ବକାସୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଶ୍ରୀକୃଷ୍ଣଙ୍କକଦ୍ୱାରା ବକାକୃତି ଅସୁରବିଶେଷ — ୧. A demon (who had assumed the shape of an egret to devour Ṡrīkṛushaṇa) killed by Ṡrīkṛushṇa.

[ଦ୍ରଷ୍ଟବ୍ୟ —ଏ ମଥୁରାରାଜ କଂସର ଜଣେ ଅନୁଚର କଂସର ଆଦେଶରେ ଏ ବକରୁପ ଧାରଣ କରି ବ୍ରଜପୁରକୁ ଯାଇ ଶ୍ରୀକୃଷ୍ଣଙ୍କ ଗ୍ରାସ କରିବାକୁ ଉଦ୍ୟତ ହେବବାର ଶ୍ରୀକୃଷ୍ଣ ଏହାର ଥଣ୍ଟ ଉପର ଓ ତଳ ଫାଳକୁ ଫାଡ଼ି ଦେଇ ଏହାକୁ ମାରି ପାକାଇଲେ]

୨. ଏକଚକ୍ରା ନଗରୀ ନିକଟରେ ବାସ କରୁଥିବା ରାକ୍ଷସବିଶେଷ — ୨. Name of a demon killed by Bhīma.


[ଦ୍ରଷ୍ଟବ୍ୟ —ଏ ରାକ୍ଷସର ଦୌରାତ୍ମ୍ୟରୁ ରକ୍ଷା ପାଇବା ନିମନ୍ତେ ଏକଚକ୍ରା ଗ୍ରାମବାସୀମାନେ ତାହା ନିକଟକୁ ପ୍ରତିଦିନ ତାହାର ଭୋଜନାର୍ଥ ପ୍ରଚୁର ଖାଦ୍ୟ ଦ୍ରବ୍ୟ ଓ ଜଣେ ମନୁଷ୍ୟକୁ ପଠାଇବାପାଇଁ ତା ସଙ୍ଗେ ଜବାବ କରି ସେହି ଅନୁସାରେ ପ୍ରତିଦିନ ପାଳି କରି ଗୋଟିଏ ଲୋକକୁ ପଠାଉ ଥିଲେ ଓ ଏ ଅସୁର ଉକ୍ତ ପ୍ରେରିତ ଖାଦ୍ୟଦ୍ରବ୍ୟକୁ ଓ ମନୁଷ୍ୟଟିକୁ ଖାଉଥିଲା ପାଣ୍ଡବମାନେ ଜତୁଗୃହଦାହ ପରେ ବାରଣାବତ ନଗରୀରୁ ପଳାଇ ଯାଇ ଏକଚକ୍ରା ନଗରୀରେ କୌଣସି ବ୍ୟକ୍ତିର ଗୃହରେ ଅବସ୍ଥାନ କରୁଥିବା ସମୟରେ ସେହି ପରିବାରର ଗୋଟିଏ ଲୋକର ବକାସୁର ନିକଟକୁ ଯିବାର ପାଳି ପଡ଼ିଲା, ତେଣୁ ପରିବାରରେ କ୍ରନ୍ଦନ ରୋଳି ଉଠିଲା ପାଣ୍ଡବମାନଙ୍କ ମାତା କୁନ୍ତ ଏଥିର କାରଣ ଅବଗତ ହୋଇ ଆପଣାର ମଧ୍ୟମ ପୁତ୍ର ଭୀମଙ୍କର ପରାକ୍ରମ ବିଷୟର ଉତ୍ତମରୂପେ ଜାଣି ସେଦିନ ପ୍ରେରିତ ଖାଦ୍ୟଦ୍ରବ୍ୟ ସଙ୍ଗେ ସେହି ପରିବାରର ମନୁଷ୍ୟକୁ ନ ପଠାଇ ତା ପରିବର୍ତ୍ତରେ ଭୀମଙ୍କୁ ଅସୁର ନିକଟକୁ ଯିବାକୁ ଆଦେଶ ଦେଲେ ଓ ତଦନୁସାରେ ଭୀମ ଅସୁର ନିକଟକୁ ଯାଇ ତା ସଙ୍ଗେ ଯୁଦ୍ଧ କରି, ତାହାର ପ୍ରାଣନାଶ କରି, ଏକଚକ୍ରା ନଗରୀକୁ ନିଷ୍କକଣ୍ଟକ କରିଥିଲେ]