ବୁଦ୍ଧି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବିଧ୍ ଧାତୁ+ଭାବ. ତି)

ସମ୍ପାଦନା
୧. ଜ୍ଞାନ —୧. Knowledge.
୨. ବୋଧ ଶକ୍ତି —୨. Intelligence; understanding; perception.
୩. ମତି; ମନର ନିଶ୍ଚାୟାତ୍ମିକା ବୁଦ୍ଧି; ମନୋବୃତ୍ତିବିଶେଷ —୩. Conviction.
୪. (+କରଣ. ତି) ଚିତ୍ତବୃତ୍ତି; ଅନ୍ତଃକରଣ — ୪. Mind; the heart.
୫. (+କର୍ମ. ତି) ମହତ୍ତତ୍ତ୍ୱ — ୫. The primary faculty or intellect.

[ଦ୍ରଷ୍ଟବ୍ୟ —ବେଦାନ୍ତ ଦର୍ଶନ ମତରେ ବୁଦ୍ଧି ଅନ୍ତଃକରଣର ଚାରଟି ବୃତ୍ତି (ମିନଃ, ବୁଦ୍ଧି, ଚିତ୍ତ, ଅହଙ୍କାର) ମଧ୍ୟରୁ ୨ୟ ବୃତ୍ତି ଅଟେ ଏହା ନିତ୍ୟ ଓ ଅନିତ୍ୟ ଭେଦରେ ୨ ପ୍ରକାର ନିତ୍ୟବୁଦ୍ଧି ପରମାତ୍ମାଙ୍କର ଓ ଅନିତ୍ୟବୁଦ୍ଧି ଜୀବର ସାଂଖ୍ୟ ମତରେ ତ୍ରିଗୁଣାତ୍ମିକା ପ୍ରକୃତିର ପ୍ରଥମ ବିକାର ବୁଦ୍ଧିତତ୍ତ୍ୱ ଅଟେ ଓ ଏହାକୁ ମହତ୍ତତ୍ତ୍ୱ ବୋଲାଯାଏ ସାଂଖ୍ୟମତରେ ଜଗତ୍ ଯେତେବେଳେ ସୁଷପ୍ତାବସ୍ଥାରୁ ଜାଗ୍ରତ ହେଲା, ସେତେବେଳେ ପ୍ରଥମେ ଏହି ମହତ୍ତତ୍ତ୍ୱର ବା ବୁଦ୍ଧିତତ୍ତ୍ୱର ବିକାଶ ହେଲା ନୈୟାୟିକମାନେ ବୁଦ୍ଧିତ୍ତ୍ୱର ଅନୁଭୂତି ଓ ସ୍ମୃତି ଏହି ଦୁଇ ଭେଦକୁ ସ୍ୱାକାର କରନ୍ତି କେତେକଙ୍କ ମତରେ ବୁଦ୍ଧର ଇଷ୍ଟାନିଷ୍ଟ, ବିପତ୍ତି, ବ୍ୟବସାୟ, ସମାଧିତା, ସଂଶୟ ଓ ପ୍ରତିପତ୍ତ, ଏହି ପାଞ୍ଚଗୁଣ ଓ ଅନ୍ୟ କେତେକଙ୍କ ମତରେ ବୁଦ୍ଧିର ଶୁଶ୍ରୁଷା, ଗ୍ରହଣ, ଶ୍ରବଣ, ଧାରଣ, ଊହ, ଉପୋହ ଓ ଅର୍ଥବିଜ୍ଞାନ ଏହି ସାତଗୁଣ ଅଛି ପାଶ୍ଚାତ୍ୟ ପଣ୍ଡିତମାନେ ଅନ୍ତଃକରମ ସବୁ ବ୍ୟାପରର ସ୍ଥାନ ମସ୍ତିଷ୍କ ଥିବାର ସ୍ଥିର କରନ୍ତି; ବୁଦ୍ଧି ଏକ ପ୍ରାକୃତିକ ଶକ୍ତି ଅଟେ, ତଥାପି ଜ୍ଞାନ ଓ ଅନୁଭବର ସହାୟତାରେ ଏଥିର ବିକାଶ ହୁଏ ବୁଦ୍ଧିର ଅନ୍ୟ ସଂସ୍କୃତି ପ୍ରତିଶବ୍ଦ ମନୀଷା, ଧୀଷଣା, ଧୀ, ପ୍ରଜ୍ଞା, ମତି ପ୍ରେକ୍ଷା, ଚିତ, ଚେତନା, ଧାରଣ, ପ୍ରତିପତ୍ତି, ମେଧା, ମନ, ମନସ୍, ଜ୍ଞାନ, ବୋଧ, ପ୍ରତିଭା, ବିଜ୍ଞାନ ଓ ସଂଖ୍ୟା ===

