ଯାଜପୁର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାଜିପୁର=ଯାଜୀ ବା ଯାଜ୍ଞିକମାନଙ୍କ ନଗର)

ସମ୍ପାଦନା

କଟକ ଜିଲ୍ଲାର ଉତ୍ତରଭାଗସ୍ଥ ଗୋଟିଏ ସବ୍ଡିଭିଜନ୍ ଓ ନଗର —The subdivision and town of J̄aj̄pur in the north part of the district of Cuttack.

[ଦ୍ରଷ୍ଟବ୍ୟ —ଏହି ସବ୍ଡିଭିଜନରେ ଥିବା ଲଳିତଗିରି, ରତନଗିରି ଓ ଉଦୟଗିରିରେ ବୌଦ୍ଧ— ମହାଯାନ ସଂପ୍ରଦାୟର ଅନେକ ପ୍ରାଚୀନ କୀର୍ତ୍ତି ଅଛି ଚୀନ— ପରିବ୍ରାଜକ ହୁଏନ୍ସାଙ୍କ ବର୍ଣ୍ଣତ ପୁଷ୍ଣଗିରି ଏଠାରେ ଥିଲା ଏହାକୁ "ଉତ୍କଳର ନାଳନ୍ଦ" କୁହାଯାଏ ପୂର୍ବେ ଭାରତରେ ବିଭିନ୍ନ ଅଞ୍ଚଳରେ ଥିବା ମହଯାନ ବୌଦ୍ଧମାନେ ଏଠାକୁ ଆସି ନାନା ଜ୍ଞାନଲାଭ କରୁଥିଲେ ଯାଜପୁରର ପୌରାଣିକ ଇତିହାସ;—ଯାଜିପୁର ଉତ୍କଳର କଟକଜିଲ୍ଲାଅନ୍ତର୍ଗତ ଭାରତବିଗିତ ଗୋଟିଏ ପୁରାଣ ପ୍ରସିଦ୍ଧ ପ୍ରାଚୀନ ତୀର୍ଥ ଏହା ଯାଜୀ ଅର୍ଥାତ୍ ଯାଗକାରୀ ବ୍ରାହ୍ମଣମାନଙ୍କର ପୁର ଏଠାରେ ବେଦବେଦାଙ୍ଗପାରଗ ପୁରାଣ ଇତିହାସ ଦର୍ଶନାଦି ନାନା ଶାସ୍ତ୍ରବିଶାରଦ ଷଟ୍କର୍ମନିରତ ଦଶ ସହସ୍ର ଯାଜ୍ଞିକ ବ୍ରାହ୍ମଣ ବାସ କରୁଥିଲେ ସୋମଯାଜୀ, ବାଜପେୟୀ ପ୍ରମୁଖ ଯଜ୍ଞନିରତ ବ୍ରାହ୍ମଣମଣ୍ଡଳୀର ସାୟଂ ପ୍ରାତଃ ହୋମଧୂମରେ ଏହି ପବିତ୍ର— କ୍ଷେତ୍ରର ନଭୋମଣ୍ଡଳ ପ୍ରତ୍ୟହ ଧୂମମୟ ହେଉଥିଲା ଏ ସ୍ଥାନରେ ବହୁ ଆୟାସ ଓ ଅର୍ଥସାଧ୍ୟ ଦଶଗୋଟି ଅଶ୍ୱମେଧ ଯାଗ ଅନୁଷ୍ଠିତ ହୋଇଥିଲା ଯାଜିପୁରର ପୂର୍ବ ଗୌରବର ମୂକ ସାକ୍ଷୀସ୍ୱରୂପ ଦଶାଶ୍ୱମେଧ ଘାଟ ଅଦ୍ୟାପି ବିଦ୍ୟମାନ ଏହାର ନାମାନ୍ତର ବିରଜଃକ୍ଷେତ୍ର ବିରଜଃକ୍ଷେତ୍ର—ମାହାତ୍ମ୍ୟ ନାମରେ ଏହି କ୍ଷେତ୍ର ସମ୍ୱନ୍ଧରେ ଊନତ୍ରିଂଶଦଧ୍ୟାୟାତ୍ମକ ଖଣ୍ଡିଏ ପ୍ରାଚୀନ ଗ୍ରନ୍ଥ ମିଳେ ଏହି କ୍ଷେତ୍ରମାହାତ୍ମ୍ୟରୁ ଜଣାଯାଏ ଯେ ଲୋକପିତାମହ ବ୍ରହ୍ମା ଏଠାରେ ପୁଣ୍ୟତୋୟା ବୈତରଣୀ ତଟରେ ଗୋଟିଏ ବିଶାଳ ଯାଗର ଅନୁଷ୍ଠାନ କରିଥିଲେ ଏହି ବ୍ରହ୍ମଯଜ୍ଞକୁ ହରିବର ଇନ୍ଦ୍ରାଦି ଦେବ— ବୃନ୍ଦ, ବ୍ରହ୍ମର୍ଷି, ଦେବର୍ଷି, ମହର୍ଷି, ସିଦ୍ଧ ଗନ୍ଧବାଦି ଆହୁତ ହୋଇଥିଲେ ସେହି ଯାଗର ଗାର୍ହପତ୍ୟ ନାମକ ଅଗ୍ନିକୁଣ୍ଡରୁ ଜ୍ୟୋତିଃପୁଞ୍ଜସ୍ୱରୂପା ଶ୍ରୀ ବିରଜା ଦେବୀ ଦଶଦିଗ ଉଦ୍ଭାସିତ କରି ଆବିର୍ଭୁତା ହେଲେ ଏବଂ ପିତାମହଙ୍କର ଭକ୍ତି, ଶ୍ରଦ୍ଧା ଓ ସ୍ତୁତିରେ ପ୍ରସନ୍ନା ହୋଇ ଏହି ତୀର୍ଥର ଅଧିଷ୍ଠାତ୍ରା ଦେବତା— ସ୍ୱରୂପ ସର୍ବଦା ତାହାଙ୍କର ଏଠାରେ ସାନ୍ନିଧ୍ୟ ରହିବ ବୋଲି ବ୍ରହ୍ମାଙ୍କୁ ଚର ପ୍ରଦାନ କଲେ ଯଜ୍ଞ ଶେଷରେ ଅବଭୃଥ ସ୍ନାନ ସକାଶ ବ୍ରହ୍ମା ବିୟଦ୍ଗଙ୍ଗା ମନ୍ଦାକିନୀଙ୍କୁ ତପଃପ୍ରଭାବରେ ଏହି କ୍ଷେତ୍ରକୁ ଅଣାଇଥିଲେ ଦେବତା ଓ ଋଷିବୃନ୍ଦ ଯେଉଁ ଯେଉଁ ସ୍ଥାନରେ ଅବଭୃଥ ସ୍ନାନ କରିଥିଲେ ସେହି ସେହି ସ୍ଥାନ ବର୍ତ୍ତମାନ 'ସପ୍ତରେଖା' ତୀର୍ଥ ନାମରେ ପ୍ରସିଦ୍ଧ ସପ୍ତ ରେଖା ଯଥା—ମଦ୍ଗୁରେଖା, ଜମ୍ୱୁରେଖା, ହଂସରେଖା, ବାସବୀରେଖା, ଚିତ୍ରରେଖା, ପଦ୍ମରେଖା ଓ ଶଶିରେଖ ପିତାମହଙ୍କର ଭକ୍ତିରେ ଓ ଆର୍ଚ୍ଚନାରେ ପରିତୁଷ୍ଟ ହୋଇ ଭୂତଭାବନ ସଦାଶିବ ଓ ତ୍ରୌଲୋକ୍ୟନାଥ ହରି ଏହି କ୍ଷେତ୍ରରେ ସର୍ବଦା ବାସ କରିବାକୁ ବ୍ରହ୍ମାଙ୍କୁ ବର ପ୍ରଦାନ କଲେ

