ବୁଡ଼ା(ଡ଼େ)ଇବା
ବୁଡ଼ା(ଡ଼େ)ଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ବ୍ରୁଡ଼୍, ବୁଡ଼ ଧାତୁ ବୁଡ଼ିବା କ୍ରିୟାର ଣିଜନ୍ତରୂପ)
ସମ୍ପାଦନା- ୧. ଡ଼ୁବାଇବା; ଅନ୍ୟ ବ୍ୟକ୍ତିର ବା ବସ୍ତୁର ଡ଼ୁବିବାର ଉପାୟ କରିବା —୧. To cause to sink or dive.
- ୨. କୌଣସି ବ୍ୟକ୍ତିକୁ ବା ପଦାର୍ଥକୁ ଜଳମଗ୍ନ କରିବା; ଜଳରେ ନିମଜ୍ଜିତ କରିବା —୨. To immerse or plunge a person or thing in water.
(ଯଥା—ଶାଳଗ୍ରାମକୁ ପ୍ରତିଦିନ ମୁଁ ଜଳରେ ବୁଡ଼ାଏଁ )
- ୩. (ଲକ୍ଷଣାର୍ଥ) ଅନ୍ୟବ୍ୟକ୍ତିକୁ ଦେୟ ଅର୍ଥ ବା ଅନ୍ୟ ବ୍ୟକ୍ତିର ପ୍ରାପ୍ୟ ଧନକୁ ବା ପଦାର୍ଯକୁ ବହୁକାଳ ପର୍ଯ୍ୟନ୍ତ ନ ଦେବା; ମାଡ଼ି ବସିବା —୩. (figurative) To withhold payment or delivery; to deprive a person of the receipt of his due by nonpayment.
(ଯଥା— ମୋ ସ୍ୱର୍ଗୀୟ ପିତାଙ୍କ ଚାକିରି ବାବତ୍ ବାକି ଦରମାତକ ତାଙ୍କ ଅନ୍ତେ ମୁଁ ସାଆନ୍ତଙ୍କୁ ମାଗି ମାଗି ଥକିଲି, ତାକୁ ସାଆନ୍ତ ବୁଡ଼ାଇ ଦେଲେ )
- ୪. (ଲକ୍ଷଣାର୍ଥ) ବହୁକାଳ ପର୍ଯ୍ୟନ୍ତ, ଅର୍ଥାତ୍ ନିର୍ଦ୍ଦିଷ୍ଟ କାଳ ଅତୀତ ହେବାର ପରବର୍ତ୍ତୀକାଳ ପର୍ଯ୍ୟନ୍ତ ଅନ୍ୟ ବ୍ୟରକ୍ତି ଦେୟକୁ ନ ଦେଇ ତାହାକୁ ଆଇନ୍ ଅନୁସାରେ ଆଦାୟର ଅଯୋଗ୍ୟ କରାଇବା; ପରର ପ୍ରାପ୍ୟ ତମାଦି କରାଇବା — ୪. (figurative) To cause a person's due to be barred by Iapse of time
(ଯଥା— ତମସୁକ ବାବାତ୍ ଟଙ୍କାତକ ମୁଁ ଖାତକକୁ ମାଗି ମାଗି ଥକିଲି ସେ ୩ ବର୍ଷ କାଳ ଟାଳଟଳ କରି ଶେଷକୁ ମୋ ଟଙ୍କାତକ ବୁଡ଼ାଇ ଦେଲା )
- ୫. (ଲକ୍ଷଣାର୍ଥ) ବ୍ୟବସାୟରେ ଖଟା ଯାଇଥିବା ମୂଳଧନର ବିନାଶ ଘଟାଇବା; ଧନ ନଷ୍ଟ କରାଇବା —୫. (figurative) To cause the extinction or loss of capital invested in a business.
- ୬. (ଲକ୍ଷଣାର୍ଥ) ବିନାଶ କରିବା —୬. (figurative) To destroy; to ruin.
