗୋଚାରଣ ବ୍ୟବସାୟ ଯେଉଁମାନେ କରନ୍ତି ସେମାନେ ସର୍ବଦା ବନ ଜଙ୍ଗଲରେ ରହନ୍ତି ଶ୍ରୀକୃଷ୍ଣ ଭାଗବତରେ କହିଛନ୍ତି—"କର୍ମ୍ମଟି ସୁଖ ଦୁଃଖ ଦାତା, ବିଶ୍ୱ ସଂସାରେ ବଳବନ୍ତା ନିର୍ଝର ଜଳ ପାନ କରି, ଆମ୍ଭ ଦେବତା ବନ ଗିରି" ଗୋସେବାଠାରୁ ବଳି ଧର୍ମ୍ମକାର୍ଯ୍ୟ ନାହିଁ ଶ୍ରୀକୃଷ୍ଣ ନିଜେ ଗୋଚାରଣ ବୃତ୍ତି କରୁଥିଲେ ଆଧୁନିକ ଶିକ୍ଷିତମାନେ ହାତରେ ଗୋବର ଲାଗିଯିବା ଭୟରେ ଗୋ— ସେବାକୁ ଘୃଣାଜନକ କାର୍ଯ୍ୟ ବୋଲିମନେ କରନ୍ତି ଆଧୁନିକ ବାବୁଆଣୀମାନେ ଗଧ୍ୟ ଗୋସେବାକୁ ଘୃଣା କରନ୍ତି ମାତ୍ର ଏହା ଅତି ପବିତ୍ର ଧର୍ମ୍ମାକାର୍ଯ୍ୟ ଓ ସ୍ୱାସ୍ଥ୍ୟକର ଅଟେ ପଞ୍ଚଗବ୍ୟ ପାନ କଲେ ଆତ୍ମଶୁଦ୍ଧି ଓ ଦେହଶୁଦ୍ଧି ହୁଏ ଗୋରୁଠାରୁ ଦୁଧ, ବହି, ଛେନା, ଲହୁଣି, ଘିଅ ପ୍ରଭୃତି ଅମୃତ ଆମେ ପାଉଁ ଗୋରୁ ଚାଷ କରିବାରୁ ଆମ ଡାହାଣ ହାତ ଚଳେ ଏ ପ୍ରକାର ଉପକାରୀ ଜନ୍ତୁର ସେବା ଘୃଣ୍ୟ ହୋଇ ନ ପାରେ ଗୋପାଳମାନେ ଅତି ସରଳ ଭାବରେ ଜୀବନ ଯାପାନ କରନ୍ତି ଗୋରୁ ସେମାନଙ୍କ ଶିକ୍ଷା; ଦୀକ୍ଷା, ଜୀବିକା ଗୋରୁଙ୍କ ପଛରେ ବନ ଜଙ୍ଗଳରେ ବୁଲି ବୁଲି ସେମାନେ କାଳ କଟାନ୍ତି ନାଗରିକ ଆଧୁନିକ ସଭ୍ୟତା ସେମାନଙ୍କୁ ସ୍ପର୍ଶ କରେ ନାହିଁ ତେଣୁ ସେମାନଙ୍କୁ ଲୋକେ ମୁର୍ଖ ଅଧମ ଜାତି ବୋଲି କହିଥାଆନ୍ତି "ଘରେ ନ ରହନ୍ତି ଗଉଡ଼େ ବଡ଼ ଅଧମ ଜାତି, ଘେନି ବଚ୍ଛାଧେନୁ ବାଳକ ବନେ ବୁଲନ୍ତି ନିତ" ଗୋପୀଭାଷା ଲେଖକ ଲେଖିଯାଇଛନ୍ତି ଗୋପାଳ— ମାନେ ସେମାନଙ୍କ କୌଳିକ ରୀତିନୀତ ଛାଡ଼ିବାରୁ ଅବନତ ହୋଇଛନ୍ତି ଶାସ୍ତ୍ରରୁ ଦେଖାଯାଏ ଗୋପୀମାନେ ଅଷ୍ଟରତ୍ନର ଅଳଙ୍କାର ପିନ୍ଧୁଥିଲେ; ବର୍ତ୍ତମାନ ଗୋପାଳ—ସ୍ତ୍ରୀମାନେ ପିତ୍ତଳ ଖଡ଼ୁବାହି ପିନ୍ଧି ବୁଲନ୍ତି ଏମାନଙ୍କର ଧାରଣା ଯେ, ପିତ୍ତଳ ଖଡୁର ପରିବର୍ତ୍ତରେ କାଚ ପ୍ରଭୃତି ପିନ୍ଧିଲେ ଜାତି ଯିବ ଏବଂ କୌଣସି ଆଧିଦୈବିକ ଅନିଷ୍ଟ ହେବ ଏମାନେ ଆପଣା ଆଚାର ବ୍ୟବହାର ହେତୁ ଅନେକ ସ୍ଥଳରେ ଘୁଣ୍ୟ ହୋଇଛନ୍ତି ମାତ୍ର ପ୍ରାଚୀନ ପୁରାଣ ପ୍ରଭୃତି ଦେଖିଲେ ଏମାନଙ୍କ ମାହାତ୍ମ୍ୟ ଜଣା ପଡ଼େ ଯଦୋର୍ବଂଶଂ ନରଃଶ୍ରତ୍ୱା ସର୍ବଲୋକେ ମହୀୟତେ ଯଦୋର୍ବଂଶଂ ନରଃଶ୍ରତ୍ୱା ସର୍ବପାପାତ୍ ପ୍ରମୁଚ୍ୟତେ ଯୁୟଂ ସର୍ବେପି ଗୋପାଳାଃ ଗୋଲୋକାଦାଗତା ଭୂବି ତଥା ଗୋପୀରଣା ଗୋପଃ ଗୋଲୋକେ ରାଧିକେଚ୍ଛାୟା, ଯାଦବାନାଂ ହିତାର୍ଥାୟ ଧୃତୋ ଗିରିବରୋ ମୟା, (ସ୍କନ୍ଦ ପୁରାଣ) ଯାଦବେଷ୍ୱପି ସର୍ବେଷୁ ଭବନ୍ତୁ ମମ ବାନ୍ଧିବା, (ହରିବଂଶ ବିଷ୍ଣୁ ପର୍ବ) ଯାଦବୌତୌ ରଣେ ଗୋପୌ ବାସୁଦେବ ସୁତାବୁଭୌ ଗୋପାନାଂ ବଚନଂ ଶ୍ରୁତ୍ୱା କୃଷ୍ଣଃ ପଦ୍ମଦଲେକ୍ଷଣଃ ପ୍ରତ୍ୟୁବାଚ ସ୍ମିତଂ କୃତ୍ୱା ଜ୍ଞାତିନ୍ ସର୍ବାନ୍ ସମାଗତାନ୍, ମନ୍ୟନ୍ତେମାନ୍ ଯଥା ସର୍ବେ ଭବନ୍ତୁ ଭୀମବିକ୍ରମାଃ ତଥାହ ନାବମନ୍ତବ୍ୟ ସ୍ୱଜାତୀୟୋ ସବାନ୍ଧବଃ, ଯଜ୍ଞିରେ ବୃଷ୍କି କୁରୁଷୁ, ମହାତ୍ମାନୋ ମହୌଜସଃ, ନନ୍ଦାଦ୍ୟା ଗୋପବେଶାତ୍ୟା ଶ୍ରୀଦାମାଦ୍ୟଶ୍ଚ ବାଳକାଃ (ବ୍ରହ୍ମାଣ୍ଡ ପୁରାଣ ଉତ୍ତର) ନନ୍ଦୋପନନ୍ଦ ଭଦ୍ରାଦ୍ୟାଃ ରାମକୃଷ୍ଣାନୁବର୍ତ୍ତିନଃ ଅକ୍ଷୌହିଣୀଭିର୍ଦ୍ୱାଶଭିଃ ସମତୋ ସର୍ବ୍ୱତୋଦିଶମ୍, ରୁରୁଧୁର୍ବାନଗନ୍ରାତ୍ ସମନ୍ତାତ୍ ସାତ୍ୱତଷିଭିଃ (ଭାଗବତ ୧ ୬୩: ) ପଶୁପାଳାସ୍ତ୍ରିଧା ବୈଶ୍ୟା ଆଭୀରା ଗୁର୍ଚ୍ଛାରାଃ ସ୍ମୃତାଃ ଗୋପବଲ୍ଲଭ ପର୍ଯ୍ୟାୟା ଯଦୁବଂଶ ସମୁଦ୍ଭବାଃ (ଶ୍ରୀକୃଷ୍ଣ ଗଣେଶ ଦୀପିକା) ଗୋପାନାମର୍ବୁଦଂ ମହତ୍ (ଗର୍ଗସଂହିତା) ନିତ୍ୟ ଶୂଚି ସଦାଚାରୀ ନିତ୍ୟ ଗୋଗୃହ ମାର୍ଜ୍ଜନେ ସର୍ବାର୍ତ୍ତେ ଉତ୍ତମା ଗୋପୀଃ ପଞ୍ଚଗବ୍ୟନ୍ତୁ ବର୍ଜୟେତ୍ (ବ୍ରାହ୍ମବୈବର୍ତ୍ତ)
ଆମ୍ଭମାନଙ୍କର ସକଳ ଶୁଭ କାର୍ଯ୍ୟ ବେଳେ ମଙ୍ଗଳାଷ୍ଟକ ପାଠ କରା ଯାଇଥାଏ ସେଥିରେ ଅଛି— ଗଙ୍ଗା ଗୋମତି ଗୋପତି ର୍ଗଣପତି ର୍ଗୋବିନ୍ଦ ଗୋବର୍ଦ୍ଧନୋ ଗୀତା ଗୋ ଗୋରଜୋ ଗିରି ଗିରିସୁତା, ଗଙ୍ଗାଧରୋ ଗୌତମ ଗାୟତ୍ରୀ ଗରୁଡ଼ା ଗଦା ଗିରିଗୃହା ଗମ୍ଭୀର ଗୋଦାବରୀ ଗନ୍ଧର୍ବ୍ୱ ଗୃହ ଗୋପ ଗୋକୁଳ ଜନାଃ କୁର୍ବନ୍ତୁତେ ମଙ୍ଗଳଂ
ଏ ସମସ୍ତ ବିଷୟ ଆଲୋଚନା କଲେ ଜଣାଯାଏ ଯେ, ଯାଦବ ବଂଶ କ୍ଷତ୍ରି ଥିଲେ ଓ ଦଳେ ସେଥରୁ ବୈଶ୍ୟ ବୃତ୍ତି କରୁଥିଲେ କେହି କହି ପାରେ ଯେ , ଏକଥା କିପରି ସମ୍ଭବ ହୋଇ ପାରେ? ପ୍ରାଚୀନ ଜାତିବିଭାଗ ବିଷୟ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କଲେ ଜଣାଯାଏ, ଏକ ବ୍ରାହ୍ମଣ ଜାତିରୁ ସବୁ ଜାତିର ଜନ୍ମ ବୃତ୍ତି ଭେଦରେ ନାନା ପ୍ରକାର ଜାତିର ସୃଷ୍ଟି ହୋଇଅଛି ଯାଦବମାନେ ଆପଣା ସମାଜର ଯେବେ ସଂସ୍କାର କରି ପାରନ୍ତି, ତେବେ ଅତି ଉତ୍ତମ କଥା ଆଧୁନିକ ଯୁଗରେ ଶିକ୍ଷା ଓ ଅର୍ଥ ଉନ୍ନତିର ମୂଳଦୁଆ ଯେତେ ଜାତି ଅଛନ୍ତି ସର୍ବାପେକ୍ଷା ଗୋପାଳ ଜାତି ଅତି ଅନୁନ୍ନତ ଅବସ୍ଥାରେ ଅଛି ପ୍ରଥମେ ଶିକ୍ଷା ପ୍ରଚାର କରି ଆର୍ଥିକ ଉନ୍ନତି ଦିଗରେ ଚେଷ୍ଟା କରିବା ଉଚିତ ପଇତା ପକାଇବା ପାଇଁ ଇଚ୍ଛା କଲେ ଉପନୟନ କରିବା ଉଚିତ କେବଳ ସଭା ସମିତିରେ ପଇତା ପକାଇ ଦେଲେ ହେବ ନାହିଁ ଶାସ୍ତ୍ରବିଧି ଅନୁସାରେ ଉପନୀତ ହୋଇ ପଇତା ପକାଇବା ଉଚିତ ହେବ ଲୋକ ହେଉ ବା ଜାତି ହେଉ, ସେ ଆପଣା ଦୋଷରୁ ପତିତ ହୁଏ କଥା ଅଛି, ଆଲୋ ସଖୀ ? ଆପଣା ମହତ ଆପେ ରଖି ଆମେ ଯଦି ନିଜକୁ ଯାଦବ କ୍ଷତ୍ରୀୟ ବା ବୈଶ୍ୟ ବୋଲି ପରିଚିତ ନ କରାଇବା ଏବଂ ତଦୁଚିତ କର୍ମ ନ କରିବା ତେବେ ଆମ୍ଭଙ୍କୁ କେହି ବୈଶ୍ୟ ବା କ୍ଷତ୍ରିୟ କରି ଦେବ ନାହିଁ ଏଥିପାଇଁ ଅନ୍ୟ ଉପରେ ଆକ୍ରୋଶ ନ ରଖି, ଅନ୍ୟ ଜାତି ପ୍ରତି ଦ୍ୱେଷ ହିଂସା ନ ରକି ଆପଣା କର୍ମ ଆପେ କରିବା ଉଚିତ (ସନ୍ଦ୍ରଭ ଲେଖକ—ଶ୍ରୀ ଜଗବନ୍ଧୁସିଂହ)
ପୁରାଣପ୍ରସିଦ୍ଧ ଯଦୁବଂଶରେ ଯେଉଁମାନଙ୍କର ଜନ୍ମ ସେମାନଙ୍କୁ ଯାଦବ କହନ୍ତି ଏହି ଜାତି ପୌରାଣିକ ଯୁଗଠାରୁ ଆରମ୍ଭ କରି ଆଜି ସୁଦ୍ଧା ଆମ ଦେଶରେ ଘରେ ଘରେ ପରିଚିତ; ତାହାର କାରଣ ଭଗବାନ୍ ଶ୍ରୀକୃଷ୍ଣ ଏହି ବଂଶରେ ଜନ୍ମଗ୍ରହଣ କରିଥିଲେ
ପୁରାଣ ପ୍ରସିଦ୍ଧ ଚନ୍ଦ୍ରଙ୍କ ପିତା ଅତ୍ରି ଋଷିଙ୍କ ୭ମ ପୁରୁଷରେ ଯଦୁ ନାମରେ ଏକ ପ୍ରବଳପରାକ୍ରମୀ ଭୁବନବିଖ୍ୟାତ ରାଜା ଜନ୍ମ ଗ୍ରହଣ କରିଥିଲେ ଏହି ଯଦୁଙ୍କ ବଂଶରେ ଏକ ମହା ରାଜଙ୍କର ଦୁଇ ପୁତ୍ର ଥିଲେ ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟଭାର ଗ୍ରହଣ କରି ଏହି ବଂଶର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିଥିଲେ ଅନ୍ୟ ଜଣେ ଗୋଧନ ରକ୍ଷଣାବେକ୍ଷରଣର ଭାର ଗ୍ରହଣ କରିଥିଲେ ଶାସକଙ୍କ ବଂଶ ଯଦୁବଂଶ ଓ ଗୋଧନ ରକ୍ଷକଙ୍କ ବଂଶ ମଥୁରାପୁରିଆ ଗୋପାଳ ବଂଶ କିନ୍ତୁ ବାସ୍ତବରେ ସେମାନଙ୍କୁ ଆଜି ଏକ ବଂଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ (ନବୀନ ପତ୍ରିକା)]