ବଢ଼ିବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ବଢ଼ା[ଢ଼େ]ଇବା—ପ୍ରୟୋଜକ ରୂପ)

ଦେଶଜ - କ୍ରି—(ସଂସ୍କୃତ - ବୃଦ୍ଧି; ସଂସ୍କୃତ - ବୃଧ୍ ଧାତୁ)

ସମ୍ପାଦନା
୧. ବୃଦ୍ଧି ପାଇବା — ୧. To increase; to grow up.
୨. ଶିଶୁକାଳରୁ ଲାଳିତ ପାତିତ ହେବା — ୨. To be reared or brought up.

ବଢ଼ିବୁ ପୁତ୍ର ଭାବରେ, ବ୍ରଜ ନବରେ, ବ୍ରଜ ନବରେ ଯେ—ଭଞ୍ଜ, ବୈଦେହୀଶବିଳାସ

୩. ବୟଃପ୍ରାପ୍ତ ହେବା; ସାବାଳଗ ହେବା — ୩. To attain age; to become major.

ତୁମ୍ଭ ବାହୁ ଛାୟା ତଳେ ବଢୁ ଓ କୁମର ରାଧାନାଥୃ—ମହାଯାତ୍ରା

୪. ସୁଖ ସ୍ୱଚ୍ଛନ୍ଦରେ ଜୀବନ ଧାରଣକରିବା — ୪. To live; to thrive.

ହାତୀ ବଣରେ ବଢ଼ିଲେ ରଜାଙ୍କର ଢଗ

୫. (ବାଳିକା) ପ୍ରଥମେ ରଜସ୍ୱଳା ହେବା; ଜ୍ଞାନ ପାଇବା; ବାଳିକାର ପ୍ରଥମ 'ରଜୋଦର୍ଶନ' ଘଟିବା —୫. To attain puberty (said of girl).

କଞ୍ଚନବତୀର ବଢ଼ିବାର ଦେଖି ରାଣୀ ପୀତାମ୍ୱରୀ—ଛାନ୍ଦ କଞ୍ଚାନବତୀ

୬. (କୀର୍ଯ୍ୟ) ସମାପ୍ତ ହେବା —୬. To be accomplished or completed (said of a work).

ଯହୁଁ ବଢ଼ିଲା ବିଚାର ,ଅଶ୍ୱମେଧ୍ୟ କରିବାର ହୋଇଲା ନିଜର ବିଶ୍ୱନାଥ. ବିଚିତ୍ରରାମାୟଣ

୭. ଐଶ୍ୱର୍ଯ୍ୟାମନ୍ୱିତ ହେବା; ଉତ୍ତରୋତ୍ତର ଐଶ୍ୱର୍ଯ୍ୟ ବୃଦ୍ଧିପାଇବା — ୭. To thrive; to prosper; to grow in prosperity.

ପୁତ୍ର ଭର୍ଯ୍ୟା ଧନ ତୁଲରେ ସେ ବଢ଼ଇ କୃଷ୍ଣସିଂହ, ମହାଭାରତ ବନ

୮. (ନଦୀ) ବନ୍ୟାଯୁକ୍ତ ହେବା — ୮. To inundate; to be flooded (said of a river).

ତୁରିତେ ଉତ୍କଣ୍ଠା ସରିତ ବଢ଼ିଲା ଦମ୍ଭ ଗଲା ଭାସି କବିସୂର୍ଯ୍ୟ. ସଙ୍ଗୀତ

୯. (ଶୁଭବାଚନ) ନିଃଶେଷ ହେବା —୯. To be exhausted.

[ ଦ୍ର—ଏହି ନବମ ଅର୍ଥରେ ବଙ୍ଗଳାରେ 'ଘରେ ଚାଲ୍ ବାଡ଼ନ୍ତ ହୟେଛେ=ଘରୁ ଚାଉଳ ସାରି ଯାଇଛି; ବ୍ୟବହୃତ ହୁଏ]