ବୈଷ୍ଣବ
ବୈଷ୍ଣବ
ଉଚ୍ଚାରଣ
ସମ୍ପାଦନା(ବୈଷ୍ଣବୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଷ୍ଣୁ+ଉପାସକାର୍ଥେ. ଅ)
ସମ୍ପାଦନା- ୧. ବିଷ୍ଣୁ ସମ୍ୱନ୍ଧୀୟ —୧. Relating to Bishṇu.
- ୨. ବିଷ୍ଣୁ ପୂଜାରତ; ବିଷ୍ଣୁଭକ୍ତ —୨. Devoted to the worship of Bishṇu.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ବିଷ୍ଣୁ ଭକ୍ତ; ବିଷ୍ଣୁଙ୍କ ଉପାସକ —୧. A devotee of Bishṇu.
- ୨. ଅଷ୍ଟାଦଶ ମହାପୁରାଣନ୍ତର୍ଗତ ବିଷ୍ଣୁପୁରାଣ —୨. The Bishṇu Purāṇa.
- ୩. ହୋମଭସ୍ମ —୩. The ashes of sacrificial fire.
- ୪. ପ୍ରାଚୀନକାଳର ଯୁଦ୍ଧାସ୍ତ୍ରବିଶେଷ —୪. An ancient weapon of war.
- ୫. ସୁଦର୍ଶନଚକ୍ର —୫. The Discus weapon of Bishṇu.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବିଷ୍ଣୁଭକ୍ତ ସନ୍ନ୍ୟାସୀ — ୧. An anchorite devoted to Bishṇu.
[ଦ୍ରଷ୍ଟବ୍ୟ —ଗୃହତ୍ୟାଗୀ ବୈଷ୍ଣବଙ୍କ 'ନିହଙ୍ଗୀ' ଓ ଗୃହସ୍ଥ ବୈଷ୍ଣବଙ୍କୁ 'ଗୃହୀ' ବୋଲାଯାଏ ]
- ୨. ବୈରାଗୀ; ବାବାଜୀ —୨. An anchorite; a religious mendicant.
[ଦ୍ରଷ୍ଟବ୍ୟ —ବୈଷ୍ଣବର ପ୍ରକୃତିପ୍ରତ୍ୟୟଗତ ଅର୍ଥ ବିଷ୍ଣୁଭକ୍ତ ; କିନ୍ତୁ ସାଧାରଣତଃ ଶୈବ, ଶାକ୍ତ ଓ ବୈଷ୍ଣବ ଆଦି ସବୁ ପ୍ରକାରର ବୈରାଗୀଙ୍କୁ ବୈଷ୍ଣବ ବୋଲାଯାଏ ବୈଷ୍ଣବମାନଙ୍କର ଅନେକ ସମ୍ପ୍ରଦାୟ ଅଛି ଭିନ୍ନ ଭିନ୍ନ ଧର୍ମପ୍ରଚାରକଙ୍କ ନାମ ଅନୁସାରେ, ଦେଶ ଅନୁସାରେ, ଗୃହ ତ୍ୟାଗ କରିଥିବା ବା ନ କରିଥିବା ଅନୁସାରେ, ସ୍ଥାନ ଅନୁସାରେ ଓ ଉପାସ୍ୟ ଦେବତାଙ୍କ ନାମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟଙ୍କର ବିଭିନ୍ନ ନାମକରଣ ହୁଏ
ଧର୍ମପ୍ରଚାରକଙ୍କ ନାମାନୁସାରେ—ରାମାନନ୍ଦୀ, ନିମାଉତୀ, ଅତିବଡ଼ୀ ଓ ମାଧବାଚାର୍ଯ୍ୟ ଦେଶ ଅନୁସାରେ—ଗୌଡ଼ୀୟ ବା ଗଉଡ଼ିଆ ଗୃହତ୍ୟାଗ ଅନୁସାରେ—ଗୃହୀ, ନିହଙ୍ଗୀ, ବୈରାଗୀ ଓ ବିରକ୍ତ ବେଶ ଅନୁସାରେ—ନାଗା, ନଙ୍ଗୁଳୀ, କୁମ୍ଭୀପଟୁଆ, ଲେଙ୍ଗୁଟିଆ, ଜମାଉତ ଓ ମାଳିବନ୍ଧା ଉପାସ୍ୟ ଦେବତା ଅନୁସାରେ —ରାମାଉତୀ, ମହାବୀରିଆ ଓ ପରମାର୍ଥୀ ଇତ୍ୟାଦି ]
- ୩. ପୁରୁଷ ଲୋକଙ୍କୁ ଦିଆଯିବା ନାମ — ୩. A name given to males.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନାଗଞ୍ଜାମ ଜିଲ୍ଲାର ପାଟକ ବିଶେଷ —A caste of people in the district of Ganjam.