ବିରଜା ଦେବୀ ଯେତେବେଳେ ଜ୍ୟୋତିର୍ମୟୀ ମୂର୍ତ୍ତି ପରିଗ୍ରହି କରି ଯଜ୍ଞକୁଣ୍ଡରୁ ଆବିର୍ଭୂତା ହେଲେ, ତାହାଙ୍କ ମାନସରୁ ନବ ଦୁର୍ଗା, ଅଷ୍ଟ ଚଣ୍ଡୀ ଓ ଚତୁଃଷଷ୍ଟି ଯୋଗିନୀ ପ୍ରାଦୁର୍ଭୁତା ହୋଇ ଏହି କ୍ଷେତ୍ରର ସ୍ଥାନେ ସ୍ଥାନେ ବିରାଜିତା ହୋଇ ଅଛନ୍ତି ଶ୍ରୀ ସଦାଶିବଙ୍କର ଶରୀରରୁ ମଧ୍ୟ ଭୈରବ ଚତୁଷ୍ଟୟ ଜାତ ହୋଇ ଏଠାରେ କ୍ଷେତ୍ରପାଳ— ସ୍ୱରୂପ ବିଦ୍ୟମାନ ଅଛନ୍ତି ଭଗବାନ୍ ବିଷ୍ଣୁଙ୍କ ଶରୀରରୁ ଦ୍ୱାଦଶ ମାଧବ ଉଦ୍ଭୂତ ହୋଇ ଭିନ୍ନ ଭିନ୍ନ ଆଖ୍ୟାରେ ଏହି କ୍ଷେତ୍ରରତ୍ନକୁ ପୂତ କରି ସ୍ଥାନେ ସ୍ଥାନେ ବିରାଜମାନ ଅଛନ୍ତି ଗୋନାସିକାସମ୍ଭୁତା ବୈତରଣୀ ନଦୀ ବିରଜଃ କ୍ଷେତ୍ରର ପ୍ରଧାନ ତୀର୍ଥ ଏଠାରେ ସ୍ନାନ, ତର୍ପଣ, ଗୋଦାନାଦି କଲେ ଅଶେଷ ପୁଣ୍ୟ ହୁଏ "ପ୍ରୟାଗାତ୍ ପୁଷ୍କରାତ୍ କାଶ୍ୟାଃ ସାଗରାତ୍ ସିନ୍ଧୁ ସଂଗମାତ୍ ଦ୍ରୁତଂ ବୈତାରୟେ ଦ୍ଜନ୍ତୂଂସ୍ତସ୍ମାଦୈତରଣୀ ମତା" ଏତଦ୍ୱ୍ୟତୀତ ବିରଜଃ କ୍ଷେତ୍ରରେ ଆଉ ୬୮: ଗୋଟି ପ୍ରସିଦ୍ଧ ତୀର୍ଥ ଅଛନ୍ତି ବିରଜା ଦେବୀଙ୍କର ମନ୍ଦିରର ପ୍ରାକାର ମଧ୍ୟରେ 'ଗୟାନାଭି' ତୀର୍ଥ ଅବସ୍ଥିତ ଏହି ତୀର୍ଥରେ ପ୍ରତି ବର୍ଷ ନାନାଦିଗ୍ଦେଶାଗତ ସହସ୍ର ସହସ୍ର ଯାତ୍ରୀ ପିତୃ— ଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି କୃତକୃତ୍ୟ ହେଉ ଅଛନ୍ତି ଅକ୍ଷୟ ତୃତୀୟା କିମ୍ୱା ଶ୍ରାବଣ ଦ୍ୱାଦଶୀ ଦିବସରେ ଏହି ତୀର୍ଥରେ ପିଣ୍ଡଦାନ କଲେ ଶତବାର ଗୟାରେ ପିଣ୍ଡଦାନ କରିବାର ସମ ଫଳ ଲାଭ ହୁଏ ବୋଲି କ୍ଷେତ୍ରମାହାତ୍ମ୍ୟରେ ଉକ୍ତ ଅଛି ବୈତରଣୀ ତଟ ପ୍ରଦେଶରେ ପ୍ରସିଦ୍ଧ ଯଜ୍ଞ ବରାହ୍ୱଙ୍କର ମନ୍ଦିର ଅବସ୍ଥିତ " ବରାହ ବିରଜା ବେଦାଃ ବିପ୍ରାଃ ବୈତରଣୀ ନଦୀ କ୍ଷେତ୍ରେ ବୈବସତାଂ ସ୍କନ୍ଦ ବକାରାଟ ପଞ୍ଚ ଦୁର୍ଲ୍ଲଭାଃ"

