ବଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - କୃତ୍ ଧାତୁ) ସମ୍ପାଦନା

୧. କନା ଆଦିକୁ ଉପର୍ଯ୍ୟୁପରି ଗୁଡ଼ାଇବା —୧. To roll up (rag etc).
୨. ଝୋଟ ବା କତାକୁ ହାତରେ ଗୁଡ଼ାଇ ଦଉଡ଼ି କରିବା — ୨. To weave or twist fibres into a rope.
୩. (ମତି ବା ମନ) କୌଣସି ବିଷୟ ପ୍ରତି ଆସକ୍ତ ହେବା ବା ଆକୃଷ୍ଟ ହେବା —୩. (the mind) To be bent upon a matter or to be attached towards a things.

ଏ ବାଣୀ ଶ୍ରବଣେ ଛାମୁ ଶ୍ରୀପଦ ଦର୍ଶନ କରିବାକୁ ନ କଜିଲା ଏ ଦାସର ମନ ନନ୍ଦକିଶୋର ସୀତା ବନବାସ

୪. (ମନ) ଉଦ୍ୱିଗ୍ନ ହେବା —୪. (the mind) To be anxious for.

ତାହାଙ୍କ ଦେଖିବାକୁ ବଳିଛି ମାନସ କୃଷ୍ଣସିଂହ ମହାଭାରତ ବନ


ଅନୁବାଦ ସମ୍ପାଦନା

୫. ଅଙ୍ଗୁଷ୍ଠିଦ୍ୱାରା ମାଟି ଆଦିକୁ ପେଣ୍ଡୁଳି କରିବା — ୫. To roll up into a ball with the help of the fingers.

କଳି ବା ଟୁଳୁକି ସ୍ରଜାଗ୍ର ଆହାର ଲୋଭିତେ ଚଳିବିଳାସଭିନୀ ତାହାର ନିବାରିତ ଭଞ୍ଜ ବୈଦୈହିଶିବାଳାସ

୬. ବାରଣ ନ ମାନିବା —୬. To disobey a restriction.

ବଳୀ ବଳିପୁଷ୍ଟ ଝାମ୍ପେ ଆହାର ଲୋଭିତେ ବଳିବଳିଶୋଭିନୀ ତାହାର ନିବାରିତେ ଭଞ୍ଜ. ବୈଦେହୀଶବିଳାସ

ଅନୁବାଦ ସମ୍ପାଦନା

୭. ଟପି ଯିବା; ଅତିକ୍ରମ କରିବା — ୭. To pass over; to outrun.

ବଳିଲା ଅନିଳ ଗତି କରି ନୀଳ ଦୁର୍ଗମ ଦୁର୍ଗ ସତ୍ୱର ଭଞ୍ଜ. ବୈଦେହିଶିବିଳାସ

ଅନୁବାଦ ସମ୍ପାଦନା

୮. (ସଂସ୍କୃତ - ବହୁଳ) ବହକା ହେବା; ବଳିଯିବା —୮. To exceed; to be in excess.
୯. ଅବଶିଷ୍ଟ ରହିବା; ବହକା ରହିଯିବା; ବ୍ୟବହାର ପରେ ଉଦ୍ଗତ୍ତ ରହିବା; ବଳି ପଡ଼ିବା —୯. To remain over after use.

(ଯଥା— ମୋ ପତ୍ରରେ ଗୁଡ଼ିଏ ଭାତ ବଳିବ)

ଅନୁବାଦ ସମ୍ପାଦନା

୧. ବହକିବା; ଅତିରିକ୍ତ ହେବା; ଅଧିକତର ହେବା; ବଳିଯିବା — ୧୦. To exceed; to be more than.

ବାଜପେୟ ଯାଗରୁ ତା ଫଳ ବଳିଛି କୃଷ୍ଣସିଂହ. ମହାଭାରତ. ବନ

ଅନୁବାଦ ସମ୍ପାଦନା

୧୧. ବଢିବା; ବୃଦ୍ଧପାଇବା; ବଳିଯିବା —୧୧. To increase.

(ଯଥା—ଦିନକୁ ଦିନ ତା ରୋଗ ବଳିଲାଣି)

୧୨. ଜିତିବା; ବଳିଯିବା —୧୨. To win.

(ଯଥା— ତାକୁ କେହି କଥାରେ ବଳିବ ନାହିଁ)

ଅନୁବାଦ ସମ୍ପାଦନା

୧୩. (ନିର୍ଦ୍ଦିଷ୍ଟ ସମୟ) ଅତୀତ ବା ଅତିକ୍ରାନ୍ତ ହେବା; ବଳିଯିବା — ୧୩. To pass (said of a fixed time-limit)

ପ୍ରାଣ ନାଥ—ବିଦେ ବେଳ ବଳିରେ କବିସୂର୍ଯ୍ୟ ସଙ୍ଗୀତ

୧୪. (ମନରେ ଶ୍ରଦ୍ଧା, ଆଗ୍ରହ, ସ୍ନେହ ଆଦି) ଜାତ ହେବା, ଜନ୍ମିବା —୧୪. To grow.

ଶ୍ରଦ୍ଧା ବଳଇ ଯାର ମନେ, ସେ ପ୍ରାଣୀ ଧନ୍ୟ ତ୍ରିଭୂବନେ ଭୂପତି ପ୍ରେମପଞ୍ଚାମୃତ

ଅନୁବାଦ ସମ୍ପାଦନା

୧୫. ଲଘିଂ ଯିବା —୧୫. To overflow; to overtop.

ତଟିନୀ ଜଳ ହୋଇ ସ୍ରବଳ ବଳନ୍ତି ତଟ ଦୀନକୃଷ୍ଣ ଜଗମୋହନ

ଅନୁବାଦ ସମ୍ପାଦନା

୧୬. ସଙ୍ଗୀ ମାନଙ୍କୁ ଗତିରେ ବା ପଢ଼ାରେ ଟପିଯିବା —୧୬. To outstrip; to outwalk.

[ଦ୍ରଷ୍ଟବ୍ୟ —ବଳିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା, ପଡ଼ିବା, କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]



ବଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଜାଶପୁର) କ୍ରି. (ତୁଳ. ବଙ୍ଗାଳୀ - ବଲା) ସମ୍ପାଦନା

ବୋଲିବା; କହିବା —Tom say; to speak.