ବାନ୍ଧିବା
ବାନ୍ଧିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା[ବନ୍ଧାଯି(ହେ)ବା—କର୍ମବାଚ୍ୟରୂପ]
[ବନ୍ଧା[ନ୍ଧେ]ଇବା—ଣିଜନ୍ତରୂପ]
ଦେଶଜ - କ୍ରି—(ସଂସ୍କୃତ - ବନ୍ଧୁ. ଧାତୁ)
ସମ୍ପାଦନା- ୧. ରଜ୍ଜୁଦ୍ୱାରା ବନ୍ଧନ କରବା —୧. To tie; to bind with a rope.
- ୨. ଶୃଙ୍ଖଳିତ କରିବା —୨. To enchain.
- ୩. ନୌକାଦିକୁ କୂଳ ନିକଟସ୍ଥ ବୃକ୍ଷ ବା କୀଳା ସହିତ ଦଉଡ଼ିଦ୍ୱାରା ସଂଯୋଗ କରିବା; ଖଟାଇବା — ୩. To tie up a boat to a peg or a tree.
- ୪. ଗଣ୍ଠିରି କରିବା; ବୋକାଚା କରିବା; ଲୁଗାପଟା ବା କୌଣସି ପଦାର୍ଥକୁ ଗଣ୍ଠିରିରେ ଏକତ୍ର କରିବା —୪. To tie up a thing into a packet; to pack up.
କାନ୍ଦୁଆ, ଯାହା ପାଉଥିବୁ ବାନ୍ଧୁ ଆ—ଢଗ
- ୫. ଜଟ ପାଡ଼ିବା; କେଶ ରଚନା କରିବା; ମଥାର କେଶଗୁଚ୍ଛକୁ ଫିତା ଆଦିଦ୍ୱାରା ବନ୍ଧନ କରି ସଜ୍ଜିତ କରିବା —୫. To tie the hair of the head into a knot or chignon or plait.
କହି ଜାଣିଲେ କଥା ସୁନ୍ଦର ବାନ୍ଧି ଜାଣିଲେ ମଥା ସୁନ୍ଦର—ଢଗ
- ୬. ଗୋରୁ ଆଦି ପଶୁକୁ ବା କୌଣସି ଜୀବକୁ ନେଇ ଖୁଣ୍ଟିରେ ଖଟାଇବା —୬ . To tie up cows etc to a peg or post.
ବାନ୍ଧିଲା କଙ୍କଡ଼ା ପୁଅଙ୍କୁ ବଇରି—ଢଗ
- ୭. ପଦ ବା ଗୀତ ଆଦି ରଚନା କରିବା —୭. To compose a song.
- ୮. ଯୁଦ୍ଧ କରିବା ପାଇଁ ଦେହକୁ ଖଡ୍ଗ, କାତି ଆଦିଦ୍ୱାରା ସନ୍ନଦ୍ଧ କରିବା —୮. To arm one's self with (Weapons).
ହାତୀ ଲଢ଼ାଇବାକୁ ବାନ୍ଧିଲେ କାତି— କବିସୂର୍ଯ୍ୟ. କବିତା
- ୯. ବନ୍ଧ ପକାଇବା; ବନ୍ଧ ପକାଇ ଜଳରୋଧ କରିବା; ସେତୁ ନିର୍ମାଣ କରିବା —୯. To stop the flow of water by raising a dam; to build a dam.
ଦେଖ ସଖି ! ତୋ ପାଇଁ ସମୁଦ୍ର ବାନ୍ଧିଛି— କୃଷ୍ଣସିଂହ. ମହାଭାରତ ବନ
- ୧. ବେହେଲା ସୀତାରଆଦି ଯନ୍ତ୍ରର ତାରକୁ ନିର୍ଦ୍ଧିଷ୍ଟ ସ୍ୱର ବାହାର କରିବା ପାଇଁ ସୁନିଯନ୍ତ୍ରିତ କରିବା —୧୦. To bring an instrument to order for producing a proper tune; to tune a musical instrument.
- ୧୧. ଅଟକାଇବା; ବାଧା ଦେବା — ୧୧. To restrain.
(ଯଥା—ଯେ କୁଳରୁ ବାହାରିବାକୁ ବସିବ ତାକୁ କିଏ ବାନ୍ଧି ରଖିବ )
- ୧୨. ଧନ ଆଦି ଲୁଗାର କାନିରେ ସଂଗୃହୀତ କରିବା — ୧୨. To collect money or grains in a cloth or bag.