[ଉ—ବୁଡ଼ାଇବା ତା ସମ୍ପଦ କହି ରାଘବଙ୍କୁ ଭଞ. ବୈଦେହୀଶବିଳାସ ]
- ୭. (ଲକ୍ଷଣାର୍ଥ) କୈଣସି ବଂଶଗତ ବା ଦେଶ ପ୍ରଚଳିତ ପ୍ରଥାକୁ ପାଳନ ନ କରି ଲୁପ୍ତ କରାଇବା —୭. (figurative) To make a custom or practice oberving it; to discontinue a custom or long-standing practice.
(ଯଥା—ଆଜିକାଲିର ଇଂରେଜି ପାଠୁଆ ପାଠୋଈମାନେ ପୁରୁଣା—କାଳିଆ ରୀତିଯାକ ବୁଡ଼ାଇଲେଣି )
- ୮. (ଲକ୍ଷଣାର୍ଥ) କୁକ୍ରିୟାଦ୍ୱାରା ଆପଣାର କୁଳକୁ କଳଙ୍କିତ କରିବା; ବଂଶର ମର୍ଯ୍ୟଦାକୁ ବା ସୁନାମକୁ ଲୁପ୍ତ କରାଇବା — ୮. (figurative) To cause the loss of the prestige of one's family by doing evil acts.
(ଯଥା—ସେ ବାପଅଜାଙ୍କ ନାଆଁ ବୁଡ଼େଇଲା )
- ୯. (ଲକ୍ଷଣାର୍ଥ) ପରର ନାମରେ କଳଙ୍କ ବା ମିଥ୍ୟା ଅପବାଦ ରଟନା କରିବା; ଅନ୍ୟକୁ କଳଙ୍କମଗ୍ନ କରାଇବା — ୯. (figurative) To scandalise a person; to slander.
- ୧. (ଲକ୍ଷଣାର୍ଥ) ଅବିବାହିତ ରହି କିମ୍ୱା ବନ୍ଧ୍ୟୁତ୍ୱ ଦୋଷରୁ ସନ୍ତାନାଦି ପ୍ରଜନନ ନ କରିବାଦ୍ୱାରା, କିମ୍ୱା ବଂଶର ସନ୍ତାନମାନଙ୍କ ମୃତ୍ୟୁର କାରଣ ହେବାଦ୍ୱାରା ଆପଣାର ବଂଶର ଲୋପ ଘଟାଇବା — ୧୦. (figurative) To be the cause of the extniction of a family by remaining unmarried or on account of barrenness or killed.
(ଉ— ଘେନିଗଲା କେଉଁଆଡ଼େ ସେ ଉଡ଼ାଇ, କି କରିବି ଘର ମୁଁ ବସିଛି ବୁଡ଼ାଇ—କୃଷ୍ଣସିଂହ ମହାଭାରତ ବନ )
- ୧୧. (ଲକ୍ଷଣାର୍ଥ) ପରର ପରିବାର ମଧ୍ୟରେ ଅନ୍ତର୍ବିବାଦ ଉପସ୍ଥିତ କରାଇ ଉକ୍ତ ପରିବାରର ଧ୍ୱଂସ ଘଟାଇବା —୧୧. (figurative) To bring about the ruin of a family by fomenting internal dissensions in it.
- ୧୨. ଜଳ ପ୍ଳାବିତ କରିବା —୧୨. To overflow; to inundate.
(ଉ— ବେଙ୍ଗୁଲି ବେଙ୍ଗୁଲି ! ପାଣି ଦେ, ନଈ ବଢ଼ି ବୁଢ଼େଇ ଦେ—ଶିଶୁଗୀତ)
- ୧୩. (ଲକ୍ଷଣାର୍ଥ) ନିର୍ଦ୍ଦିଷ୍ଟକାଳ ମଧ୍ୟରେ ଋଣ ପରିଶୋଧ ନ କରିବାଦ୍ୱାରା ଋଣପାଇଂ ଆବଦ୍ଧ ବା ବନ୍ଧା ଦିଆ ଯାଇଥିବା ସମ୍ପତ୍ତିକୁ ମୁକୁଳାଇ ନ ପାରିବା — ୧୩. (flgurative) To cause a mortgaged or pledged peoperty to become forfeited or unredeemable by nonpayment of the loan during the specifled time-limit; to cause the foreclosure of a mortgaged property.
