ଯଜମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ -(ଯଜ ଧାତୁ+କର୍ତ୍ତୃ. ଆନା ) ସମ୍ପାଦନା

୧. ଯାଗକାରୀ — ୧. Offering sacrifice.

ବିଶେଷ୍ୟ - ସମ୍ପାଦନା

୧. ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଦକ୍ଷିଣା ଦେଇ ବ୍ରାହ୍ମଣଦ୍ୱାରା ଯାଗ କ୍ରିୟା କରାନ୍ତି —୧. A person who has a vedic sacrifice performed by a priest on giving him presents.
୨. ସ୍ୱୟଂ ଯଜ୍ଞାନୁଷ୍ଠାନ— କାରୀ ବ୍ୟକ୍ତି —୨. A person who himself performs a regular sacrifice (Apte)
୩. ପୁରୋହିତଙ୍କ ନିଯୋକ୍ତା ବ୍ୟକ୍ତି —୩. A host; a patron (Apte).
୪. ପରିବାରର କର୍ତ୍ତା —୪. The head of a family (Apte).
୫. ଜାତିର ମୁଖ୍ୟ ବ୍ୟକ୍ତି —୫. The head of a tribe (Apte).
୬. ମହାଦେବଙ୍କର ଅଷ୍ଟମୂର୍ତ୍ତି ମଧ୍ୟରୁ ପ୍ରଧାନ ମୂର୍ତ୍ତି — ୬. One of the ୮ incarnations of the Deity Siva, represented as offering sacrifice to the gods through obletion unto the fire.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପୁରୋହିତ ଯେଉଁ ବ୍ୟକ୍ତିଠାରୁ ଦକ୍ଷିଣା ନେଇ ଉକ୍ତ ବ୍ୟକ୍ତିର ପାରିବାରିକ ଦେବପୂଜା, ବିବାହାଦି କ୍ରିୟାରେ ହୋମ ଆଦି କରନ୍ତି —୧. A person who engages a priest to officiate at his family ceremonies.
୨. ଯେଉଁ ଯାତ୍ରୀ ତୀର୍ଥସ୍ଥ ଦେବତାମାନଙ୍କର ପୂଜା ପଣ୍ଡାଦ୍ୱାରା କରାଏ — ୨. A pilgrim who engages a paṇḍā to do worship for him to the idol at any centre of pilgrimage.

[ଦ୍ରଷ୍ଟବ୍ୟ — ପ୍ରତ୍ୟେକ ପରିବାରର ନିତ୍ୟ ନୈମିତ୍ତିକ ପୂଜା ଆଦି କରିବା ପାଇଁ ନିର୍ଦ୍ଦିଷ୍ଟ ପୁରୋହିତ ପୁରୁଷାନୁକ୍ରମେ ଥାଆନ୍ତି, ଏହିପରି ମଧ୍ୟ ତୀର୍ଥ କ୍ଷେତ୍ରକୁ ଆସୁଥିବା ଯାତ୍ରୀମାନଙ୍କର ନିର୍ଦ୍ଦିଷ୍ଟ ପଣ୍ଡା ପୁରୁଷାନୁକ୍ରମେ ଥାଆନ୍ତି । ଏ ଯଜମାନମାନେ ତତ୍ତତ୍ ପୁରୋହିତଙ୍କର ଓ ପଣ୍ଡାମାନଙ୍କର ପ୍ରଧାନ ଅବଲମ୍ୱନା ପଣ୍ଡା ଓ ପୁରୋହିତମାନଙ୍କ ମଧ୍ୟରେ ଭାଇଭାଗ ବଣ୍ଟନ ହେଲା ବେଳେ ମଧ୍ୟ ଯଜମାନ ଘରମାନ ବଣ୍ଟରା ହୁଏ, କିନ୍ତୁ କ୍ରମଶଃ ଏମାନ ଏଣିକି 'ମାନୀ ବୃତ୍ତି'ରେ ପରିଣତ ହେଉଅଛି]