ବାଘ ବଜାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଅନ୍ୟରୂପ: ବାଘ ଛେଳି, ବାଘ ବକ(କୁ)ରି, ବାଘ ବଦେ(ଧେ)ଇ 

ଦେଶଜ - ବିଶେଷ୍ୟ - ସମ୍ପାଦନା

  1. ଭୂମିରେ ଗୋଟିଏ ଛକରେ ୨୫ଟି ଘର କାଟି ସେଥିରେ ଦୁଇଜଣ ଖେଳାଳିଙ୍କ ପାଇଁ ଏକ ପ୍ରକାର ଖେଳ — An indoor game.

[ଦ୍ରଷ୍ଟବ୍ୟ— ଏ ଖେଳରେ ଦୁଇ ଜଣ ଖେଳାଳି ଖେଳନ୍ତି ଭୂମିରେ ଗୋଟିଏ ବର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତଦ୍ୱାରା ୧୬:ଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ବିଭକ୍ତ କରାଯାଏ ଲମ୍ୱ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ୱାରା ୩୨:ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ ଛୋଟ ଛୋଟ ଉକ୍ତ ୧୬: ବର୍ଗକ୍ଷେତ୍ରଦ୍ୱାରା ୨୫:ଟି ଛକ ଉତ୍ପନ୍ନ ହୁଏ ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ବା କଉଡ଼ି ବା ମଞ୍ଜି ନିଏ ଅନ୍ୟ ଜଣକ ୨ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ ଖେଳାଳିମାନେ ନିଜ ନିଜର ସାରମାନଙ୍କୁ୨୪:ଟି ଛକରେ ବସାନ୍ତି ଓ ବାଘକୁ ଚଳିବା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ ତାହାକୁ ବାଘ ପାଣି ଖାଇବା ଘର ବୋଲାଯାଏ ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟବର୍ତ୍ତୀ ଛକକୁ ଚଳା ଯାଆନ୍ତି ଯେବେ ଯେଉଁ ଛକରେ ବାଭା ସାର ଥାଏ ଓ ତା ପରବର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ, କିନ୍ତୁ ତତ୍ପରବର୍ତ୍ତୀ ଛକ ଶୂନ୍ୟ ଥାଏ ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ ଏହିପରି ଅତ୍ୟଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ୱା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରବର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆବଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