ବାଡ଼
ବାଡ଼
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବାଡ଼
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଟ= ବେଷ୍ଟନ; ଆବୃତ ସ୍ଥାନ)
ସମ୍ପାଦନା- ୧. ବାଉଁଶ ଖୁଣ୍ଟ ବା କଣ୍ଟା ଆଦିରେ ବୁଜା ହୋଇ କୌଣସି ସ୍ଥାନର ଚାରିପାଖେ ଘେରା ହେବା ବେଢ଼; ଘେର ବନ୍ଦି — ୧. Fencing; hedge, enclosure.
ସୁଖ ଦେଇ ସୁଖ—ପଥେ ବଜ୍ରବାଡ଼ ଦେଇ ବୁଜି ଦେଲା ରାହା— ରାଧାନାଥ. ଯଯାତି
- ୨. ଗୃହର କାନ୍ଥ —୨. Wall.
ହେଲେ କି ସେ ଘର ସୁନା ଖମ୍ୱ ବାଡ଼— କୃଷ୍ଣସିଂହ, ମହାଭାରତ, ବନ ===
- ୩. ନୌକାର ପାର୍ଶ୍ୱସ୍ଥ ବେଷ୍ଟନ —୩. The walls of a boat.
- ୪. (ଖଟ ଓ ବିମାନ ଆଦିର) ପାର୍ଶ୍ୱସ୍ଥ କାନ୍ଥ — ୪. Side railings (of a car or bedstead.)
- ୫. କୌଣସି ସ୍ଥାନକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କରିବା ସକାଶେ ମଝିରେ ଦିଆଯିବା କାନ୍ଥ —୫. Partition wall.
- ୬. ଏକଗ୍ରାମବାସୀ ବା ଏକସମାଜ ମଧ୍ୟରେ ହେବା ଭିନ୍ନ ଭିନ୍ନ ଦଳ ବା ଫାଙ୍କା —୬. Factions created amongst a body of villagers or caste people.
(ଯଥା—ସେହି ଗ୍ରାମଲୋକେ ୩ ବାଡ଼ ହୋଇଅଛନ୍ତି)
- ୬. କର ଆଦାୟ ଦୃଷ୍ଟିରେ ମଉଜାର ଭିନ୍ନ ଭିନ୍ନ ଅଂଶ ବା ବିଭାଗ —୭. Separate fiscal portions of a village.
(ଯଥା—ଏ ମଉକାଟି ୩ ବାଡ଼ରେ ବିଭକ୍ତ ଯଥା—ଦୋକାନ ବାଡ଼, ବକସି ବାଡ଼ ଓ ଜାଗିରି ବାଡ଼)
- ୭. କାନ୍ଥ —୭. Wall.
(ଯଥା—କନାଟି ବାଡ଼)
- ୮. ପରଦା —୮. Partition; screen.
- ୯. ଜଳାଶୟରେ ବା ନଦୀରେ ସୀମାନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ୟତ୍ର ମାଛ ଆଦି ପଳାଇ ନ ଯିବା ପାଇଁ ସେଠାରେ ଦିଆଯିବା ଜାଲର ଘେର — ୮. A pertition consisting of a net-wall put upright in a river or tank to prevent fishes from escaping.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବାଡ଼ା=ଚାରିଆଡ଼େ ବାଡ଼ଦ୍ୱାରା ଘେରା ହୋଇଥିବା ସ୍ଥାନ)
ସମ୍ପାଦନାଖରା ଦିନେ ଗୋରୁ ଓ ମଇଁଷି ଗୋଠକୁ ଗଉଡ଼ମାନେ ରାତିରେ ବିଲରେ ଯେଉଁଠାରେ ପକାନ୍ତି; ଅଡ଼ା —A place in a field where herds of cattle are kept confined at night; pen.
(ଯଥା—ଗାଈ ବାଡ଼; ମଇଁଷି ବାଡ଼)
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାଆଡ଼; ତରଫ — Direction; quarter.