ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣର ତ୍ରୟୋବିଂଶ ବର୍ଣ୍ଣ —The ୨୩rd consonant corresponding to 'B'.

[ଦ୍ରଷ୍ଟବ୍ୟ —ଏହାର ଉଚ୍ଚାରଣ ସ୍ଥାନ ଓଷ୍ଠ ବର୍ଗ୍ୟ 'ବ'—ଏହା ପ ବର୍ଗ୍ୟର ୩ୟ ବର୍ଣ୍ଣ ସଂସ୍କୃତରେ ଏ ବର୍ଗ୍ୟ 'ବ' ଓ ଲ ଅକ୍ଷରର ପରବର୍ତ୍ତ଼ୀ (ଅର୍ଥାତ୍ ବ୍ୟଞ୍ଜନ ବର୍ଣ୍ଣର ଊନତ୍ରିଂଶ ବର୍ଣ୍ଣ) ଅବର୍ଗ୍ୟ 'ବ'—ଏହି ଦୁଇ ଅକ୍ଷରର ଉଚ୍ଚାରଣ ସ୍ୱତନ୍ତ୍ର ବର୍ଗ୍ୟ 'ବ' ଉଚ୍ଚାରଣ କଲାବେଳେ ଦୁଇ ଓଠକୁ ସଂଯୁକ୍ତ କରି ଛାଡ଼ି ଦେବାକୁ ହୁଏ ଓ ଅବର୍ଗ୍ୟ 'ବ' ଉଚ୍ଚାରଣ କଲାବେଳେ ଉପର ପାଟିର ଦାନ୍ତ ଓ ତଳ ଓଠକୁ ଛୁଆଁଇ ଛାଡ଼ି ଦେବାକୁ ହୁଏ ଅବର୍ଗ୍ୟ 'ବ' ଦନ୍ତ୍ୟୌଷ୍ଠ ଅଟେ ଓଡ଼ିଆ ଭାଷାରେ ଅବର୍ଗ୍ୟ 'ବ'ର ଉଚ୍ଚାରଣ 'ବ' ଫଳାରେ ଅଛି ଯଥା—କଣ୍ୱ, ପକ୍ୱ, ଅନ୍ୱୟ ଇତ୍ୟାଦି

କିନ୍ତୁ 'ମ' ତଳେ 'ବ' ଫଳା ଦେଲେ ତାହା ବର୍ଗ୍ୟ 'ବ'ର ଉଚ୍ଚାରଣ ଧାରଣ କରେ ଇଂରାଜୀରେ ବର୍ଗ୍ୟ 'ବ'ର ଉଚ୍ଚାରଣ 'B' ଓ ଅବର୍ଗ୍ୟ 'ବ'ର ଉଚ୍ଚାରଣ 'W'; କିନ୍ତୁ ଅଡ଼ିଆ ଭାଷାର ବ୍ୟବହାରରେ ବର୍ଗ୍ୟ ଓ ଅବର୍ଗ୍ୟ 'ବ' ଅକ୍ଷର ଦ୍ୱୟ ଥିବା ସଂସ୍କୃତଶବ୍ଦମାନଙ୍କ ଉଚ୍ଚାରଣରେ ପ୍ରଭେଦ ରକ୍ଷା ହେଉ ନ ଥିବାରୁ କେଉଁ 'ବ' ବର୍ଗ୍ୟ ଓ କେଉଁ 'ବ' ଅବର୍ଗ୍ୟ ତାହା ସ୍ଥିର କରାଯିବା ଦୁର୍ଘଟ ହୁଏ ଏଥିପାଇଁ ଦୁଇଟି 'ବ' ଆଦ୍ୟରେ ଥିବା ତତ୍ସମ (ସଂସ୍କୃତ) ଓ ତଦ୍ଭବ (ଦେଶୀୟ) ଶବ୍ଦମାନ ଏହି 'ବ' ଅକ୍ଷର ତଳେ ଦିଆଗଲା ଏହି ଭାଷାକୋଷରେ ଏହି ଦୁଇ 'ବ' ମଧ୍ୟରେ ପ୍ରଭେଦ ଚିହ୍ନାଇବା ପାଇଁ ବର୍ଗ୍ୟ 'ବ'କୁ 'ବ' ଓ ବର୍ଣ୍ଣକ୍ରମରେ ଅବର୍ଗ୍ୟ 'ବ'କୁ 'ବ' ରୂପେ ଚିହ୍ନିତ କରାଯାଇଛି ଅବର୍ଗ୍ୟ 'ବ' ତଳେ ନୋଟ୍ ଦ୍ରଷ୍ଟବ୍ୟ ହିନ୍ଦୀ ଓ ମରହଟ୍ଟୀ ଭାଷାରେ ଏହି ଦୁଇ 'ବ' ଅକ୍ଷରର ଉଚ୍ଚାରଣରେ ପାର୍ଥକ୍ୟ ରେଖାଯାଏ]

ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. ବରୁଣ —୧. The ocean-God.
୨. ସିନ୍ଧୁ; ସମୁଦ୍ର —୨. Ocean; the sea.
୩. ଜଳର ମୃଦ୍ଘଟ; ମାଠିଆ —୩. Earthen jar.
୪. (+କରଣ. ଅ) ଅଧ୍ୟବସାୟ —୪. Perseverance.
୫. (ବନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ)—ଜଳ — ୫. Water.
୬. (ବା ଧାତୁ=ଗତି କରିବା+କର୍ତ୍ତୃ. ଅ)—ବାୟୁ — ୬. Air; wind.
୭. ଯେ ନି —୭. Vulva; female organ.
୮. (+ଭାବ. ଅ) ଗମନ; ଗତି —୮. Going; motion.
୯. (ବନ୍ଧ୍ ଧାତୁ+ଭାବ. ଅ) ବନ୍ଧନ — ୯. Tying; binding.
୧. (ବପ୍ ଧାତୁ=ବୁଣିବା+କର୍ମ. ଅ) ବଅ; ତନ୍ତର ସୂତ୍ର ନିର୍ମିତ ଯେଉଁ ପାନିଆ ମଧ୍ୟ ଦେଇ ଟାଣୀ ସୂତା ଯାଇଥାଏ — ୧୦. The series of hanging strings attached to frames, threugh which the warp threads remain suspended in alternative positions to enable the spindle to pass through the space made by the threads passing up and down alternately.
୧୧. ବଖିଆ ସିଲେଇ; ଢାଗା ଗଳା — ୧୧. Simple stitch in sewing.

ଦେଶଜ - ବିଶେଷ୍ୟ - (ପାନବରଜୀ ଭାଷା) ସମ୍ପାଦନା

ପାନ ଲତାର ଚେର — The root of betel creeper.

ବୈଦେଶିକ - ଅ. (ଫା) ( ବ ସାଙ୍କେତିକ; ବମୁଜିବ ଶବ୍ଦର ସାଙ୍କେତିକ) ସମ୍ପାଦନା

୧. ମୁତାବକ; ଅନୁସାରେ —୧. As per.

(ଯଥା—ତାଲିକା ବ=ତାଲିକା ଅନୁସାରେ)

୨. (ବକଲମ ଶବ୍ଦର ସାଙ୍କେତିକ) ଲେଖି ଜାଣୁ ନ ଥିବା ବ୍ୟକ୍ତି ପାଇଁ ଅନୁପସ୍ଥିତ ବ୍ୟକ୍ତି ପାଇଁ ସ୍ୱାକ୍ଷର କରୁଥିବା ବ୍ୟକ୍ତିର ନିଦର୍ଶନ —୨. Corresponding to Sd/ or Signed by so and so far and so; by the pen of.

(ଯଥା—ଗୋପାଳଚନ୍ଦ୍ର ପ୍ରହରାଜ ବ ପୁତ୍ର ଚନ୍ଦ୍ରଶେଖର ପ୍ରହରାଜ, ଅର୍ଥାତ୍ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ନିମନ୍ତେ ତାଙ୍କ ପୁଅ ଚନ୍ଦ୍ରଶେଖର ପ୍ରହରାଜ ସ୍ୱାକ୍ଷର କଲେ)

[ଦ୍ରଷ୍ଟବ୍ୟ —ଏହା ସ୍ୱା (ସ୍ୱାକ୍ଷର) ଚିହ୍ନଦ୍ୱାରା ମଧ୍ୟ ସୂଚିତ ହୁଏ]

୩. (ବନାମ ଶବ୍ଦର ସାଙ୍କେତିକ) ଅପର ପକ୍ଷ; ଅମୁକର ନାମରେ —୩. Versus.

(ଯଥା—ବାଦୀ ରାମସାହୁ ବ ପ୍ରତିବାଦୀ ଶାମସାହୁ)

ଗ୍ରାମ୍ୟ - କ୍ରି. (ବସିବା କ୍ରିୟାର ଅନୁଜ୍ଞା ଏକବଚନ ଅନାଦରାର୍ଥକ ରୂପ) ସମ୍ପାଦନା

(ତୁ) ବସ୍, ଏଠାରେ ଉପବେଶନ କର — Do sit.