ବାୟା
ବାୟା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ବାୟାଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବତୁଳ) ସମ୍ପାଦନା
ବାତୁଳ; ପାଗଳ — Mad.
ବିଶେଷ୍ୟ - ସମ୍ପାଦନା
- ୧. ପାଗଳ ବ୍ୟକ୍ତି —୧. Mad man.
- ୨. ସ୍ନେହସୂଚକ ସମ୍ୱୋଧନ —୨. A term of endearment.
- ୩. ବାହିଆ (ଦେଖ) - — ୩. Bāhia (See)
- ୪. (ସଂସ୍କୃତ - ତନ୍ତୁବାୟ ବା ବାୟକ =ବୟନକାରୀ; ବାୟ=ବୟନ; ତନ୍ତୀ ଲୁଗା ବୁଣିଲାପରି ଏମାନେ ଆପଣା ବସାକୁ ନଡ଼ିଆ ଓ ତାଳଆଦି ପତ୍ରର ସରୁ ତନ୍ତୁରେ ବୁଣୁ ଥିବାରୁ)— ବାୟା ଚଢ଼େଇ; ଶାଖା— ଶ୍ରୟୀ ବର୍ଗର ୪୫: ଆଙ୍ଗୁଳ ଲମ୍ୱ ଏକପ୍ରକାର ଛୋଟ ପକ୍ଷୀ — ୪. The weaver bird; Ploceus Baya.
ବାୟାବାୟାବଧୂ ବସନ୍ତି ନିର୍ଭୟେ ରାଧାନାଥ ଚିଲିକା
[ଦ୍ରଷ୍ଟବ୍ୟ —ଏମାନେ ତାଳ, ନଡ଼ିଆ ଓ ଅନ୍ୟ ବଡ଼ ବଡ଼ ଗଛର ଅଗ ଡାଳରେ ପତ୍ରମାନଙ୍କ ସରୁ ତନ୍ତୁଦ୍ୱାରା ବୋତଲ ପରି ସରୁମୁହାଁ ବସା ବୁଣି ଝୁଲାଇ ଥାଆନ୍ତି ଓ ବସାର ତଳ ପାଖେ ବାଟ ରଖି ଥାଆନ୍ତି ଏମାନେ ଦଳ ଦଳ ଆସି ପାଚିଲା ଧାନ କ୍ଷେତରୁ ବହୁତ ଧାନ ଖାଇ ଯାଆନ୍ତି ଏମାନଙ୍କ ମୁଣ୍ଡ ଟାଙ୍ଗରା ବା ଲୋମହୀନ
ଆଉ ଏକ ଜାତୀୟ ବାୟା ଚଢ଼େଇଙ୍କୁ 'ତାଳବାୟା' (ବଙ୍ଗାଳୀ - ବାତସିଆ ବା ତାଲଚଟ୍ଟା) ବୋଲାଯାଏ ଏମାନେ ତାଳ ଗଛ ଅଗରେ ବାୟା ଚଢ଼େଇଙ୍କ ପରି ବସା ବାନ୍ଧନ୍ତି (The palm swift; Tachornis Batasseinsis). ଏମାନଙ୍କ ଥଣ୍ଟ ବାୟାଙ୍କଠାରୁ ଛୋଟ; ଥଣ୍ଟର ଅଗ ବଙ୍କା ଓ ଚଉଡ଼ା ଏମାନେ ଉଡ଼ି ଉଡ଼ି ପୋକ ଧରି ଖାଆନ୍ତି
ଆମଦେଶରେ ବାୟା ଚଢ଼େଇଙ୍କୁ ଲକ୍ଷ୍ୟ କରି ଅନେକ ଶିଶୁଗୀତ ରଚିତ ହୋଇଅଛି ଯଥା ===
- ୧. ଧୋଓରେ ବାୟା ଧୋ ! ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ
- ୨. ବାୟାର କି ଯାଏ, ବାଆ କଲେ ବସା ଦୋହେଲୁ ଥାଏ
- ୩. ବାୟା ମାଆ ଯେ ସରୁ କାଟେଣୀ, ଝିଅକୁ ପିନ୍ଧାଏ ପାଟ ପତନୀ, ପୁଅକୁ ପିନ୍ଧାଏ ନେତ, ଆପେ ପିନ୍ଧିଥାଏ କଳା ବୋଇତ ଲୋ, ଉଡ଼େଇ ନଉଛି ଭୂତ
- ୪. ବାୟା ଚଢ଼େଇରେ ! ବାୟା ଚଢ଼େଇ ! ତୁ ଯାଆ ଯାଆ ବଣକୁ କୁହୁଡ଼ି କାକର ମାଡ଼ି ଆସୁଛି ତୋ ଟାଙ୍ଗରା ମୁଣ୍ଡକୁ]
ଅନୁବାଦ ସମ୍ପାଦନା
ବାୟା
|
(ମୁସ୍ତରୀ—ବିପରୀତ)
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ବାୟେ) ସମ୍ପାଦନା
ବିକ୍ରେତା — Seller; vendor.