ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ -

ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣମାଳାର ଷଡ଼ବିଂଶ ଅକ୍ଷର ଓ ପ୍ରଥମ ଅବର୍ଗ ବର୍ଣ୍ଣ

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଅନ୍ତଃସ୍ଥ ବା ଅବର୍ଗୀୟଯ ଅନ୍ତଃସ୍ଥ ଶବ୍ଦର ଅର୍ଥ ମଧ୍ୟସ୍ଥ ବା ମଝିରେ ଥିବା 'କି' ଠାରୁ 'ମ' ପର୍ଯ୍ୟନ୍ତ ଅକ୍ଷରମାନଙ୍କୁ ବର୍ଗ୍ୟକର୍ଣ୍ଣ କୋଲାଯାଏ, ଶ, ଷ, ସ ଓ ହ ଏହି ଚାରି ବର୍ଣ୍ଣକୁ ଉଷ୍ମବର୍ଣ୍ଣ ବୋଲାଯାଏ; ଏହି ଉଭୟ ବର୍ଣ୍ଣମାଳାର ମଧ୍ୟରେ ଥିବାରୁ ଯ, ର, ଳ ଓ ବ ଏହି ଚାରି ବର୍ଣ୍ଣର ନାମ 'ଅନ୍ତଃସ୍ଥ' ବର୍ଣ୍ଣ ଏହା 'ଭ' ଓ 'ଅ' ଯୋଗରେ ଉତ୍ପନ୍ନ ଏହାର ଉଚ୍ଚାରଣ ସ୍ଥାନ ତାଳୁ ] The ୨୬th consonant of the Sanskrit and Oriya alphabet, corresponding to the sound of J, in English.

[ଦ୍ରଷ୍ଟବ୍ୟ —ସଂସ୍କତରେ ଏହାର ଉଚ୍ଚାରଣ 'ୟ' ପରି, କିନ୍ତୁ ଓଡ଼ିଆ ଭାଷାରେ କଥାବାର୍ତ୍ତାରେ 'ଜ' ଓ 'ଯ' ମଧ୍ୟରେ ପ୍ରଭେଦ ରଖାଯାଏ ନାହିଁ ସଂସ୍କୃତ ଭାଷାରେ 'ଯ' ଏବଂ 'ୟ' ଦୁଇଟି ସ୍ୱତନ୍ତ୍ର ଉଚ୍ଚାରିତ ଅକ୍ଷର ସଂସ୍କୃତ ଓ ତତ୍ସମ ଶବ୍ଦର ଆଦ୍ୟରେ 'ୟ' ହୁଏ ନାହିଁ ପୁରୁଣାକାଳିଆ ପଣ୍ଡିତମାନେ 'ଜ'କୁ 'ଜ' ଓ 'ଯ'କୁ 'ଯ୍ୟ' ଉଚ୍ଚାରଣ କରିବା ଦେଖାଯାଏ କଥାବାର୍ତ୍ତାରେ 'ଜ' 'ଯ'ର ଉଚ୍ଚାରଣରେ ଆଜିକାଲି ପ୍ରଭେଦ ରକ୍ଷା କରାଯାଉ ନ ଥିବାରୁ ଗ୍ରାମ୍ୟ ଓ କଚିରିଆ ଲିପିରେ 'ଜ' ସ୍ଥାନରେ 'ଯ' ଓ 'ଯ' ସ୍ଥାନରେ 'ଜ' ଲେଖାଯିବା ଦେଖାଯାଏ ଏଥିପାଇଁ 'ଜ' ଆଦ୍ୟାକ୍ଷର ବିଶିଷ୍ଟ ଦେଶଜ, ଗ୍ରାମ୍ୟ ଓ ଅନ୍ୟଭାଷାରୁ ଆଗତ ଶବ୍ଦମାନ ଏ ଗ୍ରନ୍ଥରେ 'ଜି' ତଳେ ନ ମିଳିଲେ 'ଯ' ତଳେ ଖୋଜିବାକୁ ହେବ ଭାଷାରେ 'ଜ' ଓ 'ଯ' ମଧ୍ୟରେ ଉଚ୍ଚାରଣ—ଭେଦ ଲକ୍ଷିତ ହେଉ ନ ଥିବାରୁ ଜ'କୁ 'ବର୍ଗ୍ୟ ଜ' ଓ 'ଯ'କୁ 'ଅବର୍ଗ୍ୟ ଯ' ବୋଲି ପିଲାଙ୍କୁ ବର୍ଣ୍ଣଶିକ୍ଷ ଦିଆଯିବାବେଳେ ଶିକ୍ଷା ଦିଆଯାଏ ଇଂରାଜି 'J' ଅକ୍ଷରର ଉଚ୍ଚାରଣ=ଯ, Y ଅକ୍ଷରର ଉଚ୍ଚାରଣ=ୟ, ଓ G ଅକ୍ଷରର ଏକ ଉଚ୍ଚାରଣ=ଜ ପୂର୍ବେ ବୋଲାଯାଇ ଅଛି ଯେ ଶବ୍ଦ ଆଦ୍ୟରେ 'ଯ' 'ୟ' ହୁଏ ନାହିଁ କିନ୍ତୁ ଆଧୁନିକ ପ୍ରୟୋଗରେ ଇଂରାଜି ଓ ପାରସୀ ଆଦି ଭାଷାରୁ ଆଗତ 'ୟ' ଅକ୍ଷରାଦ୍ୟ ଶବ୍ଦମାନଙ୍କ ଆଦ୍ୟରେ 'ୟ' ଦିଆଯାଉଅଛି, ଯଥା 'ୟୁରୋପ' 'ୟୁନାନୀ' ଉଚ୍ଚାରଣରେ ଓ ପ୍ରାଚୀନ ଗ୍ରନ୍ଥରେ 'ଏ' ସ୍ଥାନରେ 'ୟେ', ଏ, ଏହି, ଏକ, ଏହିକ୍ଷଣି, ଏବେ ଇତ୍ୟାଦି, ସ୍ଥଳରେ ଯଥାକ୍ରମେ ୟେ, ୟେହି, ୟେକ, ୟେହିକ୍ଷଣି, ୟେବେ ଆଦି ବ୍ୟବହୃତ ହେବା ଦେଖାଯାଏ ପ୍ରାଚୀନ ଗ୍ରନ୍ଥରେ 'ଏ' ସ୍ଥାନରେ 'ୟେ' ଯଥା (ରାଏ=ରାୟେ) ଏବଂ ୟସ୍ଥାନରେ ଏ ଯଥା—(ତନୟ=ତନଏ) ବ୍ୟବହୃତ ହେବା ଦେଖାଯାଏ ହିନ୍ଦୀଭାଷାରେ 'ଯ' ଓ 'ଜ' ଯୁକ୍ତ ସଂସ୍କୃତ ଶବ୍ଦମାନ ଯଥାକ୍ରମେ 'ୟ' ଓ 'ଜ' ରୂପେ ଉଚ୍ଚାରିତ ହୁଏ; କିନ୍ତୁ ସଂସ୍କୃତଶବ୍ଦମାନ ଅପଭ୍ରଷ୍ଟ ହେଲେ ହିନ୍ଦୀରେ 'ଯ' ସ୍ଥାନରେ 'ଜ' ହେବା ଦେଖାଯାଏ ଯଥା—କାଜ (କାର୍ଯ୍ୟ); ଜନ୍ତର (ସଂସ୍କୃତ - ଯନ୍ତ୍ର)] [ବିଶେଷ ଦ୍ରଷ୍ଟବ୍ୟ—'ଯ' ସ୍ଥାନରେ 'ଜ' ହେବା ଦେଖାଯାଏ ଯଥା—ବାଜ (କାର୍ଯ୍ୟ); ଜନ୍ତର (ସଂସ୍କୃତ - ଯନ୍ତ୍ର)] [ବିଶେଷ ଦ୍ରଷ୍ଟବ୍ୟ—'ଯ' ଅକ୍ଷରାଦ୍ୟ କୌଣସି ଦେଶଜ, ଗ୍ରାମ୍ୟ ବା ବୈଦେଶିକ ଶବ୍ଦ ଯେବେ 'ଯ' ଅକ୍ଷର ତଳେ ଏ ଭାଷାକୋଷରେ ନ ମିଳିବ, ତେବେ ସେହି ଶବ୍ଦ ପାଇଁ ଏହି ଗ୍ରନ୍ଥର 'ଜ' ଅକ୍ଷର ତଳେ ଦେଖିବାକୁ ହେବ]



ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯା ଧାତୁ—ଯିବା+କର୍ତ୍ତୃ. ଅ)

ସମ୍ପାଦନା
୧. ବାୟୁ; ପବନ — ୧. Wind; air.
୨. ତେଜ; ଆଲୋକ; ଦୀପ୍ତି — ୨. Light; lustre; rediance.
୩. ଯବ — ୩. Barley;
୪. (+ଭାବ. ଅ) ପ୍ରାପ୍ତ —୪. Getting; acquisition.
୫. ତ୍ୟାଗକରଣ; ପରିହାର —୫. Abandonment.
୬. କୁକ୍ଷିର ବା ପେଟର ଦକ୍ଷିଣ ଭାଗ
—୬. The right part of the belly.

୭. ଯଶଃ —୭. Renown; fame.
୮. ଗତି —୮. Motion.
୯. ଯାତ୍ରା —୯. Starting.
୧. (ଯମ୍ ଧାତୁ=ଦମନ କରିବା+କର୍ତ୍ତୃ.ଅ) ଯମଦେବ —୧୦. The God of death.
୧୧. (ଯମ୍ ଧାତୁ+ଭାବ. ଅ) ଦମନ; ଯମନ; ନିୟମନ; ସଂଯମନ —୧୧. Controlling; restraining; checking.
୧୨. ଯୋଗ —୧୨. Union; joining.
୧୩. (+କରଣ.ଅ) ଯାନ —୧୩. Vehicle; conveyance.
୧୪. (ଯା ଧାତୁ+କର୍ତ୍ତୃ. ଅ) ଗତିକାରୀ ବ୍ୟକ୍ତି —୧୪. Goer; mover (Apte).
୧୫. (+କରଣ ଅ) ଗାଡ଼ି —୧୫. A carriage (Apte).
୧୬. ଧ୍ୟାନ —୧୬. Religious meditation (Apte).
୧୭. ଯଗଣ (ଦେଖ) - —୧୭. J̄agaṇa (See).

ସଂସ୍କୃତ - ବିଶେଷଣ - (ଯା ଧାତୁ ଯିବା+କର୍ତ୍ତୃ. ଅ)

ସମ୍ପାଦନା

ଗମନକାରୀ ଯାତ —Going; moving.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯବ)

ସମ୍ପାଦନା

ଯବଧାନ —Barley.

ଗ୍ରାମ୍ୟ - କ୍ରିୟାପଦ - (ଯିବା ଧାତୁର ଅନୁଜ୍ଞା)

ସମ୍ପାଦନା

(ତୁମ୍ଭେ) ଯାଅ —(Imperative) Go.