ଏହି କ୍ଷେତ୍ରମାହାତ୍ମ୍ୟ ସମ୍ୱନ୍ଧରେ ଭିନ୍ନ ଭିନ୍ନ ପୁରାଣମାନଙ୍କରେ ଏହିପରି ଉକ୍ତି ଅଛି (୧): ବ୍ରହ୍ମ ପୁରାଣରେ ଏହିରୂପ ଉଲ୍ଲେଖ ଅଛି ଯଥା— ବିରଜେ ବିରଜାମାତା ବ୍ରହ୍ମଣା ସଂପ୍ରତିଷ୍ଠିତା ଯସ୍ୟାଃ ସଂଦର୍ଶନାତ୍ ମର୍ତ୍ତ୍ୟଃ ପନାତ୍ୟାସପ୍ତମଂକୁଳଂ ୧ ସକୃଦ୍ଦ୍ରଷ୍ଟ୍ୱା ତୁ ତାଂ ଦେବୀ ଭକ୍ତ୍ୟା ପୂଜ୍ୟ ପ୍ରଣମ୍ୟ ଚ ନରଃ ସ୍ୱବଂଶମୁଦ୍ଧୃତ୍ୟ ମମଲୋକ ସ ଗଚ୍ଛତି ୨ ଅନ୍ୟଶ୍ଚ ତନ୍ତ୍ର ତିଷ୍ଠନ୍ତି ବିରଜେ ଲୋକମାତରଃ ସର୍ବପାପହରା ଦେବ୍ୟୋ ବରଦା ଭକ୍ତବତ୍ସଳାଃ ୩

ଆସ୍ତେ ବୈତରଣୀ ତତ୍ର ସର୍ବପାପହରା ନଦୀ ଯସ୍ୟାଂ ସ୍ନାତ୍ୱା ନରଶ୍ରେଷ୍ଠଃ ସର୍ବପାପୈଃ ପ୍ରମଚ୍ୟତୋ ୪ ଆସ୍ତେ ସ୍ୱୟମ୍ଭୂ ସ୍ତତ୍ରୈବ କ୍ରୋ଼ଡ଼ରୂପୀ ହରିଃ ସ୍ୱୟଂ ଦୃଷ୍ଟ୍ୱା ପ୍ରଣମ୍ୟ ତଂ ଭକ୍ତ୍ୟା ପରଂ ବିଷ୍ଣୁଂ ବ୍ରଜନ୍ତି ତେ୫ କାପିଳେ ଗୋଗ୍ରହେ ସୋମେ ତୀର୍ଥେ ଚାଲାବୁସଂଜ୍ଞିତେ ମୃତ୍ୟଞ୍ଜୟେ କ୍ରୋ଼ଡ଼ତୀର୍ଥ ବାସୁକେ ସିଦ୍ଧକେଶ୍ୱରେ ୬ ତୀର୍ଥେଷ୍ୱେତେଷୁ ମତିମାନ୍ ବିରଜେ ସଂଯତେନ୍ଦ୍ରିୟଃ ଗତ୍ୱା ଚ ତୀର୍ଥଂ ବିଧବତ୍ ସ୍ନାତ୍ୱା ଦେବାନ୍ ପ୍ରଣମ୍ୟ ଚ ୭ ସର୍ବପାପବିନିର୍ମୁକ୍ତୋ ବିମାନବରମାଶ୍ରିତଃ ଉପଗୀୟମାନୋ ଗନ୍ଧର୍ବୈ ର୍ମମଲୋକେ ମହୀୟତେ ୮ ବିରଜେ ଯୋ ମମକ୍ଷେତ୍ରେ ପିଣ୍ଡଦାନଂ କରୋତିବୈ ସକରୋତ୍ୟକ୍ଷୟାଂ ତୃପ୍ତିଂ ପିତୃଣାଂ ନତ୍ରସଂଶୟଃ ୯ ମମକ୍ଷେତ୍ରେ ମୁନିଶ୍ରେଷ୍ଠା ବିରଜେ ଯେ କଳେବରଂ ପରିତ୍ୟଜନ୍ତି ପୁରୁଷାସ୍ତେ ମୋକ୍ଷଂ ପ୍ରାପ୍ନୁବନ୍ତିବୈ ୧ 

(୨): ମହାଭାରତ ବନ ପର୍ବର ୮୫: ଓ ୧୧୪: ଅଧ୍ୟାୟରେ ମଧ୍ୟ ବୈତରଣୀ କ୍ଷେତ୍ରର ଉଲ୍ଲେଖ ଦେଖାଯାଏ ଯଥା— "ତତୋ ବୈତରଣୀ ଗଚ୍ଛେତ୍ ସର୍ବପାପପ୍ରମୋଚନାଂ ବିରଜଂ ତୀର୍ଥମାସାଦ୍ୟ ବିରାଜତି ଯଥା ଶଶୀ ୧ ପ୍ରତେରେଚ୍ଚ କୁଳଂ ପୁଣ୍ୟଂ ସର୍ବପାପଂ ବ୍ୟପୋହତି ଗୋସହସ୍ର ଫଳଂ ଲବ୍ଧ୍ୱା ପୁନାତି ସ୍ୱକୁଳଂ ନରଃ ୨ x x x x ଏତେ କଳିଙ୍ଗାଃ କୌନ୍ତେୟ ଯତ୍ର ବୈତରଣୀ ନଦୀ ଯତ୍ରାଯଜତ ଧର୍ମୋଽପି ଦେବାଞ୍ଛରଣମେତ୍ୟ ବୈ ତତୋ ବୈତରଣୀ ସର୍ବେ ପାଣ୍ଡବା ଦ୍ରୌପଦୀ ତଥା ଅବତୀର୍ଯ୍ୟ ମହାଭାଗାସ୍ତର୍ପୟାଞ୍ଚକ୍ରିରେ ପିତୃନ୍

(୩: କପିଳ ସଂହିତାରେ ବର୍ଣ୍ଣିତ ଅଛି ଯେ ଦଶ ସବସ୍ର ବର୍ଷ ବାରାଣସୀରେ ନିପନ୍ତର ହରପୂଜନରେ ଯେଉଁ ଫଳ, ଥରେ ମାତ୍ର ବିରଜା ଦେବୀଙ୍କର ଦର୍ଶନରେ ସେହି ଫଳ

