ପୂତନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୂତ୍ ଧାତୁ. ଣିଚ୍; ପୂତି ଧାତୁ=ପବିତ୍ର କରିବା+କର୍ତ୍ତୃ. ଅନ+ଆ) ସମ୍ପାଦନା

୧. ହରିତକୀ; ହରିଡ଼ା — ୧. Yellow myrobalan.
୨. ବକାସୁରର ଭଉଣୀ; ରାକ୍ଷସୀବିଶେଷ — ୨. A demoness, sister of Bakāsura, whose life was sucked out of her by Ṡrīkṛushṇa when he was a mere suckling.

[ ଦ୍ର—ଏ ଅସୁରୁଣୀ କଂସର ଆଦେଶରେ ଆପଣା ସ୍ତନରେ ବିଷ ବୋଳି ଶ୍ରୀକୃଷ୍ଣଙ୍କୁ ସ୍ତନ୍ୟପାନ କରାଇବା କିନ୍ତୁ ଅନ୍ତର୍ଯ୍ୟାମୀ ତାହର ଉଦ୍ଦେଶ୍ୟ ଜାଣି ପରି ଏକା ଶୋଷାକେ ତା ସ୍ତନରୁ ସ୍ତନ୍ୟ ସଙ୍ଗେ ପ୍ରାଣକୁ ଶୋଷି ନେଲେ ଓ ରାକ୍ଷସୀ ସେହିଠାରେ ପ୍ରାଣତ୍ୟାଗ କଲା]

୩. ଶିଶୁମାନଙ୍କର ପୁଅ ରୋଗ — ୩. Infantile marasmus.

[ ଦ୍ର—ଏହା ପୂତନା ଆକ୍ରମଣର ଫଳ ବୋଲି ଲୋକେ ବିଶ୍ୱାସ କରନ୍ତି ]

୪. ଗନ୍ଧମାଂସ; ଜଟାମାଂସୀ — ୪. Indian spikenard; Racemosa; Nardostachys jatamansi.
୫. ଶାଳିଆ ପତନୀ (ହରେକୃଷ୍ଣ ଦ୍ରବ୍ୟଗୁଣ) — ୫. The civet cat; Vivera Gunda.