ପ୍ରତିଜ୍ଞା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) ସମ୍ପାଦନା

୧. ଶପଥ; ପଣ —୧. Vow; oath.
୨. ସ୍ୱୀକାର — ୨. Assent; admission; acknowledgement.
୩. ବାଗ୍ଦାନ; ପ୍ରତିଶ୍ରୁତି; ଅଙ୍ଗୀକାର — ୩. Promise; agreement.
୪. ଘୋଷଣା —୪. Declaration.
୫. କର୍ତ୍ତବ୍ୟାବଧାରଣ; ଉଦ୍ଦେଶ୍ୟସାଧନ ନିମନ୍ତେ ଦୃଢ଼ସଂକଳ୍ପ — ୫. Determination; resolution.
୬. ପ୍ରସ୍ତାବ —୬. A proposal.
୭. (ନ୍ୟାୟ) ନ୍ୟାୟର ପ୍ରତିପାଦ୍ୟ ନିର୍ଦ୍ଦେଶକ ବାକ୍ୟ — ୭. (Logic) Proposition; assertion.
୮. (ଗଣିତ) ଅଙ୍କଶାସ୍ତ୍ରର ସମ୍ପାଦ୍ୟ ବିଷୟ — ୮. A mathematical proposition.
୯. (ଜ୍ୟାମିତି) ପ୍ରସ୍ତାବ; ଜ୍ୟାମିତିର ଉପପାଦ୍ୟ ବିଷୟ ଅର୍ଥାତ୍ ଯେଉଁ ପ୍ରସ୍ତାବକୁ ପ୍ରମାଣ କରାଯାଏ — ୯. Geometrical proposition; theorem.
୧. ଅଭିଯୋଗ; ମକଦ୍ଦମାର ଅରବୀ — ୧୦. Plaint; complaint.
୧୧. ମକଦ୍ଦମାରେ ପ୍ରମାଣିତ ହେବା ବିଷୟ; ଇସୁ — ୧୧. The points to be proved in a suit; issue.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପରାକ୍ରମ; କରାମତ — ୧. Might; power; prowess.
୨. ଆପଣାର କ୍ଷମତାର ବଡ଼ାଇ; ଆତ୍ମପ୍ରଶଂସା — ୨. Declarartion of one's prowess.

ବେଢ଼ି କଉଣପେ ତହିଁ ବିବିଧି ପ୍ରତିଜ୍ଞା କହି—ଭଞ୍ଜ. ବୈଦେହୀଶବିଳାସ

ଗ୍ରାମ୍ୟ - ବିଶେଷଣ - ସମ୍ପାଦନା

ପରାକ୍ରମୀ —Mighty.

(ଯଥା—ଆମ ଗାଁଆର ନୀଳକଣ୍ଠ ନାଥେ ଭାରି ପ୍ରତିଜ୍ଞା ଦେବତା)