କ୍ଷେତ୍ରମଧ୍ୟସ୍ଥ ପ୍ରସିଦ୍ଧଦେବ ଦେବୀ ଓ ତୀର୍ଥମାନଙ୍କର ନାମ ===

ନବଦୁର୍ଗା—ଶୈଳପୁତ୍ରୀ, ବ୍ରହ୍ମବାଦିନୀ, କୁଷ୍ମାଣ୍ଡା, ସ୍କନ୍ଦ— ମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ଚଣ୍ଡଘଣ୍ଟା

ଅଷ୍ଟଚଣ୍ଡୀ—ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ଼୍ଡୋଗ୍ରା, ଚଣ୍ଡ— ନାୟିକା, ଅତିଚଣ୍ଡା, ଚାମୁଣ୍ଡା, ଚଣ୍ଡା, ଚଣ୍ଡବତୀ

ସପ୍ତମାତୃକା—ବାରାହୀ, ଐନ୍ଦ୍ରୀ, ବୈଷ୍ଣବୀ, ବ୍ରାହ୍ମୀ, କୌମାରୀ, ମାହେଶ୍ୱରୀ, ନାରସିଂହୀ

ମହାଦେବୀତ୍ରୟୀ—ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ

ଅଷ୍ଟଭୈରବୀ—ସିଦ୍ଧେଶ୍ୱରୀ, ନୀଳାକ୍ଷୀ, ଉତ୍ତରେଶ୍ୱରୀ, ଭଗବତୀ, କ୍ରୋଟବୀଶ୍ୱରୀ, ଭୀମାବତୀ, କ୍ରୋଡ଼ବାସିନୀ, ସନ୍ଥେଶ୍ୱରୀ

ଅଷ୍ଟ ଭୈରବ—ମହାଭୈରବ, ସଂହାର ଭୈରବ, ଅସିତାଙ୍ଗ ଭୈରବ, ରୁରୁ ଭୈରବ, କାଳଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ, ଚନ୍ଦ୍ରଚୂଡ଼ ଭୈରବ

ଦ୍ୱାଦଶ ମାଧବ—ଆଦି ମାଧବ, ବରାହି ମାଧବ, ଅନନ୍ତ ମାଧବ, ଯୋଗ ମାଧବ, ଚର୍ମକ ମାଧବ, ହରିହର ମାଧବ, ସିଦ୍ଧ ମାଧବ, ଗଦାଧର ମାଧବ, ପୁରୁଷୋତ୍ତମ ମାଧବ, ନର— କାନ୍ତକ ମାଧବ, ଭୋଗ ମାଧବ, ବାସୁଦେବ ମାଧବ

ବରାହ ମୂର୍ତ୍ତିକ୍ରୟୀ—ଯଜ୍ଞ ବରାହ, ଳକ୍ଷ୍ମୀ ବରାହ, ଶ୍ୱେତ ବରାହ

ନୃସିଂହ ମୂର୍ତ୍ତି—ଅଭୟ ନୃସିଂହ, ଲକ୍ଷ୍ମୀ ନୃସିଂହ, ଉଗ୍ର ନୃସିଂହ, ଭୀମ ନୃସିଂହ, ବୀର ନୃସିଂହ

ଗଣେଶ ପ୍ରତିମା—ଏକଦନ୍ତ, ମହାକାୟ, କପିଳ, ଗଜ— କର୍ଣ୍ଣ, ଲମ୍ୱୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୁମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ

ରାମ ମୂର୍ତ୍ତି—ସୀତାପତି ରାମ, ଧନୁର୍ଦ୍ଧାରୀ ରାମ

୬୮: ତୀର୍ଥ—୧ ଅଶ୍ୱମେଧ ତୀର୍ଥ, ୨ ଅସ୍ଥିକ୍ଷେପ ତୀର୍ଥ, ୩ ଅନ୍ତର୍ବେଦୀ, ୪ ଅଗ୍ନି ତୀର୍ଥ, ୫ ଆଗସ୍ତି ତୀର୍ଥ, ୬ ଅନନ୍ତ ତୀର୍ଥ, ୭ ଅଳ୍ପାମ୍ୱୁତୀର୍ଥ, ୮ ଅଲାବୁ ତୀର୍ଥ, ୯ ଉତ୍ପଳ ତୀର୍ଥ, ୧ ଉର୍ବଶା ତୀର୍ଥ, ୧୧: କଶ୍ୟପ ତୀର୍ଥ, ୧୨: କିନ୍ନର ତୀର୍ଥ. ୧୩: କୀଲାଳ ତୀର୍ଥ, ୧୪: ଗଙ୍ଗା ତୀର୍ଥ, ୧୫: କ୍ରୋଡ଼ ତୀର୍ଥ, ୧୬: ଗଦା ତୀର୍ଥ, ୧୭: ଗଙ୍ଗା ତୀର୍ଥ, ୧୮: ଗାରୁଡ଼ ତୀର୍ଥ, ୧୯: ଗୌକର୍ଣ୍ଣ ତୀର୍ଥ, ୨ ଚନ୍ଦ୍ର ତୀର୍ଥ, ୨୧: ଚିତ୍ର ତୀର୍ଥ, ୨୨: ଜଟା ତୀର୍ଥ, ୨୩: ଜମ୍ୱୁ ତୀର୍ଥ, ୨୪: ଦୁର୍ବାସା ତୀର୍ଥ, ୨୫: ଦଣ୍ଡୀ ତୀର୍ଥ, ୨୬: ନାରାୟଣ ତୀର୍ଥ, ୨୭: ନିଶାଦ ତୀର୍ଥ, ୨୮: ପ୍ରଭାସ ତୀର୍ଥ, ୨୯: ପ୍ରାଜାପତ୍ୟ ତୀର୍ଥ, ୩ ପାବକ ତୀର୍ଥ, ୩୧: ପଦ୍ମ ତୀର୍ଥ, ୩୨: ପୌରବ ତୀର୍ଥ, ୩୩: ବରାହ କୁଣ୍ଡ ତୀର୍ଥ, ୩୪: ବ୍ରହ୍ମ ତୀର୍ଥ, ୩୫: ବରୁଣ ତୀର୍ଥ, ୩୬: ବାରୁଣୀ ତୀର୍ଥ, ୩୭: ବାସୁକୀ ତୀର୍ଥ, ୩୮: ବାୟୁ ତୀର୍ଥ, ୩୯: ବିଶ୍ୱରୂପ ତୀର୍ଥ, ୪ ବିନାୟକ ତୀର୍ଥ, ୪୧: ବେଣୀ ତୀର୍ଥ ୪୨: ବୈତରଣୀ ତୀର୍ଥ, ୪୩: ବିମୁକ୍ତ ତୀର୍ଥ, ୪୪: ମଦ୍ଗୁ ତୀର୍ଥ, ୪୫: ମଣିକର୍ଣ୍ଣିକା, ୪୬: ମହର୍ଷି ତୀର୍ଥ, ୪୭: ମାତୃକା ତୀର୍ଥ, ୪୮: ମୃତ୍ୟୁଞ୍ଜୟ ତୀର୍ଥ, ୪୯: ଯଜାତି ତୀର୍ଥ, ୫ ଯମ ତୀର୍ଥ, ୫୧: ରସକୂପ, ୫୨: ରମା ତୀର୍ଥ, ୫୩: ରେବା ତୀର୍ଥ, ୫୪: ରେଖା ତୀର୍ଥ, ୫୫: ରୌଦ୍ର ତୀର୍ଥ, ୫୬: ଲିଙ୍ଗ ତୀର୍ଥ, ୫୭: ସମ୍ୱତ୍ତ ତୀର୍ଥ, ୫୮: ସୀତାକୃଣ୍ଡ, ୫୯: ଲିଙ୍ଗ ତୀର୍ଥ, ୬ ସୋମ ତୀର୍ଥ, ୬୧: ଶଚୀ ତୀର୍ଥ, ୬୨: ଶଶୀ ତୀର୍ଥ, ୬୩: ଶୂଳିନୀ ତୀର୍ଥ, ୬୪: ଶାତାତପ ତୀର୍ଥ, ୬୫: ଶ୍ୱେତ ଗଙ୍ଗା, ୬୬: ସିଦ୍ଧ ତୀର୍ଥ, ୬୭: ହଂସ ତୀର୍ଥ, ୬୮: କ୍ଷେତ୍ରଦ୍ୱାରା

