ମାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଡ଼ାଇବା—ପ୍ରୟୋଜକରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଦ୍ ଧାତୁ=ମର୍ଦ୍ଦନ କରିବା; ତୁଳ ପ୍ରା. ମଡ଼୍ଡ) ସମ୍ପାଦନା

୧. (ସକର୍ମକ) ଉପରୂ ତଳକୁ ଚାପିବା — ୧. To press down from above.

[ଉ—ଦୁଃଶାସନକୁ ମୋ ମାଡୢ— ବସି ବଳେ, ପିଇଲା ରକ୍ତ ଭୀମ ଚଢ଼ି ବକ୍ଷସ୍ଥଳେ କୃଷ୍ଣସିଂହ, ମହାଭାରତ. ଆଦି ]

୨. ମର୍ଦ୍ଦନ କରିବା; ଦଳିବା; ମଳିବା —୨. To crush; to bruise.
୩. ଗୋଡ଼ରେ ଦଳିବା; ଗୋଡ଼ରେ ଚକଟିବା; ପାଦଦ୍ୱାରା ମର୍ଦ୍ଦନା ବା ଦଳନ କରିବା — ୩. To crush with the feet; to tread upon

[ଉ—ପକ୍ୱ ବଦରୀ, ଗଜମୁକୁତା, ବିବେକ ନ କରିଣ ମା଼ଡ଼ି ତା, ଗମିଲେ ସୈନ୍ୟ ଯେ ଭଞ୍ଜ ଲାବଣ୍ୟବତୀ]

୪. ଆକ୍ରମଣାର୍ଥ ଅଗ୍ରସର ହେବା; ଆଗକୁ ଗତି କରିବା — ୪. To advance; to set upon; to attack.

[ଉ—ଏ ସକାଶୁଁ କୁରୁଏ କରି ସିଂହରଡ଼ି, ଆସୁଛନ୍ତି ଆମ୍ଭର ଉପରକୁ ମା଼ଡ଼ି କୃଷ୍ଣସିଂହ. ମହାଭାରତ ଦ୍ରୋଣ ]

୫. (ଲତା) ଲଟାଇବା — ୫. To creep (said of creepers).

[ଉ— ତହିଁରେ ଲତା ମଧ୍ୟ ବହୁତ ମାଡ଼ିଲା କୃଷ୍ଣସିଂହ. ମହାଭାରତ ବନ ]

୬. ଆପଣାର ସୀମାକୁ ଲଙ୍ଘନ କରି ଅନ୍ୟ ବ୍ୟକ୍ତିର ସୀମାକୁ ଅଧିକାର ବା ପ୍ରବେଶ କରିବା — ୬. To overtop one's own boundary and set foot on another's ground; to encroach upon.

(ଯଥା—ତୋ ବାଡ଼ ମୋ ଜମିକୁ୪ ହାତ ମାଡ଼ିଅଛି)

୭. ପାଦ ପକାଇବା; ଚାଲିବା; ଗୋଡ଼ ଦେବା; ପ୍ରବେଶ କରିବା —୭. To set foot on. to pace; to walk; to enter.

[ଉ—ଏହିକ୍ଷଣି ମାଡୢବ ତୁମ୍ଭ ସ୍ୱର୍ଗପୁରୀ କୃଷ୍ଣସିଂହ ମହାଭାରତ . ବନ ]

୮. ଗ୍ରାସ କରିବା; ବିବାକ ଘୋଡ଼ାଇ ପକାଇବା; ଘୋଟିବା —୮. To overclpud; to completely envelop; to enshroud.

(ଯଥା—ଏଥରକ ଚନ୍ଦ୍ରଗ୍ରହଣ ବେଳେ ରାହୁ ଚନ୍ଦ୍ରଙ୍କର ବାରବିଶ୍ୱା ମାଡୢବ)

୯. (ବୃକ୍ଷର ଡାଳ ବା ଚେର ବା ଜଳ ଆଦି) କୌଣସି ସ୍ଥାନରେ ବିସ୍ତୁତ ହେବା —୯. To spread about (said of a tree or root or water); to spread over an area.

(ଉ—ବରଷା ବିପାକେ ବଢେ ସ୍ରୋତସ୍ୱତୀ, ମାଡ଼ଇ ସ୍ରୋତ ପ୍ରଖର ନନ୍ଦକିଶୋର ନିର୍ଝରିଣୀ)

୧. (ଯାଦୁ ବା ଛଉ ବା ରୋଗ) ଦେହ— ତମାମ୍ ବିସ୍ତୁତ ହେବା; ବ୍ୟାପିବା —୧୦. To spread over the body (said of ringworm etc. to pervade.

(ଉ—କି କରିବି ବାବୁ ମୁଁ ଏ ଅଣ୍ଟା— ଯାଦୁକୁ , ଅଣ୍ଟାଯାଦୁ ମାଡ଼ିଗଲା ପେଟ ତଳକୁ ସୁଆଙ୍ଗ, ଗୀତା)

୧୧. (ପୋଖରୀ, ପରିସ୍ରା, ହସ, ଲାଜ, ଡର ଆଦିର ବେଗ) ମନୁଷ୍ୟକୁ ଅଭିଭୂତ କରିବା; ଅନୁଭୂତ ହେବା — ୧୧. To attack or overtake a person (said of a strong tendency to laugh, to make water, to ease one's self, to fear to feel modest)