- ୧୪. (ଲକ୍ଷଣାର୍ଥ) (ଉଚ୍ଚତର ସ୍ୱର) ନିମ୍ନତର ସ୍ୱରକୁ ଅନୁଭୂତି କରାଇ ନ ଦେବା —୧୪. (figurative) (said of louder sound) To cause a feebler sound not to be distingushed; to drown a feebler sound by its loudness.
(ଯଥା—ସମୂଦ୍ର ଗର୍ଜନ ମୋ କାନ୍ଦୁଣା ସ୍ୱରକୁ ବୁଡ଼ାଇ ଦେଲା)
- ୧୫. (ଲକ୍ଷଣାର୍ଥ) (ଅଧିକତର କଡ଼ା ସ୍ୱାଦ ବା ଗନ୍ଧବିଶିଷ୍ଟ ବସ୍ତୁ) କୋମଳତର ସ୍ୱାଦ ବା ଗନ୍ଧବିଶିଷ୍ଟ ବସ୍ତୁର ସ୍ୱାଦକୁ ବା ଗନ୍ଧକୁ ଅନୁଭୂତ କରାଇ ନ ଦେବା — ୧୫. (figurative) (said of a thing with a stronger scent or stronger small) To drown the taste or small of a lesser thing by its stronger taste or smell.
(ଯଥା—ଏ ତିଅଣରେ ବହୁତ ଲୁଣ ପଡ଼ିବାରୁ ଲୁଣ ଏଥିରେ ମିଠାପଣକୁ ବୁ଼ଡ଼ାଇଦେଲା; ଫିନ୍ଇଲ୍ ଗନ୍ଧ ଅତର ଗନ୍ଧକୁ ବୁଡ଼ାଇଦିଏ)
- ୧୬. (ଲକ୍ଷଣାର୍ଥ) (ଗୁରୁତ୍ୱର ଘଟନା) ଲଘୁ— ତର ଘଟନାର ଗୁରୁତ୍ୱର ଉପଲବ୍ଧ କରାଇ ନ ଦେବା —୧୬. (figurative) (said of a more serious matter or event) To drown the seriousness or importance of a less serious matter
(ଯଥା—ତାଙ୍କର ପୁତ୍ରଶୋକ ଧନନାଶ ଦୁଃଖକୁ ବୁଡ଼ାଇ ଦେଲା)
- ୧୭. (ଲକ୍ଷଣାର୍ଥ) (ଉଜ୍ଜଳତର ବସ୍ତୁ) ଔଜ୍ଜଲ୍ୟଦ୍ୱାରା କମ୍ ଉଜ୍ଜ୍ୱଳ ବସ୍ତୁର ଔଜ୍ଜଲ୍ୟକୁ ଉପଲବ୍ଧି କରାଇ ନ ଦେବା —୧୭. (figurative) (said of a brighter thing) Nor to cause the colour of a less bring to be noticed by its brighter effulgence.
(ଯଥା—ଆଲକାତରା ଚନ୍ଦନକୁ ବୁଡ଼ାଇଦେଲା)
[ଦ୍ରଷ୍ଟବ୍ୟ —କୌଣସି ଉଚ୍ଚତର ବସ୍ତୁ ବା ଘଟନା ବା ଚିନ୍ତା ନିମ୍ନତର ବସ୍ତୁର, ଘଟନାର ବା ଚନ୍ତାର ବିଶିଷ୍ଟତାକୁ ଅନୁଭୂତ କରାଇ ନ ଦେଲେ ଉଚ୍ଚତର ବସ୍ତୁ ନୀଚତର ବସ୍ତୁକୁ 'ବୁଡ଼ାଇଦେଲା' ବୋଲି କୁହାଯାଏ]
- ୧୮. (ଲକ୍ଷଣାର୍ଥ) ବହୁପରିମାଣରେ ଜଳୀୟ ବସ୍ତୁ ବା ଧୂଳି ବା ମଇଳା ଢାଳିବା ବା ଦେହ ତମାମ ଅଜା଼ଡ଼ି ଦେବା —୧୮. (figurative) To pour any liquid or dust of filth all over one's body in a large quantity.
