ବାଛିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

[ବଛା(ଛେ)ଇବା—ଣିଜନ୍ତ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ନିର୍ବାଚନ)

ସମ୍ପାଦନା
୧. ନିର୍ବାଚନ କରିବା — ୧. To select; to choose.
୨. ଭଲ ଓ ମନ୍ଦକୁ ପୃଥକ୍ କରିବା — ୨. To separate the good from the bad.

ଅନୁବାଦ

ସମ୍ପାଦନା
୩. ଧାନ କିଆରିରୁ ଘାସ ଆଦି ଓପାଡିବା —୩. To root out weeds from paddy fields.

ଅନୁବାଦ

ସମ୍ପାଦନା
୪. ଚାଉଳ ବା ଶସ୍ୟ ଆଦିରୁ ଅସାର ଅଂଶଯାକ କାଢ଼ିପକାଇବା —୪. To pick out bad from good things.

ଅନୁବାଦ

ସମ୍ପାଦନା
୫. ମାଛ ଓ ଶାଗ ଆଦିରୁ ପାକର ଅଯୋଗ୍ୟ ବା ଅଖାଦ୍ୟ ଅଂଶମାନ ବାହାର କରିଦେବା —୫. To prepare pot herb or fish for cooking after clearing them of refuse matters.

ଅନୁବାଦ

ସମ୍ପାଦନା
୬. (ସଂସ୍କୃତ - ବାଚ୍ୟ) ଦୋଷ ଦେବା; ନିନ୍ଦା କରିବା — ୬. To blame; to show any defect.

ବାଛିବାକୁ ତହିଁରେ କଥା ନାହି କିଛି—କୃଷ୍ଣସିଂହ, ମହାଭାରତ ବନ

୭. ସମାଲୋଚନା କରିବା —୭. To criticise.

ଅନୁବାଦ

ସମ୍ପାଦନା
୮. ଚିରା ଲୁଗାର ଛିଦ୍ରରେ ଛୁଞ୍ଚି ସାହାଯ୍ୟରେ ସୁତା ବୁଣିବା; ରଫ କରିବା —
୮. To knit with thread and needle any hole opened in a cloth; to darn.

ଅନୁବାଦ

ସମ୍ପାଦନା
୯. (ଦୋଷ, ଦୁର୍ଗୁଣାଦି) ଖୋଜି ବାହାର କରିବା — ୯. To find fault with.

ତୁ କିପାଁ ମୋତେ ଏତେ ନିନ୍ଦା କରୁଅଛୁ କଟୁକରି କଥା କହି ମୋ ଦୋଷ ବାଛୁ—କୃଷ୍ଣସିଂହ, ମହାଭାରତ ଶାନ୍ତି