ଯଶଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯଶସ; ଅସ୍ ଧାତୁ= ବ୍ୟାପ୍ତ ହେବା + କର୍ତ୍ତୃ. ଅସ୍; 'ଯ' ଆଗମ; ଯାହା ସଂସାରରେ ବ୍ୟାପ୍ତ ହୁଏ) ସମ୍ପାଦନା

୧. ଖ୍ୟାତି; ସୁଖ୍ୟାତି; କୀର୍ତ୍ତି; ଦାନାଦିପ୍ରଭବା କୀର୍ତ୍ତି; ଭଲ କାମ କରିବା ଯୋଗୁଁ ଜନମୁଖରେ ଖ୍ୟାତ ସୁନାମ — ୧. Glory; fame; renown; reputation.

[ ଦ୍ର—ପ୍ରାଚୀନ ଗ୍ରନ୍ଥମାନଙ୍କରେ ଯଶଃ ଓ କୀର୍ତ୍ତିର ପ୍ରଭେଦ ଲକ୍ଷିତ ହୁଏ "ଦାନାଦିପ୍ରଭବା କୀର୍ତ୍ତି ଶୌର୍ଯ୍ୟାଦି ପ୍ରଭବଂ ଯଶଃ"; ଜୀବିତ ବ୍ୟକ୍ତିର 'ଖ୍ୟାତି ଓ ଯଶଃ'; ମୃତ ବ୍ୟକ୍ତିର କୀର୍ତ୍ତି— ଏହିପରି ବ୍ୟବହାର ଦେଖାଯାଏ]

୨. ଯଶସ୍ୱୀ ବ୍ୟକ୍ତି —୨. A person of distinction (Apte).
୩. (ବୈଦିକ; ଭାବ + ଅସ୍) ବ୍ୟାପକତା —୩. Diffuseness; diffusion.
୪. (ବୈଦିକ)—ସୌନ୍ଦର୍ଯ୍ୟ —୪. Beauty splendour (Apte)
୫. ଅନୁଗ୍ରହ; ପକ୍ଷପାତ —୫. Favour; partiality (Apte).
୬. ଧନ —୬. Wealth (Apte).
୭. ଖାଦ୍ୟଦ୍ରବ୍ୟ —୭. Food (Apte).
୮. ଜଳ —୮. Water.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ସୁନ୍ଦର; ମନୋହର —୧. Lovely; agreeable (Apte).
୨. ଯୋଗ୍ୟ —୨. Worthy (Apte).
୩. ସମ୍ମାନିତ — ୩. Honoured (Apte).