ପୋକ
ପୋକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ତକା; ପୁଲକ)
ସମ୍ପାଦନା- ୧. କୀଟ; କୀଟ ପତଙ୍ଗ — ୧. Insects (generally)
[ଦ୍ରଷ୍ଟବ୍ୟ —ପ୍ରକୃତରେ ପକ୍ଷୀହୀନ କ୍ଷୁଦ୍ର ଜୀବଙ୍କୁ ପୋକ ବୋଲାଯିବା ଉଚିତ; କିନ୍ତୁ ସାଧାରଣତଃ ପକ୍ଷହୀନ ଜୀବ(କୀଟ)ଙ୍କୁ ଓ ପକ୍ଷବିଶିଷ୍ଟ ଜୀବ (ପତଙ୍ଗ)ମାନଙ୍କୁ ମଧ୍ୟ ପୋକ ବୋଲାଯାଏ]
- ୨. ଅଂଶେଇ; କୃମି —୨. Moth; worms; maggots.
[ଦ୍ରଷ୍ଟବ୍ୟ —ପୋକ ୨ ଭାଗରେ ବିଭକ୍ତ; ଯଥା—କୃମି (ପକ୍ଷହୀନ) ଓ ପତଙ୍ଗ (ପକ୍ଷଯୁକ୍ତ) ଏ ଉଭୟଙ୍କର ସଂସ୍କୃତ - ନାମ ପୁଲକ 'କୀଟ'ର ଅର୍ଥ—ଯେ ଗତି କରେ ପକ୍ଷହୀନ ଓ ପକ୍ଷବିଶିଷ୍ଟ ପୋକଙ୍କୁ କୀଟପତଙ୍ଗ ବା ପୋକଯୋକ (ବଙ୍ଗାଳୀ - ପୋକାମାଙ୍କଡ଼; ହିନ୍ଦୀ - କୀଡ଼ାମ— କୌଡ଼ା) କୁହାଯାଏ
ପୋକ ଅନେକ ଶ୍ରେଣୀର ଅଛନ୍ତି କେତେକ ପୋକ ଡ଼ିମ୍ୱରୁ ଜନ୍ମି କୃମି ପରି ଦିନାକେତେ ରହନ୍ତି; ତତ୍ପରେ ସେମାନଙ୍କର ଗୋଡ଼ ଜନ୍ମେ ଓ ତତ୍ପରେ ପକ୍ଷ ଜନ୍ମେ
ଖାଦ୍ୟ ଓ ଆକ୍ରାନ୍ତ ବସ୍ତୁ ଭେଦରେ ପୋକମାନଙ୍କର ଭିନ୍ନ ଭିନ୍ନ ନାମକରଣ ହୋଇଅଛି; ଯଥା—(ଆକ୍ରାନ୍ତ ବସ୍ତୁଭେଦରେ) ଆଖୁ ପୋକ, ଚାଉଳ ପୋକ, କାନକୁଟୁଳୀ, କୁକୁରମାଛି
(ସାଦୃଶ୍ୟ ଭେଦରେ)—ଉକୁଣୀଆ ପୋକ, ଘୋ଼ଡ଼ା (ମୁହାଁ) ପୋକ, ସାଧବଘର ବୋହୁ (ପାଟ ପୋକ)
(ଗୁଣ ଭେଦରେ)—ପାରୁଡ଼ା ପୋକ, ଗନ୍ଧୀ ପୋକ, ଜୂଳୁ— ଜୁଳିଆ ପୋକ, କେଉଟିଆ ପୋକ
(ବାସସ୍ଥାନ ଭେଦରେ)—ପାଣିଭଅଁର, ଗୋଟୀପୋକ, ବାଲି ଭଅଁର, ମାଟିବିରୁଡ଼ି, ଗୋବର ପୋକ
କେତକ ପକ୍ଷୀହିନ ଓ ପଦହୀନ ପୋକଙ୍କର ନାମ—ଦସୀ ପୋକ, କୃମି ବା କୁରୁମି—(ଏମାନେ ମନୁଷ୍ୟର ପେଟ ଭିତର ଓ ମଳରେ ଥାଆନ୍ତି ଓ ଅତି କ୍ଷୁଦ୍ର ଓ ସୂତା ପରି ଦେଖାଯାନ୍ତି), ଅଂଶେଇ—(ପଚା ଘାଆ ପ୍ରଭୃତିରେ ମାଛି ବସିଲେ ମାଛିଠାରୁ ଏମାନେ ଜନ୍ମ ହୁଅନ୍ତି)]