ହିନ୍ଦୀ - ଶ. ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମନବିଚକ୍ଷଣତା — ୧. Sharpness of intellect.
୨. ମନର ଗତି —୨. Tendency of mind; the bent of mind.
୩. ପରାମର୍ଶ; ଉପଦେଶ —୩. Advice.

(ଉ—ବୁଦ୍ଧିଦେଇ କରିବ ବଂଶଯାକ ଲୋପ କୃଷ୍ଣସିଂହ. ମହାଭାରତ ବନ)

୪. ବିବେଚନା ଶକ୍ତି —୪. Reasoning faculty.
୫. ଉପସ୍ଥିତ ବୁଦ୍ଧି —୫. Presence of mind.

[ଦ୍ରଷ୍ଟବ୍ୟ —ବୁଦ୍ଧି କହିଲେ ଆମ୍ଭେମାନେ ସାଧାରଣତଃ୪ଟି ଅର୍ଥ ବୁଝିଥାଉଁ—ଯଥା—କ କୌଣସି ବିଷୟରେ ହଠାତ୍ ପ୍ରବେଶ କରି ତାହା ବୁଝିବାର ଶକ୍ତି —a. Intelligence; sense of understanding

(ଯଥା—ସେ ପିଲାଟିର ବୁଦ୍ଧି ସରସ ନୁହେଁ)

ଖ ହିତାହିତ ବିବେଚନା ଶକ୍ତି —b. The power of destinguishing good from bad; power of discrimination; discretion.

ଗ ଉପାୟ —c. Means Expedient.

(ଉ—ବତେର ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ ତଗ ଘ ସାଂସାରିକ ଜ୍ଞାନ; ବିଷୟବୁଦ୍ଧି — d. Worldly wisdom; common sense.

କୌଣସି ବିଷୟକୁ ଜାଣିବାର ବା ବୁଝି ପାରିବାର ନାମ ଜ୍ଞାନ; ଅନେକ ବିଷୟରେ ଜ୍ଞାନ ଦୃଢ଼ ହେଲେ ତାହା ଅଭିଜ୍ଞତା; ଧ୍ୟାନଦ୍ୱାରା ସତ୍ୟକୁ ହୃଦୟଙ୍ଗମ କରିବା ପ୍ରଜ୍ଞା; ଧ୍ୟାନ ଓ ଧାରଣ ଶକ୍ତିର ନାମ ଧ୍ରୀ; ପ୍ରବୃତ୍ତିମୂଳକ ଜ୍ଞାନ—

ଶକ୍ତିକୁ ମତି; ନିଶ୍ଚୟାତ୍ମିକା ମନୋବୃତ୍ତିକୁ ବୁଦ୍ଧି ବୋଲା— ଯାଏ—କିନ୍ତୁ ସାଧାରଣତଃ ଏହି ସମସ୍ତ ବୃତ୍ତିକୁ ଆମ୍ଭେମାନେ 'ବୁଦ୍ଧି' ବୋଲି କହିଥାଉଁ]