ପ୍ରସିଦ୍ଧ ଶିବଲିଙ୍ଗମାନଙ୍କର ନାମ

୧. ଅଟ୍ଟଟ୍ଟେଶ୍ୱର, ୨ ଅପ୍ସରେଶ୍ୱର, ୩ ଅଗସ୍ତ୍ୟେଶ୍ୱର, ୪ ଅର୍ଚ୍ଚେଶ୍ୱର, ୫ ଅଗ୍ନୀଶ୍ୱର, ୬ ଅର୍ଦ୍ଧନାରୀଶ୍ୱର, ୭ ଅଖଣ୍ଡଳେଶ୍ୱର, ୮ ଈଶାନେଶ୍ୱର, ୯ ଉତ୍ତରେଶ୍ୱର,

୧୦:କପିଳେଶ୍ୱର,୧୧: କଶ୍ୟପେଶ୍ୱର,୧୨: କାଳେଶ୍ୱର,୧୩: କାମେଶ୍ୱର,୧୪: କିଲାଲାଟେଶ୍ୱର,୧୫: କୀଚକେଶ୍ୱର,୧୮: କୁମାରେଶ୍ୱର,୧୭: କୁବେରେଶ୍ୱର,୧୮: କୁସୁମେଶ୍ୱର, ୧୯: କେଦାରେଶ୍ୱର,୨ କୋଦଣ୍ଡେଶ୍ୱର,୨୧: ଖଣ୍ଡେଶ୍ୱର, ୨୨: ଖଗେଶ୍ୱର,୨୩: ଗଙ୍ଗେଶ୍ୱର,୨୪: ଗଞ୍ଜେଶ୍ୱର, ୨୫: ଗରିମେଶ୍ୱର, ୨୬: ଗାରୁଡ଼େଶ୍ୱର, ୨୭: ଗୋକର୍ଣ୍ଣେଶ୍ୱର, ୨୮: ଗୋଧନେଶ୍ୱର, ୨୯: ଗୋପାଳେଶ୍ୱର, ୩ ଘଟେଶ୍ୱର, ୩୧: ଚମ୍ପକେଶ୍ୱର, ୩୨: ଚଣ୍ଡେଶ୍ୱର, ୩୩: ଚିତ୍ରଗୁପ୍ତେଶ୍ୱର, ୩୪: ଜମ୍ୱେଶ୍ୱର, ୩୫: ଝା଼ଡ଼େଶ୍ୱର, ୩୬: ଜଟେଶ୍ୱର, ୩୭: ଜାଡ଼୍ୟେଶ୍ୱର, ୩୮: ଜାମଦଗ୍ନ୍ୟେଶ୍ୱର, ୩୯: ତାରକେଶ୍ୱର, ୪ ତିଳକେଶ୍ୱର, ୪୧: ତ୍ରିଲୋଚନେଶ୍ୱର, ୪୨: ସ୍ଥାନେଶ୍ୱର, ୪୩: ତ୍ରୈଲୋକ୍ୟଶ୍ୱର, ୪୪: ଦକ୍ଷେଶ୍ୱର, ୪୫: ଦଣ୍ଡୀଶ୍ୱର, ୪୬: ଦାରୁକେଶ୍ୱର, ୪୭: ଧବଳେଶ୍ୱର, ୪୮: ଧର୍ମେଶ୍ୱର ୪୯: ନନ୍ଦିକେଶ୍ୱର, ୫ ନାରଦେଶ୍ୱର, ୫୧: କ୍ଷେତ୍ରେଶ୍ୱର, ୫୨: ନାରାୟଣେଶ୍ୱର, ୫୩: ପରଦାରେଶ୍ୱର, ୫୪: ପାଣ୍ଡବେmdash; ଶ୍ୱର, ୫୫: ପଦ୍ମେଶ୍ୱର, ୫୬: ପର୍ଶୁନାଥ, ୫୭: ପାପମୋଚନେ ଶ୍ୱର, ୫୮: ପାତାଳେଶ୍ୱର, ୫୯: ପ୍ରଭାକରେଶ୍ୱର, ୬ ପ୍ରାଣାୟାମେଶ୍ୱର, ୬୧: ଫାଳେଶ୍ୱର, ୬୨: ବରୁଣେଶ୍ୱର, ୬୩: ବାସୁ ପୂଜିତେଶ୍ୱର, ୬୪: ବଟେଶ୍ୱର, ୬୫: ବାସୁକେଶ୍ୱର ୬୬: ବ୍ରହ୍ମେଶ୍ୱର, ୬୭: ବିଶ୍ୱେଶ୍ୱର, ୬୮: ବିଶ୍ୱରୁପେଶ୍ୱର, ୬୯: ବିଲ୍ୱେଶ୍ୱର, ୭ ବିମୁକ୍ତେଶ୍ୱର, ୭୧: ବୈଦ୍ୟନାଥ, ୭୨: ବାଣେଶ୍ୱର, ୭୩: ବାରୁଣେଶ୍ୱର, ୭୪: ଭଣ୍ଡେଶ୍ୱର, ୭୫: ଭାରଭୁତେଶ୍ୱର, ୬୭: ଭାର୍ଗବେଶ୍ୱର, ୭୭: ଭୀମେଶ୍ୱର, ୭୮: ଭୁବନେଶ୍ୱର, ୭୯: ଭୃଙ୍ଗରୀଟେଶ୍ୱର, ୮ ମାର୍କଣ୍ଡେୟେ ଶ୍ୱର, ୮୧: ମୁକୁନ୍ଦେଶ୍ୱର, ୮୨: ମହାକାଳେଶ୍ୱର, ୮୩: ମାନେଶ୍ୱର, ୮୪: ମାନସେଶ୍ୱର, ୮୫: ମୁକ୍ତେଶ୍ୱର, ୮୬: ମୃତ୍ୟୁଞ୍ଜୟେଶ୍ୱର, ୮୭: ଯଜାତେଶ୍ୱର, ୮୮: ଯମେଶ୍ୱର, ୮୯: ଯୁଗ୍ମେଶ୍ୱର, ୯, ରୁଦ୍ରେଶ୍ୱର, ୯୧: ରାଜେଶ୍ୱର, ୯୨: ରାମେଶ୍ୱର, ୯୩: ଲଳିତେଶ୍ୱର, ୯୪: ରାଜରାଜେଶ୍ୱର, ୯୫: ଲିଙ୍ଗରାଜ, ୯୬: ଲୋମହର୍ଷଣେଶ୍ୱର, ୯୭: ଶ୍ରୀସକଳେଶ୍ୱର, ୯୮: ସନ୍ଥେଶ୍ୱର, ୯୯: ସ୍ୱପ୍ନେଶ୍ୱର, ୧ ନୈବେଦ୍ୟେଶ୍ୱର, ୧୧: ସିଦ୍ଧେଶ୍ୱର, ୧୨: ଶୀତଳେଶ୍ୱର, ୧୩: ସୁକୁମାରେ ଶ୍ୱର, ୧୪: ଶୃଙ୍ଗେଶ୍ୱର, ୧୫: ସୋମେଶ୍ୱର, ୧୬: ହରିକେଶ୍ୱର; ୧୭: ହରନ୍ତେଶ୍ୱର, ୧୮: ହାଟକେଶ୍ୱର

