ବୁଢ଼ିଆଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମାକଡ଼ସା; ଅଷ୍ଟପଦୀ ପକ୍ଷହୀନ କୀଟ ବିଶେଷ —୧. A spider; Aranæ

[ଦ୍ରଷ୍ଟବ୍ୟ — ବୁଢ଼ିଆଣୀର ଉଦରରେ ସୂତା କାଟିବାର ଯନ୍ତ୍ର ଅଛି ସେଥିରୁ ନାଳ ବହି ସୂତା ଆକାରରେ ପରିଣତ ହୁଏ, ସେହି ସୂତାରେ ବୁଢ଼ିଆଣୀ ଶୂନ୍ୟ ମାର୍ଗରେ ଜାଲ ବୁଣେ ଓ ସେ ଜାଲରେ କୀଟ ପତଙ୍ଗ ଆଦି ପଡ଼ିଲେ ସେମାନଙ୍କୁ ଧରି ଆହାର କରେ]

୨. ଶିଶୁମାନଙ୍କର ଏକ ପ୍ରକାର ଲୁଚିକାଳି ଖେଳ — ୨. A kind of indoor game of hide and seek amongst dhildern.

[ଦ୍ରଷ୍ଟବ୍ୟ —ଏଥିରେ ଜଣେ ପିଲା ବୁଢ଼ୀ ବା ବୁଢ଼ୀଆଣି ହୋଇ ମଝିରେ ବସେ; ଜଣେ ପିଲା ଚୋର ହୁଏ; ତା ଆଖି ବୁଜା ହେବା ବେଳେ ଅନ୍ୟ ପିଲାମାନେ ଲୁଚନ୍ତି; ତା ପରେ ଚୋରର ଆଖି ଫିଟାଇ ଦିଆଯାଏ ଓ ସେ ବୁଢ଼ିଆଣୀର ଚାରି ପାଖରେ ବୁଲୁ ଥାଏ ଓ ଛକି ଥାଏ କିଛିକ୍ଷଣ ପରେ ଲୁଚିଥିବା ପିଲାମାନେ ଆସି ବୁଢ଼ିଆଣୀକୁ ଛୁଇଁବାକୁ ଚେଷ୍ଟା କରନ୍ତି ତହିଁ ମଧ୍ୟରୁ ଯେଉଁ ପିଲା ପିଲା ବୁଢ଼ିଆଣୀକୁ ଛୁଇଁ ପକାଇବା ପୂର୍ବରୁ ଚୋର ତାକୁ ଛୁଇଁ ଦିଏ ସେ ପୁଣି ଚୋର ହୁଏ ]