ମରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

[ମରାଯି(ହେ)ବା—କର୍ମବାଚ୍ୟରୂପ]

(ମରାଇବା—ଣିଜନ୍ତରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃ. ଧାତୁ; ଅକର୍ମକ) ସମ୍ପାଦନା

୧. ମୃତ ହେବା; (ଜୀବ) ପ୍ରାଣତ୍ୟାଗ କରିବା —୧. To die; (said of living beings).
୨. ଅଦୃଶ୍ୟ ହେବା; ଲୁପ୍ତ ହେବା — ୨. To disappear; to cease.

(ଯଥା— ତିଅଣରୁ ପାଣି ମଲାଣି)

୩. ବିନଷ୍ଟ ହେବା; ଧ୍ୱଂସପ୍ରାପ୍ତ ହେବା —୩. To perish; to be destroyed or ruined.

[ଯଥା—ମଲମ ଲଗାଇବାରୁ ମୋ ଦେହରୁ ଯାଦୁ ଗଲା]

୪. ଶୁଷ୍କ ହେବା; ଶୁଖିଯିବା —୪. To dry up.

(ଯଥା—ଧାନଗଛ ଖରାରେ ମରିଲାଣି)

୫. ବିଶେଷ କଷ୍ଟ ବା ଦୁଃଖ ଭୋଗ କରିବା; ହୈରାମ ହେବା —୫. To suffer terribly.

[ଉ—ମାଳିଏ ମରନ୍ତି ଜରିମାନାଦେଇ ରାଧାନାଥ. ଦରବାର]

୬. କୌଣସି ଦଳର କ୍ରୀଡ଼ାରୁ ଅନ୍ତରିତ ହେବା —୬. To be out (said of a player in a game).

[ଦ୍ରଷ୍ଟବ୍ୟ —(କ୍ରୀକେଟ୍, ବୁଢ଼ିଆଣୀ ଓ ଡୁ ଡୁ ଖେଳରେ) କୌଣସି ଖେଳାଳି ପରାସ୍ତ ହେଲେ କ୍ରୀଡ଼ା ଭୂମିରୁ ଅନ୍ତରିତ ହୁଏ]

୭. (ପଶା, କଉଡ଼ି, ସତରଞ୍ଜି ବା ବାଘ— ବଜାରି ଖେଳରେ ଏକ ଖେଳାଳିର ସାର) ବିପକ୍ଷ ଦଳର ସାରଦ୍ୱାରା ମାଡ଼ ଖାଇବା — ୭. To be discarded or overtaken by an adversary's set or piece in a game (said of one player's set or piece in a game of dice, chese or cowrite being over taken or overpowered by another player's piece).

[ଦ୍ରଷ୍ଟବ୍ୟ —ସତରଞ୍ଜି ଖେଳରେ ହାତୀ, ଘୋଡ଼ା ଓ ପାଇକ ଆଦି ମରନ୍ତି]

୮. ଜୀବନଶକ୍ତି— ଶୂନ୍ୟ ହେବା —୮. To lose vitality.

(ଯଥା— ଜାଦୁ ଯୋଗୁଁ ନଖ ମରିଯାଏ)

୯. ଅତି ଲଜ୍ଜିତ ହେବା —୯. To be greatly humiliated

[ଉ—ମୋତେ ମାରନାଁ ମୁଁ ମଲିଣି, ଦୀପ ଲଗେଇ ଦେଖ୍ ପିଠି, ଲାଉ ଚୋର ଭାବ ପାଇଲିଣି—ଢଗ]

୧. ସଂଲଗ୍ନ କରାଯିବା; ମରାଯିବା —୧୦. To be attached or struck.

(ଯଥା—ଏ ଚିଠି ଲଫାପା ଉପରେ ପାଞ୍ଚ ପଇସିଆ ଟିକଟ ମରିଛି)

୧୧. ଝାଉଁଳିବା; (ବୃକ୍ଷାଦି) ବର୍ଦ୍ଧନଶକ୍ତିଶୂନ୍ୟ ହେବା —୧୧. To wither (said of plants).

[ଉ—ଆମ୍ୱ ଗଛରେ ପାଣି ଦଉଁ ଦଉଁ ଶିମ୍ୱ ଗଛ ମଲା—ଢଗ]

୧୨. ଜ୍ୟୋତିଃ ଶୂନ୍ୟ ହେବା —୧୨. To lose lustre.

(ଯଥା—ଜହ୍ନ ମରିବା)

୧୩. ଜଳୀୟାଂଶ ଶୁଷ୍କ ହେବାଦ୍ୱାରା ନିର୍ଜଳ ବସ୍ତୁରେ ପରିଣତ ହେବା —୧୩. To turn into a thing void of water by evaporation or heat.

(ଯଥା—ଲହୁଣୀରୁ ଘିଅ ମରେ, ନଡ଼ିଆ ରସରୁ ନଡ଼ିଆ ଘିଅ ମରେ)

୧୪. (ମନରୁ କ୍ରୋଧ ଆଦି) ଉପଶାନ୍ତ ହେବା —୧୪. To be assuaged.

(ଯଥା—ଏତେ ଦିନେ ତାଙ୍କର ମୋ ଉପରୁ ରାଗ ମରି ନାହିଁ)

[ଉ—ମରିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ, ମରି ଯିବା]