ବସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

[ବସା(ସେ)ଇବା—ଣିଜନ୍ତ]

(ଉଠିବା—ବିପରୀତ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) ସମ୍ପାଦନା

୧. ଉପବେଶନ କରିବା —୧. To sit; to take one's seat.
୨. ଶରୀରର ନିମ୍ନାର୍ଦ୍ଧକୁ ଭୂମିରେ ସ୍ଥାପନ କରି ଉପବିଷ୍ଟ ହେବା —୨. To squat.
୩. ଅବସ୍ଥାନ କରିବା; ରହିବା —୩. To stay.

ଯେ ଯାହାର ବସାରେ ସୁଖରେ ବସିଲେ ଦମୟନ୍ତୀଠାରେ ମାନସ ନିବେଶିଲେ— କୃଷ୍ଣସିଂହ, ମହାଭାରତ ବନ

ଅନୁବାଦ ସମ୍ପାଦନା

୪. ବିଶ୍ରାମ କରିବା —୪. To take rest.

(ଯଥା—ଦିନଯାକ ମିହନ୍ତ କରି କରି ବସିବାକୁ ମତେ ଫୁରୁସେତ୍ ନାହିଁ)

ଅନୁବାଦ ସମ୍ପାଦନା

୫. ଅପେକ୍ଷା କରିବା —୫. To wait.

ଅନୁବାଦ ସମ୍ପାଦନା

୬. ନିଷ୍କର୍ମା ହୋଇ ରହିବା —୬. To sit idle.

(ଯଥା—ଦରମା ନେଇ କିଛି କାମ ନ କରି ତୁ କେତେ ଦିନ ଯାକେ ବସିବୁ?)

୭. ଘନୀଭୂତ ହେବା; ଜମାଟ ହେବା —୭. To coagulate to be congealed; to curdle; to thicken.

(ଯଥା—ଥଣ୍ଡା ହେତୁ ଘିଅ ବସିଗଲା)

ଅନୁବାଦ ସମ୍ପାଦନା

୮. ଭୂମିରେ ଚଉରସ ହୋଇ ସଂଲଗ୍ନ ହେବା — ୮. To be set firmly on the ground.

(ଯଥା—ଏ ଟେବଲ୍ଟି ଅସମତଳ ଭୂଇଁରେ ବସିବ କିପରି?)

ଅନୁବାଦ ସମ୍ପାଦନା

୯. (ପୋକ, ଅଂଶେଇ, ମାଛି) ଉପୁଜିବା; ଜାତ ହେବା; ଦେଖାଯିବା —୯. To appear (said of maggots).

(ଯଥା—ତା ଘାଆରେ ଅଂଶେଇ ବା ମାଛି ବସିଲେଣି)

୧. (ଶୁଭବଚନା) (ଘୋଡ଼ା, ହାତୀ) ମୃତ ହେବା; ମରିବା —୧୦. (euphemism) To die; to sink down (said of horses and elephant).

(ଯଥା—ଏ ବରଷ ରାଜାଙ୍କର ୩ ଘର ହାତୀ ବସିଗଲେ)

ଅନୁବାଦ ସମ୍ପାଦନା

୧୧. ଘନଭାବରେ ମାଡ଼ିଯିବା; ଅଧିକଭାବରେ ଜାତ ହେବା — ୧୧. To preponderate; to spread thickly.

(ଯଥା—ପୋଖରୀରେ ବଧ ବସିଗଲାଣି; ଦିହରେ ମଳି ବସି— ଗଲାଣି)

ଅନୁବାଦ ସମ୍ପାଦନା

୧୨. ଦବିଯିବା; ତଳକୁ ପଶିବା —୧୨. To sink down; to go down.

(ଯଥା—ଏ ମୂଳଦୁଆର ମାଟି ବର୍ଷା ପାଣି ଖାଇ ବସି ନ ଥିବାରୁ ଖୁଣ୍ଟାଗୁଡ଼ାକ ବସିଗଲାଣି)

ଅନୁବାଦ ସମ୍ପାଦନା

୧୩. (କଣ୍ଠସ୍ୱର ବା ଗଳା) କାର୍ଯ୍ୟକାରିତା ଶକ୍ତି ହରାଇବା — ୧୩. To lose the power of action.

(ଯଥା—ଶରଦରେ ମୋ ଗଳା ବସିଗଲା)

୧୪. ସ୍ଥିରଭାବରେ ରହିବା —୧୪. To remain still.


ଅନୁବାଦ ସମ୍ପାଦନା

୧୫. ଉନ୍ନତ ଅବସ୍ଥାରୁ ଅବନତ ଅବସ୍ଥାକୁ ଗତି କରିବା; ଅଧୋଗତି କରିବା; ଅବନତିର ଅବସ୍ଥାପନ୍ନ ହେବା — ୧୫. To come down a higher position; to deteriorate.

(ଯଥା—ପୂର୍ବେ ସେ ଭାରୀ ଧନୀ ଥିଲେ; ମାତ୍ର ଏବକୁ ବସି— ଗଲେଣି)

ଅନୁବାଦ ସମ୍ପାଦନା

୧୬. କଷି ହେବା; ଚୁସ୍ତ ହେବା —୧୬. To become tight.

(ଯଥା—ଶିଶୁଟି ବଡ଼ ହୋଇଯିବାରୁ ତାର ପିଲାଦିନର ଖଡ଼ୁ ହାତରେ ବସିଗଲାଣି)

ଅନୁବାଦ ସମ୍ପାଦନା

୧୭. ଖାପ ଖାଇବା; ଅଙ୍ଗର ମାପସହ ହେବା — ୧୭. To fit in; to suit.

(ଯଥା—ଏ କୁର୍ତ୍ତାଟା ମୋ ଦିହରେ ଠିକ୍ ହୋଇ ବସୁଛି)

ଅନୁବାଦ ସମ୍ପାଦନା

୧୮. କାଳଯାପନ କରିବା; ଚିଳିବା; ବଢ଼ିବା — ୧୮. To spend time; to be brought up.

(ଯଥା—ସେତ ସଭ୍ୟସମାଜରେ ବସି ନାହିଁ; ଭଦ୍ରତା କାହୁଁ ଜାଣିବ?)

ଅନୁବାଦ ସମ୍ପାଦନା

୧୯. କୌଣସି କାର୍ଯ୍ୟରେ କିଛିକାଳ ନିଯୁକ୍ତ ହେବା — ୧୯. To be engaged in any work for a protracted period.

ପୁରୁଷ ବସି ଯେତେ ଶାସ୍ତ୍ର ପଢ଼ୁୁୁୁଥାଏ ତେତିକି ଜାଣ ଜ୍ଞାନ ବୃଦ୍ଧି ତାର ହୁଏ—କୃଷ୍ଣସିଂହ ମହାଭାରତ. ଶାନ୍ତି

ଅନୁବାଦ ସମ୍ପାଦନା

୨. ଦଖଲ କରିବା; ଅଧିକାର କରିବା; ପ୍ରଜାରୂପେ ଜମିରେ ଦଖଲ ପାଇବା —୨୦. To settle on land (said of tenants).

(ଯଥା—ସେ ଅନାବାଦି ଜମିରେ ଗୁଡ଼ିଏ ପ୍ରଜା ବସିଲେଣି)

ଅନୁବାଦ ସମ୍ପାଦନା

୨୧. ଚିହ୍ନିତ ହେବା; ଦାଗ ରହିବା — ୨୧. To be left as a marks.

(ଯଥା—ତା ଦେହରେ ବେତର ନୋଳା ବସିଲାଣି)

ଅନୁବାଦ ସମ୍ପାଦନା

୨୨. ଈଶ୍ୱରକୁ ବା ମହାପ୍ରସାଦକୁ ସାକ୍ଷୀ ରଖି ଅନ୍ୟର ସଙ୍ଗେ ମିତ୍ରତାସୁତ୍ରରେ ଆବଦ୍ଧ ହେବା — ୨୨. To establish god-relationship.

ଅନୁବାଦ ସମ୍ପାଦନା

୨୩. (ଉଠୁଥିବା ବ୍ରଣ ଆଦି) ନ ପାଚି ଦେହରେ ଲୀନହେବା — ୨୩. To be assimilated to the body; to sink again into the body (said of bolis); to be absorbed.

(ଯଥା—ଥଣ୍ଡା ମଲମ ବୋଳିବାରୁ ବଥାଟା ନ ପାଚି ବସିଗଲା)

ଅନୁବାଦ ସମ୍ପାଦନା

୨୪. (ଜଳରେ ଭାସମାନ ପଦାର୍ଥ ବା ଜନ୍ତୁ) ଜଳରେ ନିମ୍ନଦେଶକୁ ଯାଇ ଅବସ୍ଥିତ ହେବ; ତଳକୁ ଲାଗିଥିବା; ତଳତଳେଇବା —୨୪. To precipitate; to sink down to the bottem.

(ଯଥା—ଗୋଳିଆ ପାଣିରେ ଫିଟିକିରି ଗୋଳି ମାଠିଆରେ ରଖିଦେଲେ ପଙ୍କ ତଳକ ବସିଯାଏ)

ଅନୁବାଦ ସମ୍ପାଦନା

୨୫. (ଅମୁକ ଉପରେ) କର ଆଦି ଧାର୍ଯ୍ୟ ହେବା — ୨୫. To be assessed (said of tax etc.)

(ଯଥା—ସବୁ ଜମିରେ ଅଣାଏ ଲେଖାଏ ଟିକସ ବସିଗଲା)

ଅନୁବାଦ ସମ୍ପାଦନା

୨୬. ସ୍ଥାପିତ ହେବା; ପ୍ରତିଷ୍ଠିତ ହେବା — ୨୬. To be held or established.

(ଯଥା—ଅଳ୍ପ ଦିନ ହେଲା ସେଠାରେ ଗୋଟିଏ ସ୍କୁଲ୍ ବସିଛି)

ଅନୁବାଦ ସମ୍ପାଦନା

୨୭. କଚେରି ଆଦିର କାର୍ଯ୍ୟ ଚଳିବା ବା ଆରମ୍ଭ ହେବା —୨୭. To go on; to be begun; to be opened; to be started.