ନାରାୟଣ ପ୍ରତିମାmdash;୧ ଅନନ୍ତଶାୟୀ ନାରାୟଣ ୨ ଲକ୍ଷ୍ମୀନାରାୟଣ

ଗରୁଡ଼ା—ମାଧପୁର ଗ୍ରାମରେ ପ୍ରସିଦ୍ଧ ମୂର୍ତ୍ତି ଶୁଭ ସ୍ତମ୍ଭ—ଜନପ୍ରସିଦ୍ଧ ଓ ଇତିହାସ ପ୍ରସିଦ୍ଧ ସ୍ତମ୍ଭ ବିରଜା—ରଜୋଗୁଣ ରହିତା କ୍ଷେତ୍ରାଧୀଶ୍ୱରୀ ଶ୍ରୀ ଶ୍ରୀ ବିରଜା ଦେବୀ — — —

ସନ୍ଦର୍ଭ ଲେଖକ (ସ୍ୱର୍ଗତ) ଶ୍ରୀ ନୀଳମଣି ମିଶ୍ର, ଯାଜପୁର ଦ୍ର—ଇତିହାସପ୍ରସିଦ୍ଧ ଯାଜପୁର ନଗର ବୈତରଣୀ ତଟରେ ଅବସ୍ଥିତ ଏହି ସ୍ଥାନ ଗଦା କ୍ଷେତ୍ର, ଯଜ୍ଞ କ୍ଷେତ୍ର ବା ଯାଜପୁର, ବିରଜା କ୍ଷେତ୍ର, ନାଭି କ୍ଷେତ୍ର ପ୍ରଭୃତି ଭିନ୍ନ ଭିନ୍ନ ନାମରେ ପ୍ରସିଦ୍ଧ ଏହିପରି ପ୍ରବାଦ ଅଛି ଯେ ଗୟା କ୍ଷେତ୍ରରେ ଗୟାସୁରର ମସ୍ତକ ଅବସ୍ଥିତ ଓ ଯାଜପୁରରେ ତାହାର ନାବି ସଂସ୍ଥାପିତ ଏଥି ସକାଶେ ଯାଜପୁର ନାଭିକ୍ଷେତ୍ର ନାମରେ ମଧ୍ୟ ଅଭିହିତ

