ମହାନଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ମହତୀ+ନଦୀ;କର୍ମଧା) ସମ୍ପାଦନା

୧. ବଡ଼ ନଦୀ; ପ୍ରକାଣ୍ଡ ନଦୀ; ପର୍ବତରୁ ବାହାରି ସମୁଦ୍ରରେ ପଡ଼ିଥିବା ନଦୀ —୧. A great river.

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

୧. ମଧ୍ୟପ୍ରଦେଶରୁ ବାହାରି ଓଡ଼ିଶା ବାଟେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଥିବା ନଦୀ —୧. The Mahānadī river which-passes through Orissa.

[ଦ୍ରଷ୍ଟବ୍ୟ —ମହାନଦୀ ମଧ୍ୟପ୍ରଦେଶସ୍ଥ ବସ୍ତର ରାଜ୍ୟରୁ ବାହାରି ଛତିଶଗଡ଼ ବିଭାଗର ରାୟପୁର ଜିଲ୍ଲା, ଓଡ଼ିଆର ସମ୍ୱଲପୁର ଜିଲ୍ଲା ଓ ସୋନପୁର, ବୌଦ, ଦଶପଲ୍ଲା, ଆଠମଲିକ, ନରସିଂହପୁର, ବଡ଼ାମ୍ୱା, ଆଠଗଡ଼ଆଦି ଗଡ଼ଜାତ ରାଜ୍ୟ ବାଟେ କଟକ ଜିଲ୍ଲାରେ ପ୍ରବେଶ କରି କଟକ ଜିଲ୍ଲାର ଫଲ୍ସଏଣ୍ଟ୍ଠାରେ ବଙ୍ଗୋପ ସାଗରରେ ପଡ଼ିଅଛି ଏଥିର ଗୋଟିଏ ଶାଖା କାଠଯୋଡ଼ୀରୁ ଯୋଡ଼ିଏ ଶାଖା ବାହାରି ପୁରୀଜିଲ୍ଲାରେ ଚିଲିକାରେ ଓ ସମୁଦ୍ରରେ ପଡ଼ିଅଛି ପୂର୍ବେ ମହାନଦୀର ନାମ ଚିତ୍ରୋତ୍ପଳା ଥିବାର କଥିତ ହସଦୁ, ତେଲ, କମାଇ, ରସ, ମେହରଣୀ, ଶାଲୁକୀ, ବାଘନଦୀ, ସାପୁଆ ଆଦି ମହାନଦୀର ଉପନଦୀ କାଠଯୋଡ଼ୀ, ଚିତ୍ରୋତ୍ପଳା, ବିରୁପା, ଲୁଣୀ ଓ ପାଇବା ଆଦି ମହାନଦୀର ଶାଖାନଦୀ ଏହି ନଦୀକୂଳରେ ସୋନପୁର, ସମ୍ୱଲପୁର, ବୌଦ, ବାଙ୍କୀ ଓ କଟକ ନଗରମାନ ଅବସ୍ଥିତ ପୁରୀଜିଲ୍ଲାର ସମସ୍ତ ନଦୀ ଏହି ମହାନଦୀର ଶାଖା କାଠଯୋଡ଼ୀରୁ ବାହାରି ଅଛି ]

୨. ଗଞ୍ଜାମ ଜିଲ୍ଲାର ଆସିବା ନିକଟରେ ପ୍ରବାହିତ ହେଉଥିବା ଏକ ନଦୀ —୨. The name of a river flowing by Aska in the Ganjam district.