ମଣ୍ଡିବା
ମଣ୍ଡିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ମଣ୍ଡ୍ ଧାତୁ)
ସମ୍ପାଦନା- ୧. ଅଳଂକୃତ କରିବା; ଭୂଷିତ କରିବା —୧. To adorn; to decorate.
(ଉ—ଚନ୍ଦନ ଫୁଲେ ମଣ୍ଡିଥାଉ ନିଜ ଗାତ୍ର କୃଷ୍ଣସିଂହ. ମହାଭାରତ. ସଭା)
- ୨. ସଜାଇବା; ସଜ୍ଜିତ କରିବା —୨. To equip.
- ୩. ଶୋଭା ବଢ଼ାଇବା; ସୌନ୍ଦର୍ଯ୍ୟ ବୃଦ୍ଧିର ଉପାୟ କରିବା — ୩. To emhance the beauty or charm of a thing.
(ଉ—ଯଥାକାଳେ ଅଙ୍ଗମଣ୍ଡିଲା ଅଭିନବ ଯୌବନ ରାଧାନାଥ. ଚନ୍ଦ୍ରଭାଗା)
- ୪. ନିଜେ ପିନ୍ଧିବା —୪. To wear, to put on.
(ଉ— ଲୋପମୁଦ୍ରା ତା ଦେଖି ସ୍ନାନାଦାନ କଲେ, ଶୁଭ ମୃହୂର୍ତ୍ତେ ସେ ମଣ୍ଡନ ମଣ୍ଡିଲେ କୃଷ୍ଣସିଂହ. ମହାଭାରତ. ବନ)