(ଯଥା—ହୋରି ସମୟରେ ଅବିରରେ ଓ ପିଚିକାରିରେ ଗାଁଆଁର ପିଲାମାନେ ମତେ ବୁଡ଼ାଇଦେଲେ)
- ୧୯. (ଲକ୍ଷଣାର୍ଥ) ବହୁପରିମାଣରେ ବା ପ୍ରଚୁରଭାବରେ ଖାଦ୍ୟାଦି ବିତରଣ କରିବା ୧୯. (figurative) To distribute or serve up any food in profusion.
(ଯଥା—ବାବୁ ଆମକୁ ତାଙ୍କ ପୁଅ ବିଭାଘର ସମୟରେ ଖିରି ପିଠାରେ ବୁ଼ଡ଼ାଇ ଦେଲେ)
- ୨. (ଲକ୍ଷଣାର୍ଥ) କୌଣସି ବିଷୟକୁ ଗୋପନ କରିବା; ଘୋଡ଼ାଇବା —୨୦. (figurative) To conceal; to hide; to hush up.
(ଯଥା—ନରହତ୍ୟା ଅପରାଧକୁ କେତେ ଦିନ ସରକାରଙ୍କଠାରୁ ବୁଡ଼ାଇକରି ରଖିବା ?)
- ୨୧. (ଲକ୍ଷଣାର୍ଥ) ମନୁଷ୍ୟକୁ ପ୍ରେମାଦିଦ୍ୱାରା ବାନ୍ଧିପକାଇବା; ପ୍ଳାବିତ କରିବା ପରି ବିଶେଷ ପ୍ରେମ ଆଦି ଦେଖାଇ ମନୁଷ୍ୟକୁ ଆପ୍ୟାୟିତ କରିବା —୨୧. (figurative) To overpower or greatly oblige a person with excessive love or fondness.
- ୨୨. (ଲକ୍ଷଣାର୍ଥ) ନିଜର ହୃଦୟକୁ ଅନ୍ୟ ବ୍ୟକ୍ତିଙ୍କୁ ପୂର୍ଣ୍ଣରୂପେ ସମର୍ପଣ କରିବା —୨୨. (figurative) To devote or surrender one's heart complefely to another person.
[ଉ—ଚିତ୍ତକୁ ତୁମ୍ଭଠାରେ ଦେଇଣ ବୁଡ଼ାଇ, ଦିଏଟିକି ତୁମ୍ଭର ଶତ୍ରୁକୁ ଉଡ଼ାଇ— କୃଷ୍ଣସିଂହ ମହାଭାରତ. ସଭା]
- ୨୩. (ଲକ୍ଷଣାର୍ଥ) କୌଣସି ବସ୍ତୁର ବା ବ୍ୟକ୍ତିର ଉତ୍ସନ୍ନଦଶା ଘଟାଇବା; ବିନାଶ ସାଧନ କରିବା —୨୩. (figurative) To cause ruin.
