ମାପିବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ମା ଧାତୁ ଣିଚ୍ ମାପି ଧାତୁ)

ସମ୍ପାଦନା

କୌଣସି ବସ୍ତୁର ପରିମାଣ ନିର୍ଣ୍ଣୟ କରିବା — To measure (the capacity or length and breadth etc).

[ଉ—ମୋହର ଏହି ପାଦ ତିନି, ମାପିଣ ଦିଅ ତୁ ମେଦିନୀ ଜଗନ୍ନାଥ. ଭାଗବତ ]

[ଦ୍ରଷ୍ଟବ୍ୟ —ହାତେ ମାପି ଚାଖଣ୍ଡେ ଚାଲିବା —ଢଗ—ଏହାର ଅର୍ଥ, ଉତ୍ତମ ରୂପେ ବୁଝି ବିଚାରି କୌଣସି କାମ କରିବା; କୌଣସି ବିଷୟ ବା କାର୍ଯ୍ୟ କରିବା ପୂର୍ବରୁ ଆଗ ପଛ ଭାବି କାର୍ଯ୍ୟ କରିବା ଯେପରି ବାଟ ଚାଲିବାବେଳେ ଆଗକୁ ଏକହାତ ମାପିଲେ ଆଗର ଏକହାତ ସ୍ଥାନର ଅବସ୍ଥା କିପରି, ତାହା ଜଣାଯାଏ; ଏହା ସ୍ଥିର କରି ସାରି ତହିଁ ମଧ୍ୟରୁ ଏକଚାଖଣ୍ଡ ସ୍ତାନରେ ଗୋଡ଼ ପକାଇଲେ ଆଉ ଭୟର କୌଣସି ଆଶଙ୍କା ନ ଥାଏ; ସେହିପରି କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବା ପୂର୍ବରୁ ତାହାକୁ ଉତ୍ତମରୂପେ ପରୀକ୍ଷା କରି କଲେ ବିପଦର ଆଶଙ୍କା ନ ଥାଏ ]