ମୁସଳ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମୁଷ୍, ମୁଷ୍, ମୁସ୍ ଧାତୁ= ବଧ କରିବା; ଛେଦନ କରିବା+କରଣ. ଅଳ)

ସମ୍ପାଦନା
୧. ଗଦା; ମୁଦ୍ଗର —୧. Mace; a club.
୨. ହିମାମଦିସ୍ତା ବା ଢିଙ୍କିରେ ଜିନିଷଆଦି କୁଟିବାର ଦଣ୍ଡ —୨. A pestle.
୩. ଢିଙ୍କିର ପାହୁରାଣି —୩. The pestle of a dhiṅki(ଢିଙ୍କି).

[ଉ—ମୁଷଳ ଗଦା ଶକ୍ତି ଘେନିଣ ପଟ୍ଟିଶ, ଲାଗିଥିଲେ ଶିବଦେବଙ୍କ ପାଶ ପାଶ କୃଷ୍ଣସିଂହ. ମହଭାରତ. ବନ ]

[ଦ୍ରଷ୍ଟବ୍ୟ —ଏହା ବଳରାମଙ୍କର ବ୍ୟବହୃତ ଆୟୁଧ; ଏହା ଗଦାପରି, କିନ୍ତୁ ଏହାର ସର୍ବାଙ୍ଗ ସମାନ]

୪. ଉଦ୍ଭିଜ୍ଜ ବିଶେଷ — ୪. A kind of plant.
୫. (ଲକ୍ଷଣାର୍ଥ) ମୁଷଳ ପରି ଲମ୍ୱ ଓ ମୋଟ ବସ୍ତୁ —୫. (figurative) A long and thick article like a mace.
୬. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ପ୍ରତି ଶତ୍ରୁଦ୍ୱାରା ପ୍ରୟୋଗ କରାଯିବା ବିଘ୍ନ —୬. A hindrance put by a person before his enemy.