(ଯଥା—ମୁଁ ଟ୨୫: /?/ ବାନ୍ଧି ନିଲାମ ଡାକିବାକୁ ଆସିଛି)
- ୧୩. (ଲକ୍ଷଣାର୍ଥ) ରଜ୍ଜୁରେ ବାନ୍ଧିବାପରି ବଂଶୀଭୁତ କରିବା; ମୋହିବା —୧୩. To bring a person under one's complete control.
ମାୟା ମୋହନ କଥା ବହି ଲକ୍ଷ୍ମୀର ମନ ସେ ବାନ୍ଧଇ—ଜଗନ୍ନାଥ. ଭାଗବତ
- ୧୪. କୌଣସି କାର୍ଯ୍ୟ କରିବାକୁ ବାଧ୍ୟ ବା ଜବରଦସ୍ତି କରିବା —୧୪. To force or coerce a person to do a thing.
(ଯଥା—ଜମିଦାର ଧରିବାନ୍ଧି ମୋଠାରୁ ଗୋଟାଏ ଅଲେଖା କାଗଜରେ ସନ୍ତକ କରାଇ ନେଲେ )
- ୧୫. ଅବରୋଧ କରିବା; ବନ୍ଦ କରିବା — ୧୫. To stop.
(ଯଥା—ମନ୍ତ୍ର ଓଷଦ କରି ତା ମୁହଁ କିଏ ବାନ୍ଧି ଦେଲାଣି )
- ୧୬. ଚଳୁଥିବା ନୌକା ବା କଳ ଗାଡ଼ିର ଗତିରୋଧ କରିବା —୧୬. To stop the motion of a moving boat, steamer, train or motor.
- ୧୭. (ଅକର୍ମକ କ୍ରିୟା) ତରଳ ବସ୍ତୁ ଘନରେ ପରିଣତ ହେବା; ଗୋଟା ବାନ୍ଧିବା — ୧୭. To turn into clots; to become stiff; to coagulate.
(ଯଥା—ଏବେ ତିନି ଚାରି ଦିନ ହେଲା ରୋଗୀର ମଳ ବାନ୍ଧିଲାଣି )
- ୧୮. ହାତୀ ଘୋଡ଼ା ଆଦି ପଶୁଙ୍କୁ ପୋଷିବା ବା ପାଳିବା — ୧୮. To domesticate or maintain beasts.
ଷାଠିଏ ଟଙ୍କାର ବଳଦ ବାନ୍ଧି ନାଥେ ହେଲେ ହରବର—ଢଗ
- ୧୯. ପୁସ୍ତକର ଭିନ୍ନ ଭିନ୍ନ ପୃଷ୍ଠାକୁ ସୂତାଦ୍ୱାରା ଅଟକାଇବା ବା ଗୁନ୍ଥିବା —୧୯. To bind the pages of a book.
[ବାନ୍ଧି ଦେବା, ବାନ୍ଧି ପକା(କେ)ଇବା—ଅନ୍ୟରୂପ]
- ୨. (ଗେଣ୍ଟ, ଦମ୍ଭ, ଆଣ୍ଟ, ମସୁଧା) ମନରେ ସ୍ଥିର କରିବା —୨୦. To settle; to resolve; to form in one's mind.
ବାନ୍ଧିଅଛି ମ୍ଳେଛ ମନେ ବଡ଼ ଆଣ୍ଟ ଗଢ଼ିଛି ଆକାଶେ କନକ ଗଡ଼ ନନ୍ଦକିଶୋର. କୃଷ୍ଣକୁମାରୀ
- ୨୧. କ୍ଷୁଦ୍ର ବହସ୍ତୁମାନଙ୍କୁ ଏକତ୍ର କରି ଗୋଳା ବାନ୍ଧିବା — ୨୧. To roll many small things into a ball.
(ଯଥା—ଲଡ଼ୁ ଦାନା ବାନ୍ଧିବା )
- ୨୨. ଅଳ୍ପ ମୂଲ୍ୟରେ ମୁଦ୍ରାମାନଙ୍କ ବିନିମୟରେ ଉଚ୍ଚତର ମୂଲ୍ୟର ମୁଦ୍ରା ପାଇବା — ୨୨. To get coins of higher value in exchange for those of lower value.
[ଦ୍ରଷ୍ଟବ୍ୟ —ଭାଙ୍ଗିବା—ଏହାର ବିପରୀତ ]
- ୨୩. (ଦେହକୁ) ବ୍ରହ୍ମଚାର୍ଯ୍ୟଦ୍ୱାରା ଦୃଢ଼ ରଖିବା — ୨୩. To keep (One's body) strong by observing continence.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନାଟଙ୍କା ଦାଖଲ କରିବା — To pay or deposit money.
(ଯଥା—ତାଙ୍କେ ଆଜି ଟ୍ରେଜରୀରେ ଦଶ ଟଙ୍କା ବାନ୍ଧିଲେ )