ଭାଙ୍ଗିବା
ଭାଙ୍ଗିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଭନ୍ଜ ଧାତୁ)
ସମ୍ପାଦନା- ୧. (ସକର୍ମକ) ଭଗ୍ନ କରିବା; ଖଣ୍ଡ ଖଣ୍ଡ କରିବା —୧. To break; to break into pieces.
- ୨. (ଅକର୍ମକ) ତୁଟିବା; ଭଗ୍ନ ହେବା —୨. To be broken.
- ୩. (ସକର୍ମକ) କୌଣସି ବ୍ୟକ୍ତିର କଥାକୁ ରକ୍ଷା ନ କରିବା — ୩. To disregard a person's request.
[ଉ—ତା ଶୁଣି କେତେ ଋଷି ଶାସ୍ତ୍ରକୁ ପଢ଼ିଲେ, କେତେ ଋଷି ଯୁକ୍ତି କରି ତାହା ଭାଙ୍ଗି ଦେଲେ କୃଷ୍ଣସିଂହ. ମହାଭାରତ. ସଭା]
(ଭାଙ୍ଗିଦେବା—ସକର୍ମକ ଅନ୍ୟରୂପ)
(ଭାଙ୍ଗିଯିବା—ଅକର୍ମକ ଅନ୍ୟରୂପ)
- ୪. (ସକର୍ମକ) (ଆଦେଶ) ଅମାନ୍ୟ କରିବା; ଲଙ୍ଘନ କରିବା —୪. To disobey; to transgress.
(ଉ—ମୋ ଆଜ୍ଞା ଭାଙ୍ଗିଯିବା ତୋହର ଶକତି—କୃଷ୍ଣସିଂହ. ମହାଭାରତ. ବନ)
- ୫. (ସକର୍ମକ) (ପ୍ରସ୍ତାବ) ସ୍ଥଗିତ ରଖିବା —୫. To postpone or adjourn a proposal; to hold in abeyance.
- ୬. (ସକର୍ମକ) ଛାରଖାର କରିବା; ଧ୍ୱଂସ କରିବା; ବିନଷ୍ଟ କରିବା —୬. To destroy; to demolish.
(ଉ—ଯୁଦ୍ଧ କରି ଭାଙ୍ଗିବି ନୃପପରାକ୍ରମ— କୃଷ୍ଣସିଂହ ମହାଭାରତ. ସଭା)
- ୭. (ସକର୍ମକ) (ମଣ୍ଡଳ ଆଦି) ଅଙ୍କନ କରିବା —୭. To draw circles and figures.
- ୮. (ଅକର୍ମକ) (କଚିରି ଆଦିର କାର୍ଯ୍ୟ) ବନ୍ଦ ହେବା —୮. To be dismissed; to be closed (said of courts offices).
- ୯. ଦୁଇ ଜଣଙ୍କ ମଧ୍ୟରେ ମନୋବିବାଦ ଘଟାଇବା (ଯଥା—ସେ ଅମୁକ ଦୁଇ ଜଣଙ୍କ ମନ ଭାଙ୍ଗିଦେଲା) —୯. To cause dissension between two perrsons.
- ୧. (ସକର୍ମକ) (ମକଦ୍ଦମା) ଆଦି ଆପୋସିରେ ମୀମାଂସା କରିବା —୧୦. To settle (cases) amicably.
- ୧୧. (ସକର୍ମକ) (ପଡ଼ିଆ ଜମିକୁ) ଉଠିଆ କରିବା; ପଡ଼ିଆ ଜମିକୁ ହାଣି ମାରି ଚାଷ ଚମିରେ ପରିଣତ କରିବା —୧୧. To reclaim; to bring under cultivation.
- ୧୨. (ସକର୍ମକ) ଦୂର କରିବା — ୧୨. To remove.
(ଉ—ସେ ଅବା କିରୂପରେ ଭାଙ୍ଗିବେ ସନ୍ଦେହ କୃଷ୍ଣସିଂହ ମହାଭାରତ ବନ)
- ୧୩. (ସକର୍ମକ) ନିନ୍ଦିବା; ବଳିଯିବା —୧୩. To excel; to exceed.
(ଉ—ସିଂହୀ ସିଂହ ହସ୍ତୀ ହସ୍ତିନୀଠାକୁ ଗଲା, ଶୋଭାକୁ ଦ୍ରୋପଦୀଙ୍କ ଯିବାର ଭାଙ୍ଗିଲା— କୃଷ୍ଣସିଂହ ମହାଭାରତ ବିରାଟ)
- ୧୪. (ଗୋବରା ଚଢ଼େଇ ପାଳିବାବାଲାଙ୍କ ଭାଷା) (କୌଣସି ଗୋବରା ଚଢ଼େଇ) ଅନ୍ୟ ଚଢ଼େଇକୁ ବିବାଦରେ ଜିତିବା —୧୪. To defeat another bird in fight (said of a bulbul bird).
- ୧୫. (ପ୍ରାଚୀନ ଓଡ଼ିଆ) ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବା (ମାଦଳା ପାଞ୍ଜି) —୧୫. To retreat or flee away from a battle field.
- ୧୬. ଥରେ ବଳା ଯାଇଥିବା ଦଉଡ଼ିକୁ ଏକାଧିକ ସରି କରି ବଳିବା —୧୬. To twist strings or strands into a rope.
- ୧୭. (ସକର୍ମକ) ପେଟଟାଣିଲେ ପେଟ ଉପରେ ପାଣିପୂର୍ଣ୍ଣ କଂସା ବା ଅନ୍ୟ ବଡ଼ ପାତ୍ର ରଖି ସେହି ପାତ୍ର ମଧ୍ୟକୁ ଉପର୍ଯ୍ୟୁପରି ପାଣି ଅଜାଡ଼ିବା; (ଯଥା—ତା ପେଟରେ ପାଣି ଭାଙ୍ଗିଲେ ପେଟ— ଟଣା ବନ୍ଦ ହେବ) —୧୭. To repeatedly pour water into a big cup placed on the belly when there is some disorder in the stomach.
- ୧୮. (ଅକର୍ମକ) ନଦୀର ବନ୍ଧ ଆଦି ସ୍ରୋତର ବେଗରେ ନଷ୍ଟ ହେବା (ଯଥା—ନଈବଢ଼ିରେ ବନ୍ଧ ଭାଙ୍ଗିଗଲା) —୧୮. To give way; to be breached (said of a bank).
- ୧୯. ଲୁପ୍ତ ହେବା —୧୯. To disappear; to be gone.
(ଯଥା— ମେଘ ଭାଙ୍ଗି ଲାଣି; ବଳ ଭାଙ୍ଗିଲାଣି)
- ୨. (ସକର୍ମକ —ଲୁପ୍ତ କରିବା —୨୦. To cause to disappear.
(ଯଥା, ରୋଗ ମୋ ବଳ ଭାଙ୍ଗିଲାଣି)
- ୨୧. ପଣ୍ଡ କରିବା — ୨୧. To nullify.