ମାନିବା
ମାନିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ମାନ୍ ଧାତୁ)
ସମ୍ପାଦନା- ୧. ମାନ୍ୟ କରିବା; ସମ୍ମାନ କରିବା; ସମ୍ମାନ ଚକ୍ଷୁରେ ଦେଖିବା —୧. To show respect; to honour; to do homage;
[ମନା(ନେ)ଇବା—ପ୍ରୟୋଜକରୂପ]
to esteem; to treat with due regard.
[ଉ—ମାନିଲେ ଦେବତା, ନ ମାନିଲେ ପଥର—ଢଗ]
- ୨. ଆଦେଶ ପାଳନ କରିବା —୨. To obey; to comply with an order.
[ଉ—ଧାଈ ଦମୟନ୍ତୀଙ୍କ କଥାକୁ ମାନଲା— କୃଷ୍ଣସିଂହ. ମହାଭାରତ. ବନ]
- ୩. ସଂକଳ୍ପ କରିବା; ଦେବତାଙ୍କ ଉଦ୍ଦେଶ୍ୟରେ କୌଣସି ପଦାର୍ଥ ଯାଚିବା; ମାନସିକ କରିବା; ମାନତ କରିବା; ଅଙ୍ଗୀକାର କରିବା — ୩. To make a vow or mental offering to a Deity; tio promise a votive offering to a Deity.
(ଯଥା—ମୁଁ ସତ୍ୟନାରାୟଣଙ୍କୁ ଷୋଳ ପାଲା ମାନିଛି)
ଅନୁବାଦ
ସମ୍ପାଦନା
|
- ୪. (ଅକର୍ମକ) ଶୋଭା ପାଇବା; ସୁନ୍ଦର ଦେଖା ଯିବା —୪. To look graceful.
[ଉ— ଭଲା ମାନୁଛି ଦେଖ, ସୁଧାମୟୂଖମୃଖ—କବିସୂର୍ଯ୍ୟ. କିଶୋର ଚନ୍ଦ୍ରାନନ୍ଦଚମ୍ପୂ. ଭ ଗୀତ]
- ୫. (ସକର୍ମକ) ଗ୍ରାହ୍ୟ କରିବା; ଖାତର କରିବା —୫. To care for.
[ଉ—ବୃଷ୍ଟି ବାରଣ ଛାତ୍ର ନ ପକଡ଼ି, ନ ମାନେ ନଭ ମାସ ନିଶାଝଡ଼ି— କବିସୂର୍ଯ୍ୟ. କବିତା]
ଅନୁବାଦ
ସମ୍ପାଦନା
|
- ୬. ଅନ୍ୟର ଅନୁରୋଧକୁ ବା ଉପଦେଶକୁ ଗ୍ରହଣ କରିବା —୬. To accept another's advice or request.
[ଉ—ଆରେ ଚଷା ଭାଇ ମାନ୍ ରେ, ଯହିଁ ପାଣି ତହିଁ ଧାନ୍ ରେ— କୃଷିବଚନ]
- ୭. (ସକର୍ମକ) (ଆପଣାର ଦୋଷ ବା ତ୍ରୁଟି ବହା ଅପରାଧ) ସ୍ୱୀକାର କରିବା —୭. To admit (one's guilt or fault)
- ୮. ସାକ୍ଷୀ ବା ମଧ୍ୟସ୍ଥରୂପେ କୌଣସି ବ୍ୟକ୍ତିକୁ ସ୍ୱୀକାର କରିବା ବା ଉଲ୍ଲେଖ କରିବା — ୮. To name or cite a person as witness or arbotrator.
(ଯଥା—ଏ ମକଦମାରେ ମୁଁ ଚାରି ଜଣ ଚଉହଦି ସାକ୍ଷୀ ମାନିବି)
ଅନୁବାଦ
ସମ୍ପାଦନା- ୯. (ଅକର୍ମକ) ରୂପକୁ ଚାହିଁ ଶୋଭା ପାଇବା; ସାଜିବା; ଦେଶକାଳ ପାତ୍ରକୁ ଚାହିଁ ଉପଯୁକ୍ତ ଦେଖାଯିବା —୯. To befit; to fit in; to suit.