(ଯଥା—ମତେ ମୂତ ମାଡୢଲାଣି, ହଗ ମାଡିଲାଣି, ମନା କଥା ଶୁଣି ମତେ ହସ ମାଡ଼ୁଛି; ଭୂତର କାହାଣି ଶୁଣି ମତେ ଡର ମାଡ଼ିଲାଣି, ଦାଣ୍ଡଲୋକଙ୍କୁ ମୁହଁ ଦେଖାଇବାକୁ ମତେ ଲାଜ ମାଡ଼ୁଛି; ନିଦ ମାଡୢଲାଣି)

(ଉ— କୃଷ୍ଣବର୍ଣ୍ଣ ଶେଯେ ନ ମାଡ଼ଇ ନିଦ ଅଭିମନ୍ୟୁ ବିଦଗ୍ୱଚିନ୍ତାମଣି

୧୨. ବସ୍ତ୍ରାଦିକୁ ଏକ ସ୍ଥାନରେ ଉପର୍ଯ୍ୟୁପରି ଗଦା କରିବା — ୧୨. To heap up clothes etc. promiscuously or indiscriminately at a place.

(ଯଥା—ଓଦା ଲୁଗା ଗୁଡ଼ାକ ତିନି ଦିନ ହେଲା ଘର କଣରେ ମାଡ଼ି ଦେବାକୁ ଭଲ ରାଗି ଗଲେ)

୧୩. ଜୋର୍ପୂର୍ବକ ଚାପିବା —୧୩. To press tightly.

(ଯଥା—ଏ କଲମକୁ ମାଡିକରି ନ


ଅନୁବାଦ ସମ୍ପାଦନା

ଲେଖିଲେ କାଗଜରେ ଅକ୍ଷର ଭଲ ରୂପେ ଦେଖାଯିବ ନାହିଁ)

୧୪. ଛିଦ୍ର ଆଦିର ମୁଖ ବନ୍ଦ କରିବା ପାଇଁ ସେ ଛିଦ୍ରାରେ ଶିଠା, କନାବିଣ୍ଡା, ଠିପି ଆଦି ଚୁସ୍ତ୍କରି ଭରିବା — ୧୪. To thrust (a stopper) into; to push (a cork or gag) to a hole to stop it.

(ଯଥା—କଣା ଢାଳରେ ପୁଳାଏ ମହୁ ଶିଠା ମା଼ଡି ଦେଲେ କାମ ଚଳିଯିବା)

୧୫. (ଲକ୍ଷଣାର୍ଥ) କୌଣସି ପ୍ରସ୍ତାବକୁ ବା ଭାବକୁ ଗ୍ରହଣ କରିବା —୧୫. (figurative) To accept a proposal; to appreciate an idea.

(ଯଥା—ମୁଁ ତାଙ୍କୁ ଡାକ୍ତରୀ ପଢ଼ିବାକୁ ଯେତେ ବୁଝାଇଲି, ସେ ମୋ କଥାକୁ ଆଦୌ ମାଡ଼ିଲେ ନାହିଁ)

୧୬. ମୁହଁକୁ ଭୂମି ଆଡ଼କୁ ନତ କରିବା —୧୬. To hang down (one's head.

(ଯଥା—ସେ ମୁହଁଟାକୁ ତଳକୁ ମା଼ଡ଼ିଛି)

୧୭. (ଚଲିବା ପାଇଁ) ପାଦରେ (ଜୋତା ବା କଠାଉ) ସଂଯୁକ୍ତ କରିବା —୧୭. Put on shoes or sandals while walking.
୧୮. ଜୋର୍ ପୂର୍ବକ ପୂରାଇବା —୧୮. To thrust with force.
୧୯. ସ୍ପର୍ଶ କରିବା; ସୀମା ମଧ୍ୟକୁ ଯିବା —୧୯. To touch; to enter into the precincts or vicinity of.

(ଯଥା—ଆଜିକୁ ବରଷେ ହେବ ସେ ଆମ ଦୁଆର ମାଡ଼ୁ ନାହିନ୍ତି; ସେ ମୋ ଛାଇ ମାଡ଼ୁ ନାହିଁ, ମୁଁ ସେ ଅବୁଝାମଣା ରାଜ୍ୟର ତ୍ରିସୀମାକୁ ମାଡ଼ିବି ନାହିଁ ବୋଲି ସଂକଳ୍ପ କରିଛି)

୨. ବୁଝିବା; ହୃଦୟଙ୍ଗମ କରିବା —୨୦. To understand; to comprehend.

(ଯଥା—ଯେତେ ବୁଝାଇଲେ ସୁକୁମାରମତି ବାଳକମାନେ ବୀଜଗଣିତ ସମସ୍ୟାମାନ ମାଡ଼ୁ ନାହାନ୍ତି)

୨୧. ଅଗ୍ରସର ହେବା —୨୧. To progress; to advance.
୨୨. ଦେହରେ ଦୃଢ଼ତା ସହକାରେ ଗେଞ୍ଜି ଦେବା —୨୨. To poke or push something strongly an another.

(ଯଥା—ଦୁଷ୍ଟ ପିଲାଟା ମୋ ଦେହରେ ନିଆଁ ଖୁଣ୍ଟାଟାଏ ମାଡ଼ିବାକୁ ଦଉଡୢଛି)

୨୩. ମାଡ଼ି ଦେବା (ଦେଖ) - —୨୩. Māṟḍ̠i debā(See)

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା

ଲାଗିବା; ବେଧ ହେବା —To seem; to appear.

(ଯଥା—ମତେ ତା କଥା ଭଲ ମାଡ଼ୁଛି)