ଫଣଫଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଶ୍ୟୋଣା; ଶ୍ୟୋଣାକ) ସମ୍ପାଦନା

ଔଷଧିବୃକ୍ଷ— ବିଶେଷ —A medicinal plant; Colosanthes Indica; Oroxyium Indicum; Bignonia Indica.

[ଦ୍ରଷ୍ଟବ୍ୟ —ପଟଳାଦି ବର୍ଗର ଛୋଟ ତରୁ; ପତ୍ର ଦ୍ୱିଧାପର୍ଣ୍ଣ ଓ ୨/୩: ହାତ ଲମ୍ୱ କାଠ ଲଘୁ ଫୁଲ ବଡ଼ ବଡ଼ ମାଂସଳ ଓ ନାଲି ବାଇଗଣି ମିଶ୍ରିତ ବର୍ଣ୍ଣ ଫୁଲର ଡ଼େମ୍ଫ ଦୀର୍ଘ; ୫ ଗୋଟି କେଶର ଫଳ ଶିମ୍ୱ ଛୁଇଁପରି କିନ୍ତୁ ବଡ଼; ଏହା ୧ ହାତ ୧ ହାତ ଲମ୍ୱ ଓ ୩/୪: ଆଙ୍ଗୁଳ ଚଉଡ଼ା ବୀଜରେ ପକ୍ଷ ଥାଏ ]

ବୈଦ୍ୟ ଶାସ୍ତ୍ର ମତରେ ଦଶମୂଳର ଏହା ଗୋଟିଏ ଉପାଦାନ ଏହା କଷାୟ ତିକ୍ତ ରସ, କଟୁ ବିପାକ, ଶୀତବୀର୍ଯ୍ୟ, ଅଗ୍ନି ବର୍ଦ୍ଧକ, ତ୍ରିଦୋଷନାଶକ, ଧାରକ, ପୀତଶ୍ଳେଷ୍ମଜ ଅତିସାର ଓ ସନ୍ନିପାତ ଜ୍ୱର ନିବାରକ; ଏହାର କଞ୍ଚା ଫଳ କଷାୟ ମଧୁର ଓ କୃମି, କଫ, ବାୟୁ, ଗୁଳ୍ମ, ଅର୍ଶ ରୋଗରେ ଉପକାରକ; ପାଚିଲା ଫଳ ଗୁରୁପାକ ଓ ବାୟୁପ୍ରକୋପକ ଏହାର ମଞ୍ଜି ବିରେଚକ; ଏ ଗଛ ପାହାଡ଼ତଳେ ଓ ନଈକୂଳେରେ ବେଶି ଉଠେ ]