(ଯଥା— ୨୪: ଜଣ ମାମଲତକାର ପଶି ଏ ଗାଁଆଟାକୁ ମାମଲା ମତଦ୍ଦମାରେ ବୁଡ଼ାଇ ଦେଲେ)
- ୨୪. ବିଗାଡ଼ିଦେବା; ନଷ୍ଟ କରିଦେବା —୨୪. To spoil
(ଯଥା—ମୋର କେଡ଼େ ବଡ଼ ସୁଖ ତୁ ପଦେ କଥାରେ ବୁଡ଼ାଇଦେଲୁ)
- ୨୫. ଆଚ୍ଛାଦିତ କରିବା; ଘୋଡ଼ାଇ ପକାଇବା —୨୫. To overshadow; to cover up
(ଯଥା— ମେଘ ଚନ୍ଦ୍ରକୁ ବୁଡ଼ାଇଛି)
- ୨୬. ଖ୍ରୀଷ୍ଟଧର୍ମରେ ଦୀକ୍ଷିତହେବା ବ୍ୟକ୍ତିକୁ ବା ଶିଶୁକୁ ଡୁବନ କୁଣ୍ଡରେ (ପାଦ୍ରୀ) ଡୁବାଇବା —୨୬. To baptise.
- ୨୭. (ଲକ୍ଷଣାର୍ଥ) ଲୋପ କରିବା —୨୭. (figurative) To cause to disappar.
[ଉ—ତାହା ଦେଖି ସେହିକ୍ଷଣି ମୋର ବ୍ୟଥା ଜାତ, ହୋଇ ବୁଡ଼ାଇଣ ଦେଲା ମୋର ଧୌର୍ଯ୍ୟ ଚିତ୍ତ— କୃଷ୍ଣସିଂହ. ମହାଭାରତ. ବନ]
- ୨୮. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଏକାନ୍ତ ଅଭିନିବେଶ କରିବା ବା ମନୋଯୋଗୀ ହେବା —୨୮. (firutative) To decote or conventrate one's attention to a particular matter.
[ଉ—ମନ ବୁଡ଼ାଇଛନ୍ତି ଯଜ୍ଞେ, ବ୍ରାହ୍ମଣଜନର ସ୍ୱଭାବେ—ଜଗନ୍ନାଥ ଭାଗବତ]
- ୨୯. (କୃଳ ଆଦି) ଲଙ୍ଘନ କରିବା — ୨୯. To overflow.
[ଉ—ବଶ ଘନରସରେ ଅତି ବୁଡ଼ାଇ କୂଳ ସଦା ଗତି—ଭଞ୍ଜ ବୈଦେହୀଶବିଳାସ]
- ୩. (ଲକ୍ଷଣାର୍ଥ) (ସନ୍ଧ୍ୟାକାଳ ବା ବେଳକୁ) ଅତୀତ କରାଇବା; ବିତାଇବା; ଅତିବାହିତ କରିବା — ୩୦. (fugurative) To cause (the eveing time to pass
(ଯଥା—ସେ ବେଳ ବୁଡ଼ାଇ ଘରେ ଆସି ପହଞ୍ଚିଲା)
- ୩୧. (ଲକ୍ଷଣାର୍ଥ) ଆପଣା ହାତରେ ଅନ୍ୟଦ୍ୱାରା ପ୍ରେରିତ ସମ୍ୱାଦକୁ ଅଭିପ୍ରେତ ସ୍ଥାନରେ ବା ବ୍ୟକ୍ତିଙ୍କଠାରେ ନ ପହଞ୍ଚାଇବା —୩୧. To withhold the delivery of a message sent through one's self.
[ଦ୍ରଷ୍ଟବ୍ୟ —ଇଂରାଜିରେ To drown କ୍ରିୟା ଓଡ଼ିଆ ବୁଡ଼ାଇବା କ୍ରିୟା ପରି ମୌଳିକାର୍ଥରେ ଓ ଲକ୍ଷଣାର୍ଥରେ ନାନା ସ୍ଥଳରେ ବ୍ୟବହୃତ ହୁଏ ବୁଡ଼ାଇବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା ଆଦି କ୍ରିୟାର ଅସମାପିକାରୂପ ସହଚରରୂପେ ଯୁକ୍ତ ହୋଇ 'ବୁଡ଼ାଇବା' କ୍ରିୟାର୍ଥ ଉପରେ ଜୋର୍ (emphasis) ଦିଏ ଯଥା—ବୁଡ଼ାଇ ଦେବା; ବୁଡ଼ାଇପକାଇବା]