ପଦବିଶିଷ୍ଟ ଓ ପକ୍ଷହୀନ ପୋକ; ଯଥା—ମାଙ୍କଡ଼ସା ବା ବୁଢିଆଣୀ, ଟିଙ୍କ, ବିଛା, ଉକୁଣୀ, ତେଲୁଣୀ ପୋକ, ଗୁଉଡୁଣୀ ପୋକ
ପଦ ଓ ପକ୍ଷବିଶିଷ୍ଟ ପୋକ; ଯଥା—ମାଛି, ଅସରପା, ଝିଣ୍ଟିକା, ଭଅଁର କୁକୁରମାଛି, ପ୍ରଜାପତି
ପକ୍ଷବିଶିଷ୍ଟ ପଦହୀନ ପୋକ ନାହାନ୍ତି ପକ୍ଷଯୁକ୍ତ ପୋକମାନେ ଅଣ୍ଡଜ ଏମାନେ ସାଧାରଣତଃ ଡ଼ିମ୍ୱଠାରୁ ପୂର୍ଣ୍ଣାଙ୍ଗ ପର୍ଯ୍ୟନ୍ତ ଚାରୀଗୋଟି ଅବସ୍ଥା ମଧ୍ୟ ଦେଇ ଜୀବନ ଯାପନ କରନ୍ତି ଯଥା—୧. ଅଣ୍ଡ ବା ଡିମ୍ୱ —Egg, ୨. ଅବୟବଶୂନ୍ୟ କୃମି —Larva stage. ୩. ପୁଲକ, କୋଷ ବା ଗୋଟୀ — Pupa stage. ୪. ପକ୍ଷ ଲାଗିବା ଅବସ୍ଥା ବା ପୂର୍ଣ୍ଣାଙ୍ଗ — Winged stage or adult୬ stage.
ସମସ୍ତ ପ୍ରକାର ଅଣ୍ଡଜ ପୋକଙ୍କର ପକ୍ଷ ହୁଏ ନାହିଁ ଯେଉଁ ମାନଙ୍କର ପକ୍ଷ ହୁଏ ସେମାନେ ସାଧାରଣତଃ ଷଟ୍ପଦ (ଯଥା— ପ୍ରଜାପତି; ପିମ୍ପୁଡ଼ି, ମାଛ ଇତ୍ୟାଦି) ସେଥିମଧ୍ୟରୁ କାହାରି କାହାରି ୪ ପକ୍ଷ (ଯଥା, ପିମ୍ପୁଡ଼ି କଙ୍କି) ଓ କାହାର ୨ ପକ୍ଷ ଥାଏ (ଯଥା—ମଶା; ମାଛି) କୌଣସି କୌଣସି ପୋକ ଡ଼ିମ୍ୱରୁ ଫୁଟି ପୂର୍ଣ୍ଣାଙ୍ଗ ହୁଅନ୍ତି (ଯଥା—ଉକୁଣୀ; ଛାରପୋକ , ଟୀଙ୍କ) କେତେକ ପୋକଙ୍କ ଉପରେ ଭାରି ଟାଣୁଆ ପକ୍ଷ ଥାଏ (ଯଥା—ଗୋବର ପୋକ, କଳାଭଁଅର. ଗୁଞ୍ଚେର ପୋକ) ଏମାନଙ୍କୁ ଦୃଢ଼ପତ୍ରୀ କୁହାଯାଏ କେତେକ ପୋକ ସେମାନଙ୍କର ଦୀର୍ଘପଦ ସାହାର୍ଯ୍ୟରେ ବହୁଦୁରକୁ ଡ଼େଇଁ ପାରନ୍ତି (ଯଥା—ପତଙ୍ଗ, ଝିଣ୍ଟିକା) ସଂବାଳୁଆ ବା ଶୁଅଁବାଳି ପୋକମାନେ ବଢ଼ି କରି ପ୍ରଜାପତି ହୁଅନ୍ତି]