ଯଜାତି କେଶରୀ ନାମକ କେଶରୀବଂଶୀୟ ନୃପତି ୫୬୪: ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଜୟ କରିବା ପରେ ଯାଜପୁରରେ ପ୍ରଥମତଃ ରାଜଧାନୀ ସ୍ଥାପନ କରିଥିଲେ ଓ କାନ୍ୟକୁପବ୍ଳରୁ ଦଶହଜାର ବ୍ରାହ୍ମଣ ଅଣାଇ ଏଠାରେ ଯଜ୍ଞ କରିଥିଲେ ଏଥିପାଇଁ ଏହାର ନାମ ଯଜ୍ଞପୁର ବା ଯାଜିପୁର ହେଲା ଓ ଚଳନ୍ତି କଥାରେ ଯାଜପୁର ହେଲା ୧୫୫୮: ଖ୍ରୀଷ୍ଟାବ୍ଦରେ ହିନ୍ଦୁଧର୍ମବିଦ୍ୱେଷୀ ସୁପ୍ତସିଦ୍ଧ କଳାପାହାଡ଼ ସହିତ ଓଡ଼ିଶା— ବାସିମାନଙ୍କର ଯାଜପୁର ସନ୍ନିକଟବର୍ତ୍ତୀ ଗୋହିରାଠାରେ ଭୟାନକ ଯୁଦ୍ଧ ଘଟିଥିଲା ସେହି ଯୁଦ୍ଧରେ ଓଡ଼ିଶାର ତାତ୍ କାଳୀନ ରାଜା ମୁକୁନ୍ଦଦେବ ନିହତ ହୋଇଥିଲେ ଓ ଓଡ଼ିଶାବାସିମାନେ ପରାଜିତ ହୋଇ ମୁସଲମାନ୍ମାନଙ୍କ ଅଧିନତା ସ୍ୱୀକାର କଲେ ଯାଜପୁରରେ ଯେ ସବୁ ହିନ୍ଦୁ ମନ୍ଦିର ଥିଲା କଳାପାହାଡ଼ର ଅତ୍ୟାଚାରରେ ସେଗୁଡ଼ିକ ଚୂର୍ଣ୍ଣୀଭୂତ ଓ ତନ୍ମଧ୍ୟସ୍ଥ ଦେବମୂର୍ତ୍ତି ବିଖଣ୍ଡିତ ହୋଇ ବୈତରଣୀ ଗର୍ଭରେ ନିକ୍ଷିପ୍ତ ହୋଇଥିଲା ସେହି ଦିନଠାରୁ ଯାଜପୁର ଶ୍ରୀଭ୍ରଷ୍ଟ

କଳାପାହା଼ଡ଼ାର ପଠାଣ ସେନାପତି ସୈୟଦ୍ ଆଲି ବୁଖାରିଙ୍କ ସମାଧି ସ୍ଥାନ ଯାଜପୁରରେ ଅବସ୍ଥିତ ଗୋଟିଏ ହିନ୍ଦୁ ବେଦମନ୍ଦିର ଧ୍ୱଂସ କରି ସେଠାରେ ଏହି ମୁସଲମାନ୍ ସେନାପତିଙ୍କ କବର ନିର୍ମିତ ହୋଇଥିଲା

ଯାଜପୁରରେ ବିସ୍ତର ଦେବପୂଜକ ବ୍ରାହ୍ମଣଙ୍କ ବାସ କଥିତ ଅଛି ଯେ ବଙ୍ଗର ଆଦିଶୂରଙ୍କ ପରି ରାଜା ଯଯାତିକେଶରୀ ଯଜ୍ଞାର୍ଥେ ବହୁ ବେଦଜ୍ଞ ସୁବ୍ରାହ୍ମଣ କନୌଜଠାରୁ ଆନୟନ କରି ଯଥାଯୋଗ୍ୟ ବୃତ୍ତି ପ୍ରଦାନପୂର୍ବକ ଏହି ସ୍ଥାନରେ ରଖାଇ ଥିଲେ

ପ୍ରାଚୀନ କୀର୍ତ୍ତି ମଧ୍ୟରେ ବୈତରଣୀ ତୀରରେ ବରାହ— ନାଥଙ୍କ ମନ୍ଦିର, ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମଣ୍ଡପ ଏବଂ ବୀରଜାଦେବୀଙ୍କ ମନ୍ଦିର ସବିଶେଷ ଉଲ୍ଲେଖଯୋଗ୍ୟ

ରାଜା ପୁରୁଷୋତ୍ତମ ଦେବଙ୍କ ପତ୍ର ପ୍ରତାପରୁଦ୍ରଙ୍କଦ୍ୱାରା ଖ୍ରୀଷ୍ଟ ଷୋଡ଼ଶ ଶତାବ୍ଦୀରେ ବରାହନାଥଙ୍କ ମନ୍ଦିର ନିର୍ମିତ ହୋଇ ଥିଲା ଏହି ମନ୍ଦିରରେ ଗୋଦାନ କଲେ ମରଣାନ୍ତେ ଗୋପୁଚ୍ଛ ଧାରଣ କରି ତପ୍ତବୈତରଣୀ ପାର ହେବାର ଅଧିକାର ଲାଭ ହୁଏ ଗୋପରିବର୍ତ୍ତରେ ମୂଲ୍ୟ ସ୍ୱରୂପ ୫ଟଙ୍କା ଦାନ କଲେ ମଧ୍ୟ ସେହି ଫଳ ଲାଭ ହୁଏ ବୋଲି ପଣ୍ଡାମାନେ କହନ୍ତି

ବରାହନାଥଙ୍କ ମନ୍ଦିର ସମ୍ମୁଖରେ ବୈତରଣୀକୂଳରେ ଯେଉଁ ଘାଟ ଅବସ୍ଥିତ ତାହାର ନାମ ଦଶାଶ୍ୱମେଧ ଘାଟ


ପ୍ରବାଦ ଅଛି ଯେ, ବ୍ରହ୍ମା ଏହି ସ୍ଥାନରେ ଦଶଟି ଅଶ୍ୱମେଧ ଯଜ୍ଞ ସମ୍ପାଦନ କରି ଭଗବାନ୍ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରାଇ ବେଦକୁ ଉଦ୍ଧାର କରିଥିଲେ କେହି କେହି କହନ୍ତି ରାଜା ଯଯାତି କେଶରୀଙ୍କଦ୍ୱାରା ସେହ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏବଂ ସେଥି ସକାଶେ ସେ କନୌଜରୁ ବେଦଜ୍ଞ ବ୍ରାହ୍ମଣ ଆନୟନ କରିଥିଲେ

