ବୁଲାଇବା
ବୁଲାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୁଲାଇବା
ଦେଶଜ - କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ)
ସମ୍ପାଦନା- ୧. (ସକର୍ମକ) ଗତି କରାଇବା; ଚାଳିତ କରିବା; ଘୂର୍ଣ୍ଣିତ କରାଇବା; ଘୂରାଇବା —୧. To cause a thing to turn round or whirl or revolve.
(ଉ—ଛଅଟି କୁମାର ସେ ଚକ୍ରକୁ ବେଢ଼ିଛନ୍ତି, ଧରି କରି ତାହାକୁ ବୁଲାଉ ଅଛନ୍ତି କୃଷ୍ଣସିଂହ. ମହାଭାରତ ଆଦି)
- ୨. (ସକର୍ମକ) କୌଣସି ବ୍ୟକ୍ତିକୁ ବହୁ ପଥ ଆକାରରେ ଭ୍ରମଣ କରାଇବା; ଚଳାଇବା —୨. To cause a person to walk a long way fruitlessly.
(ଉ—ବାଇଗଣି! ବୁଲେଇ ବୁଲେଇ ମାଇଲାଣି—ଢଗ)
- ୩. (ସକର୍ମକ) ଭ୍ରମଣ କରାଇବା; ଟହଲାଇବା — ୩. To cause to move or walk; to take out for an airing.
(ଯଥା—ଘୋଡ଼ାକୁ ନେଇ ପଡ଼ିଆରେ ବୁଲାଇ ଆଣ)
- ୪. (ସକର୍ମକ) କୌଣସି ବ୍ୟକ୍ତିଙ୍କ ସଙ୍ଗେ ଘେନି ବୁଲିବା —୪. To take with you a person for a walk.
(ଯଥା—ପଣ୍ଡା ଯାତ୍ରୀଙ୍କୁ ନେଇ ଦେଉଳ ବେଢ଼ା ଭିତରେ ବୁଲାଉଛନ୍ତି)
- ୫. (ସକର୍ମକ) କୌଣସି ପଦାର୍ଥକୁ ବା ହସ୍ତ ଆଦିକକୁ ଇତସ୍ତତଃ ଚାଳିବା; ଚାଳିତ କରିବା —୫. To move to & fro.
(ଉ—ଜିହ୍ୱା ବୁଲାଇ ବେନି କଳେ, ଯେସନେ ବିଜୁଳି ଚଞ୍ଚଳେ ଜଗନ୍ନାଥ. ଭାଗବତ)
- ୬. (ସକର୍ମକ) ବ୍ୟାୟାମ ବା ଆତ୍ମରକ୍ଷା ନିମନ୍ତେ ଖଡ୍ଗ, ଯଷ୍ଟି ବା ବନୋଟି ଆଦି ଚାଳିତ କରିବା —୬. To wave a stick, sword etc; to brandish; to flourish.
- ୭. (ଅକର୍ମକ) ମୁଣ୍ଡ ଶବ୍ଦ ସଙ୍ଗେ ଲାଗେ) ଘୂର୍ଣ୍ଣିତ ହେବାପରି ଅନୁଭୂତ ହେବା —୭. To feel dizzy; to have a whirling sensation.
(ଯଥା—୨ ହାତ ଉଚ୍ଚ ପୋଲ ଉପରେ ଠିଆ ହୋଇ ତଳକକୁ ଚାହିଁଲାରୁ ମୋ ମୁଣ୍ଡ ବୁଲାଇଲା)
- ୮. (ଅକର୍ମକ) (ଦେହ ଶବ୍ଦ ସଙ୍ଗେ ଲାଗେ) ବମନୋଦ୍ୱେଗ ହେବା —୮. To have a tendency to vomit.
- ୯. (ସକର୍ମକ) ଅନ୍ୟ ଦିଗକୁ ଫେରାଇବା — ୯. To turn to the opposite direction or to another direction.
(ଯଥା—ମଟରଗାଡ଼ିକୁ ପୂର୍ବଆଡ଼କୁ ବୁଲାଇ ରଖ)
- ୧. (ସକର୍ମକ) ଚତୁର୍ଦ୍ଦିଗରେ ପ୍ରଚାରିତ କରିବା —୧୦. To publish broadcast.
(ଯଥା—ଏ ଆଜ୍ଞାପତ୍ରିକାଟି ପାଞ୍ଚଖଣ୍ଡ ଗାଆଁରେ ବୁଲାଅ)
- ୧୧. (ଥାଳି, ଭିକ୍ଷାପାତ୍ର ଶବ୍ଦ ପରେ ଲାଗେ) ଉପସ୍ଥିତ ବ୍ୟକ୍ତିମାନଙ୍କ ଠାରୁ ଚାନ୍ଦା ବା ଭିକ୍ଷା ସଂଗ୍ରହ କରିବା ଉଦ୍ଦ୍ୟେଶରେ ଗୋଟିଏ ଥାଳିକୁ ବା ପାତ୍ରକୁ ସମସ୍ତଙ୍କ ପାଶରେ ଦେଖଖାଇ ଆଣିବା —୧୧. To take a tray round amongst assembled persons for begging subscription or alms.
- ୧୨. (ସକର୍ମକ) (ଦୃଷ୍ଟିକୁ ବା ଆଖିକୁ) ଏଣେ ତେଣେ ସଞ୍ଚାଳିତ କରିବା —୧୨. To turn one's eyes to defferent directions; to roll one's eyes.
[ଦ୍ରଷ୍ଟବ୍ୟ —ବୁଲାଇବା କ୍ରିୟାର ଅସମାପିକାରୂପ ପରେ ଦେବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ ଓ ଭିନ୍ନ ଭିନ୍ନ ଅର୍ଥରେ ଆଣିବା, ନେବା, ପକାଇବା ଆଦି କ୍ରିୟା ଯୁକ୍ତ ହୁଏ, ଯଥା— ଘୋଡ଼ାକୁ ବୁଲିଇ ଆଣ, ପିଲାକୁ ବଜାର ବୁଲାଇ ନିଅ, ଗୋଡ଼କୁ ଖାଲକୁ ବଞ୍ଚାଇ କରି ବୁଲାଇ ପକାଅ]