ମାଣିକ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ମଣି=ରତ୍ନ+କୈ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ. ଯ)—ପଦ୍ମରାଗ ମଣି; ରକ୍ତବର୍ଣ୍ଣ ରତ୍ନ— ବିଶେଷ; ଚୁନ୍ନୀ —୧. Ruby; Rubinus.

[ଦ୍ରଷ୍ଟବ୍ୟ —ଏହା ଖଣିରୁ ବାହାରେ ବ୍ରହ୍ମଦେଶ, ଶ୍ୟାମ, ଲଙ୍କା, ମଧ୍ୟଆସିୟା, ୟୁରୋପ, ଅଷ୍ଟ୍ରେଲିଆରେ ମାଣିକ୍ୟର ଖଣି ଅଛି ରାସାୟନିକ ବିଶ୍ଳେଷଣଦ୍ୱାରା ଦେଖାଯାଇ ଅଛି ଯେ ଏଥିରେ ଆଲୁମିନିୟମ୍, ମାଗ୍ନେସିୟମ୍ ଓ ଅକ୍ସିଜେନ୍ ଅଛି ଗାଢନାଲି, ଫକ୍କାନାଲି


ଅନୁବାଦ ସମ୍ପାଦନା

ବା ଗୋଲାପୀ, ନାରଙ୍ଗୀ ଓ ବାଇଁଗଣୀ, ଏପରି ନାନା ବର୍ଣ୍ଣର ମାଣିକ୍ୟ ଅଛି ମାଣିକ୍ୟକୁ ସୋହାଗା ସଙ୍ଗେ ଅଧିକ ତାପରେ ତରଳାଇଲେ ଏହା କାଚ ପରି ତରଳି ଯାଏ ଓ ଏଥିର ବର୍ଣ୍ଣ ଉଭେଇ ଯାଏ ଯେଉଁ ମାଣିକ୍ୟ ଗାଢନାଲି ଓ ଯେଉଁ ମାଣିକ୍ୟକୁ ଅନ୍ୟ ମାଣିକ୍ୟରେ ଘଷିଲେ ଦାଗ ପଡ଼େ ନାହିଁ ତାହା ଉତ୍କୃଷ୍ଟ ବୋଲି ବିବେଚିତ ହୁଏ ପଦ୍ମପାଖୁଡା ବର୍ଣ୍ଣର ମାଣିକ୍ୟକୁ ପଦ୍ମରାଗ, ଗାଢ଼ରକ୍ତ ବା ଈଷତ୍ ନୀଳବର୍ଣ୍ଣର ମାଣିକ୍ୟକୁ ସୌଗନ୍ଧିକ, ପଳାଶଫୁଲ ପରି ତୋଫା ନାଲି— ରଙ୍ଗର ମାଣିକ୍ୟକୁ କୁରୁବିନ୍ଦ ଓ ନୀଳରକ୍ତ ମିଶ୍ରିତ ବର୍ଣ୍ଣର ମାଣିକ୍ୟକୁ ନୀଳଗନ୍ଧକ ବୋଲାଯାଏ ବୈଦ୍ୟକମତରେ ମାଣିକ୍ୟ ମଧୁର, ସ୍ନିଗ୍ଧ ଓ ବାତପିତ୍ତନାଶକ ଏଥିର ଚୁନାରେ ଅଳଙ୍କାର ଆଦି ଘଷାଯାଇ ପାଲିସ୍ କରାଯାଏ ହିନ୍ଦୀ - ଶ. ]

(ଯଥା—ରତ୍ନ ତଳେ ଟୀକା ଦେଖ )

୨. ଏକପ୍ରକାର ଉତ୍କୃଷ୍ଟ କଦଳୀ (ଦ୍ରବ୍ୟଗୁଣ)- ୨. A species of excellent plantain.
୩. ଆଠ— ପଳର ଏକ ମାନ —୩. A standard of weight of ୮ Paḻas.