ବରାହନାଥ ମନ୍ଦିର ପଛରେ ଜଗନ୍ନାଥ ଦେବଙ୍କର ଗୋଟିଏ ମନ୍ଦିର ଅଛି ଏହି ସ୍ଥାନର ପ୍ରାୟ ଏକ କ୍ରୋଶ ଦୂରରେ ବିରଜା ଦେବୀଙ୍କ ମନ୍ଦିର ଏ ଗୋଟିଏ ପୀଠ ସ୍ଥାନ ମନ୍ଦିର ମଧ୍ୟରେ କ୍ଷୁଦ୍ରକାୟ ପାଷାଣମୟୀ ଦେବୀମୂର୍ତ୍ତି ପ୍ରତିଷ୍ଠିତା ରହିଅଛନ୍ତି ମନ୍ଦିର ପ୍ରାଙ୍ଗଣରେ ଗୋଟିଏ କ୍ଷୁଦ୍ର ପୁଷ୍କରିଣୀ ଅଛି ତାହାକୁ ବ୍ରହ୍ମକୁଣ୍ଡ ବା ବିରଜାକୁଣ୍ଡ କହନ୍ତି ଏ ସ୍ଥାନରେ ଆଉ ଗୋଟିଏ କୂପ ମଧ୍ୟ ଅଛି ତାହା ନାଭିଗୟା ନାମରେ ପ୍ରସିଦ୍ଧ

ବୈତରଣୀର ତୀରଦେଶରେ ସପ୍ତମାତୃକା ମଣ୍ଡପ ସାତ ଗୋଟି ପାଷାଣମୟୀ ଦେବୀମୂର୍ତ୍ତି ସେଠାରେ ଅଛନ୍ତି ଐରାବତୀ— ଧୂରୂଢ଼ା, ସୁବେଶା, ସାଳଙ୍କରା, ବଜ୍ରହସ୍ତା ଇନ୍ଦ୍ରାଣୀ ଗରୁଡ଼ା— ସନା ଶନ୍ତମୂର୍ତ୍ତି ବୈଷ୍ଣବୀ: ବୃଷାରୂଢ଼ା ତ୍ରିଶୂଳବରଧାରିଣୀ ଚନ୍ଦ୍ରରେଖାବିଭୂଷଣା ମାହେଶ୍ୱରୀ: ଶିଖିବହାନା କାନ୍ତବପୁଃ କୌମାରୀ: ହଂସପୃଷ୍ଠସମାରୂଢ଼ା ସର୍ବାଭରଣଭୂଷିତା ବ୍ରହ୍ମାଣୀ: ମହିଷାସନା ବରାହବଦନା ବାରାହୀ: ନଗଦେହା ସର୍ପଭୂଷିତ— କବରୀ ମୁଣ୍ଡାମାଳନୀ ଭୀଷଣା ଚାମୁଣ୍ଡା: ପୁରାଣୋକ୍ତ ଏହି ସପ୍ତ ମାତୃକା ମୂର୍ତ୍ତି ମଣ୍ଡପ ମଧ୍ୟରେ ପ୍ରତିଷ୍ଠିତ ରହିଅଛନ୍ତି ମୂର୍ତ୍ତି— ଗୁଡ଼ିକ ସାଧାରଣ ମନୁଷ୍ୟ କୃତି ଅପେକ୍ଷା କିଞ୍ଚିତ ଉଚ୍ଚନୀଳ ପ୍ରସ୍ତର ନିର୍ମିତ ଏବଂ ଚତୁର୍ଭୁଜ ଏମାନଙ୍କର ନିର୍ମାଣରେ ସବିଶେଷ ନୈପୁଣ୍ୟ ପ୍ରଦର୍ଶିତ ହୋଇଅଛି

ଯାଜପୁରର ଅନତିଦୂରରେ 'ଶୁଭସ୍ତମ୍ଭ' ନାମକ ୩୭: ଫଟ ଉଚ୍ଛ ଅଖଣ୍ଡ ପ୍ରସ୍ତରରେ ନିର୍ମିତ ଗୋଟିଏ ସ୍ତମ୍ଭ ଅବସ୍ଥିତ ଅଛ ଏହା ଉପରେ ପୂର୍ବେ ଗୋଟିଏ ଗରୁଡ଼ି ମୂର୍ତ୍ତି ଥିଲା, କଳାପାହାଡ଼ ତାହା ନଷ୍ଟ କରି ଦେଇଛି ମୁସଲମାନ୍ମାନେ ଏହି ସ୍ତମ୍ଭ ଧ୍ୱଂସ କରିବା ସକାଶେବିଶେଷ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାରେ କୃତକାର୍ଯ୍ୟ ହୋଇପାରି ନ ଥିଲେ ଏହା କେଶରୀବଂଶୀୟ ରାଜାମାନଙ୍କର ଜୟସ୍ତମ୍ଭରୂପେ ନିର୍ଦ୍ଦେଶିତ ହୋଇଥାଏ

ପୂର୍ବେ ଏହି ସ୍ଥାନରେ ଶାନ୍ତିମାଧବ ନାମରେ ଗୋଟିଏ ବୃହତ୍ ପ୍ରସ୍ତରମୟ ମୂର୍ତ୍ତି ଅବସ୍ଥିତ ଥିଲା ମୂର୍ତ୍ତିର ନାଭି— ଦେଶ ପର୍ଯ୍ୟନ୍ତ ଭୂମି ଉପରେ ଅବସ୍ଥିତ ଏବଂ ଅଧୋଭାଗ ଭୂଗର୍ଭରେ ପ୍ରୋଥାତ ଥିଲା ବର୍ତ୍ତମାନ ସେ ମୂର୍ତ୍ତଆଉ ନାହିଁ

ପୁରୀର ଅଠରନଳା ପରି ଯାଜପୁରର ଅନତିଦୂରରେ 'ଏଗାର ନଳା' ନାମକ ଗୋଟିଏ ଜଳପଥ ଓ ତଦୁପତ୍ତ ଗୋଟିଏ ସେତୁ ଅଛି ଯାଜପୁରଠାରୁ ବିଞ୍ଚିତ୍ ଦୂରରେ ଗୋଟିଏ ଶିବଲିଙ୍ଗ ପ୍ରତିଷ୍ଠିତ ଅଛନ୍ତି, ତାହାଙ୍କ ନାମ ଅଗ୍ନୀଶ୍ୱର ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଯେ, ପ୍ରତିଦିନ ତାଙ୍କର ବର୍ଣ୍ଣର ପରିବର୍ତ୍ତନ ହୋଇଥାଏ

[ନବୀନ ପତ୍ରିକା— ୨-୮-୩୫: ]