[ଉ—ନାଥ ତୁଲେ ନାଟ, ବାଦ କରି ହଟ, ବୁଲା କି ଝୁଲା କି ମାନୁଥାଏ—କବିସୂର୍ଯ୍ୟ. କବିତା]
- ୧. (ଅକର୍ମକ) (ମନ) ରାଜି ହେବା; ବୁଝିବା — ୧୦. (the mind) To agree; to acknowledge.
- ୧୧. ଆୟତ୍ତରେ ରହିବା; ଆୟତ୍ତାଧୀନ ହେବା —୧୧. To be under control.
[ଦ୍ରଷ୍ଟବ୍ୟ — ହାତୀ ପରା ଜୀବ ଛାର ମାହୁନ୍ତକୁ ଠୁଲେ କି ଡରନ୍ତା ସେହି ? ମନ ମାନିଅଠଛି ବୋଲି ରହିଅଛି ଆଙ୍କୁଶା ଶିକୁଳି ସହି— ଶିଶୁ ଗୀତ]
- ୧୨. ବୋଧ କରିବା; ମନେ କରିବା — ୧୨. To think.
(ଯଥା—ମୁଁ ପରା ତା କଥାକୁ ହଦ୍ ମାନିଲିଣି)
- ୧୩. କୌଣସି ବିଷୟକୁ କର୍ଣ୍ଣପାତ କରିବା ବା ଭ୍ରୂକ୍ଷେପ କରିବା; ଖାତିର କରିବା — ୧୩. To mind or regard a thing or person.
- ୧୪. (ରାଣ ଆଦିକୁ) ସମ୍ମାନ କରି କାର୍ଯ୍ୟ କରିବା — ୧୪. To act by respecting of honouring a person's name when invoked.
(ଯଥା— ନଈ ବଢ଼ି କି ଦିଅଙ୍କ ରାଣ ମାନିବ?—ଢଗ)
- ୧୫. ଦକ୍ଷ, କ୍ଷମତାବାନ୍ ଯୋଗ୍ୟ, ପୂଜ୍ୟ ବା ଶ୍ରେଷ୍ଠ ବୋଲି ସ୍ୱୀକାର କରିବା; ଗଣନା କରିବା —୧୫. To admit a person as an excellent person; to count
(ଯଥା—ରାଜା ମହାରାଜାଙ୍କ ଭିତରେ ମୁଁ କେବଳ ଜଣକୁ ଅଭିମାନଶୂନ୍ୟ ବୋଲି ମାନେ)
- ୧୬. କଳ୍ପନା କରିବା — ୧୬. To imagine.
(ଯଥା—ଏ ବିଚିତ୍ର ବିଶ୍ୱର ଜଣେ ବିଶ୍ୱକର୍ମା ଅଛନ୍ତି ବୋଲି ମାନିବାକୁ ହେବ
- ୧୭. ସ୍ୱୀକୃତ ହେବା —୧୭. To agree.
(ଯଥା— ମହାରାଜ ସାହେବ ମୋ ପ୍ରସ୍ତାବ ଅନୁସାରେ ମୋ ପ୍ରସ୍ତାବ ଅନୁସାରେ ଚାନ୍ଦା ଦେବାକୁ ମାନିଲେ)
- ୧୮. ଅଙ୍ଗୀକାର କରିବା —୧୮. To promise.
- ୧୯. ଲକ୍ଷ୍ୟ କରିବା —୧୯. To notice.
[ଉ—ମାନି ନ ଥିଲେ ବିପତ୍ତି ହେଲା ପ୍ରାପତ—ଭଞ୍ଜ. ପ୍ରେମସୁଧାନିଧି]