(ଯଥା—ଖରାଦିନେ ସକାଳ ଓଳି କଚେରୀ ବସେ)

ଅନୁବାଦ ସମ୍ପାଦନା

୨୮. ଜୀବିତ ରହିବା; ଜୀଇଁବା; ବଞ୍ଚିବା — ୨୮. To live;

(ଯଥା—ବୁଢ଼ା ବୁଢ଼ୀ ବସିଛନ୍ତି, ମାତ୍ର ପୁଅ ନାତି ଚାଲି ଗଲେ)

ଅନୁବାଦ ସମ୍ପାଦନା

୨୯. ଉଦ୍ୟତ ହେବା; ପ୍ରସ୍ତୁତ ହୋନା — ୨୯. To be ready for; to be about to do a thing.

(ଯଥା—ସେ ତ କାଲି ବୁଡ଼ି ମରିବାକୁ ବସିଥିଲା)

ଅନୁବାଦ ସମ୍ପାଦନା

୩. ଆରମ୍ଭ କରିବା; ବ୍ୟାପୃତ ହେବା — ୩୦. To begin; to be engaged in.

କଳି ଯେବେ କରବସିବ ସଙ୍ଗେ ଥିବ ଭାଇ ଦୁଧ ଯେବେ ଖାଇବସିବ ଘରେ ଥିବ ଗାଈ ଘର ଯେବେ କରିବସିବ ସଙ୍ଗେ ଥିବ ମାଈ—ଢଗ

ଅନୁବାଦ ସମ୍ପାଦନା

୩୧. ଗ୍ରଥିତ ହେବା — ୩୧. To be laid or set.

(ଯଥା—ଏ ପିଣ୍ଡାରେ ଗୁଡ଼ିଏ ମାକଡ଼ାପଥର ବସିଛି)

ଅନୁବାଦ ସମ୍ପାଦନା

୩୨. ସାନ୍ଦ୍ର ହେବା; ଘନ ହେବା — ୩୨. To thicken; to become closer.

(ଯଥା—ନୂଆ ଲୁଗା ଥରେ ଦୁଇ ଥର ଧୋବା ଘରେ ପଡ଼ିଲେ ବସିଯାଏ)

ଅନୁବାଦ ସମ୍ପାଦନା

୩୩. ଉନ୍ନିଦ୍ର ହୋଇ ରହିବା; ଚେଇଁ ରହିବା — ୩୩. To watch; to keep waking.

(ଯଥା—ଆମର ରୋଗୀପାଖେ ବସି ବସି ରାତି ପାହିଲା)

ଅନୁବାଦ ସମ୍ପାଦନା

୩୪. ମନରେ (ଦୟାଦିଭାବ) ଉଦ୍ରେକ ହେବା — ୩୪. To arise in the mind.

ଦୟା ନ ବସିବା ତାହାଙ୍କର ନିଜ ଅଙ୍ଗ ବଳରାମ. ରାମାୟଣ

ଅନୁବାଦ ସମ୍ପାଦନା

୩୫. ବାସ କରିବା —୩୫. To live.

ମହିମା ଏହାର ଜାଣି ବସନ୍ତି ଏ ଦେଶେ ନାନା ସ୍ଥାନ ଋଷିବୃନ୍ଦ ରାଧାନାଥ. ମହାଯାତ୍ରା

ଅନୁବାଦ ସମ୍ପାଦନା

୩୬. କୌଣସିଠାରେ ରହିବାର ସ୍ଥାନ ପାଇବା — ୩୬. To get a place or footing in.

ବସୁଧାରା ତୀର୍ଥରେ ଯେ କରଇ ସ୍ନାନ ବସଇ ସେହି ନଇ ବୈକୁଣ୍ଠଭୂବନ କୃଷ୍ଣସିଂହ. ମହାଭାରତ. ବନ


ଅନୁବାଦ ସମ୍ପାଦନା

୩୭. ଅବସ୍ଥିତ ହେବା —୩୭. To be set up.

(ଯଥା—ଆଶ୍ୱାନ ସପ୍ତମୀ ଦିନ ଦୁର୍ଗାପୂଜାର ଘଟି ବସିବା)

୩୮. (ନାକ) ଚେପା ହୋଇ ଯିବା —୩୮. (the nose) To become flattened.

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା

ରଖାଯିବା; ଥୁଆଦେବା — To be placed; to be kept.

[ଯଥା—ଘଟି ବସିଛି (ଢାଳ ଥୁଆ ହୋଇଛି) ]

[ଦ୍ରଷ୍ଟବ୍ୟ —ବସିବା ସମାପିକା କ୍ରିୟାର ଅସମାପିକାରୂପେ ସଙ୍ଗେ ପଡ଼ିବା, ରହିବା, ଯିବା କ୍ରିୟାର ସମାପିକା ରୂପେ ବ୍ୟବହୃତ ହୁଏ]