ବାହାର
ବାହାର
ଉଚ୍ଚାରଣ
ସମ୍ପାଦନା(ଭିତର—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ବହିଃ, ବହିସ୍, ବହିର; ପ୍ରା, ବାହିର)
ସମ୍ପାଦନା- ୧. ପଦାର୍ଥର ବହିର୍ଦେଶ —୧. The outside of a thing.
ବାହାର ଅତି କଠିନ ଭିତର ସରସ ଭଞ୍ଜ. ପ୍ରେମସୁଧାନିଧି
- ୨. ବହିର୍ଭାଗ —୨. Exterior.
- ୩. ମନୁଷ୍ୟର ଦେହ; ଶରୀର —୩. Body.
ଗୋଳି ଦେଲା ମୋର ବାହାର ଭିତର କବିସୂର୍ଯ୍ୟ. କିଶୋରୀଚମ୍ପୂ ଗ ଗୀତ
- ୪. ଗୃହର ବହିର୍ଦେଶ —୪. The outer side of a house.
- ୫. ଗୃହର ଅନ୍ତଃପୁରର ବହିର୍ଭାଗସ୍ଥ ଅଂଶ — ୫. The portion of a house outside the inner appartments.
- ୬. ଗ୍ରାମର ବହିର୍ଭାଗସ୍ଥ ପଡ଼ିଆ —୬. Meadow outside the village.
- ୭. ଖଞ୍ଜା; ପରସ୍ତ; ଗୃହର ଅଗଣା —୭. Courtyard.
- ୮. ଗ୍ରାମ ପ୍ରାନ୍ତ —୮. Outsirts.
- ୯. ବହିର୍ଗମନ —୯. Coming out; going beyond.
- ୧. ସ୍ଥାନ, ପଦ, ଅବସ୍ଥା, ସମୟ ଓ ସମ୍ୱନ୍ଧ ଆଦି ବିଚାରର କୌଣସି ନିଶ୍ଚିତ ବା କଳ୍ପିତ ସୀମା (ବା ମର୍ଯ୍ୟାଦା)କୁ ଟପି ଥିବା ବସ୍ତୁ, ବିଷୟ, ସ୍ଥାନ. ପଦ, ଅବସ୍ଥା ବା ସମୟ — ୧୦. Any thing, matter, place, time or position beyondd a certain or fixed limit.
ବିଶେଷଣ -
ସମ୍ପାଦନା- ୧. ବହିର୍ଗତ; ପଦାକୁ ବାହରି ଥିବା — ୧. Come out; bulging.
ବହୁଦିନ ପରେ ପଦାକୁ ସେ ସବୁ ହୋଇଛି ଆଜି ବାହାର ରାଧାନାଥ. ପାର୍ବତୀ
- ୨. ନିର୍ଗତ; ବହିର୍ଗତ —୨. Gone out; come out; gone forth; issued forth.
- ୩. ବାହ୍ୟ; ବହିର୍ଦେଶସ୍ଥ —୩. Exterior; external; outer.
- ୪. ବହିସ୍ଥ; ବହିର୍ଭୁତ —୪. Situate beyond or outside.
- ୫. ସୀମା ଟପିଥିବା —୫. Stepping out of bounds.
ଆପଣାର ଧର୍ମରୁ ଯେ ହେବ ବାହାର କୃଷ୍ଣସିଂହ. ମହାଭାରତ. ବନ
- ୬. ସୀମା ବହିର୍ଭୁତ —୬. Outside the limit of.
- ୭. ନିଃସମ୍ପର୍କୀୟ; ନିର୍ଲିପ୍ତ —୭. Unconnected; unconcerned.
ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର ଜଗନ୍ନାଥ. ଭାଗବତ
- ୮. ପୃଥକଭୂତ —୮. Separated.
ସାଧୁଙ୍କ ଶ୍ରେଷ୍ଠ ସେହି ନର ସୁକ ଦୁଃଖରୁ ସେ ବାହାର ଜଗନ୍ନାଥ. ଭାଗବତ
- ୯. ଜାତ; ଭୂମିଷ୍ଠ —୯. Born.
ବାଳକ ହୋଇଲା କାହାର ଗୁଣେ ପାଣ୍ଡବ ବଂଶଧର ଜଗନ୍ନାଥ ଭାଗବତ
- ୧. ଗ୍ରାମାନ୍ତର ବା ନଗରାନ୍ତରରେ ସ୍ଥିତି —୧୦. Situate in another village or town.
- ୧୧. ନିପାତନସିଦ୍ଧ —୧୧. EXceptional.
- ୧୨. ଅସାଧାରଣ —୧୨. Uncommon; extraordinary.
- ୧୩. ଆଦେଶାଦିର ଅବଶୀଭୂତ —୧୩. Disobedient or unsubservient
- ୧୪. କୌଣସି ଅଧିକାରରୁ ବା ସମ୍ପର୍କରୁ ବଞ୍ଚିତ —୧୪. Excluded from a privilage or connection.
ଶଳା ମଉଳା ବନ୍ଧୁରେ ସାର ମଲେ ହାଣ୍ଡି କୁଣ୍ଡେଇ ବାହାର ଢଗ
ବୈଦେଶିକ - ବିଶେଷଣ - (ଫାରାସୀ - ବହର୍)
ସମ୍ପାଦନା- ୧. ସୁନ୍ଦର — ୧. Beautiful.
- ୨. ଆଡ଼ମ୍ୱରମୟ —୨. Grand.
ସୁରେନ୍ଦ୍ର ଚାପ ଲତା ଦିଶେ ବାହାର ରାଧାନାଥ. ମେଘଦୂତ
- ୧୫. ପୃଥକ୍; ସ୍ୱତନ୍ତ୍ର; ବିଭିନ୍ନ — ୧୫. Separate; distinct; different.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଝାଡ଼ା —Ordure; night- soil.