ଶବ୍ଦାର୍ଥ:

  1. ପୁରୁଣା
  2. ଅତି ପ୍ରାଚୀନ ପୁରାତନ
  3. କ୍ଷୟପ୍ରାପ୍ତ ଜୀର୍ଣ
  4. ଅତି ପ୍ରାଚୀନ ବିବରଣ

ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ୟକ୍ତି ମାନଂକ ସଂବଂଧରେ ଦେଖିବାକୁ ମିଳୁଥିବା ଆଖ୍ୟାୟିକାକୁ ପୁରାଣ ବୋଲାଯାଏ ଏହା ଛଡା ବୈଦିକ ଯୁଗପରେ ବ୍ୟାସାଦି ମୁ ନି ମାନେ ଅନେକ ପୁରାଣ ରଚନା କରିଥିଲେ ମହାପୁରାଣ ଓ ଉପପୁରାଣ ଭେଦରେ ପୁରାଣ ଦୁଇ ପ୍ରକାରର

ମହା ପୁରାଣ ଗୁଡିକ ହେଲେ -

  1. ବ୍ରହ୍ମ,
  2. ପଦ୍ମ,
  3. ବିଷ୍ଣୁ,
  4. ଶିବ ମତାଂତରେ ବାୟୁ,
  5. ଭାଗବତ,
  6. ନାରଦୀୟ,
  7. ମାର୍କଣ୍ଡେୟ,
  8. ଅଗ୍ନି,
  9. ଭବିଷ୍ୟ,
  10. ବ୍ରହ୍ମବୈବର୍ତ,
  11. ଲିଂଗ,
  12. ବରାହ,
  13. ସ୍କନ୍ଦ,
  14. ବାମନ,
  15. କୂର୍ମ,
  16. ମତ୍ସ୍ୟ,
  17. ଗରୁଡ଼ ଓ
  18. ବ୍ରହ୍ମାଣ୍ଡ ପୁରାଣ

ଉପପୁରାଣଗୁଡିକ ହେଲେ

  1. ସନତ୍ କୁମାର
  2. ନରସିଂହ
  3. ନାରଦ
  4. ଶୈବଧର୍ମ
  5. ଦୁର୍ବାସା
  6. ନାରଦୀୟ
  7. କପିଳ
  8. ମାନବ
  9. ଔଶନସ
  10. ବ୍ରହ୍ମାଣ୍ଡ
  11. ବାରୁଣ
  12. କାଳିକା
  13. ମାହେଶ୍ବର
  14. ସାମ୍ବ
  15. ସୌର
  16. ପରାଶର
  17. ମାରୀଚ
  18. ଭାର୍ଗବ (ପ୍ରକାରାଂତରେ ଦେବୀ ଭାଗବତ)ପୁରାଣ

ଉଚ୍ଚାରଣ

ସମ୍ପାଦନା

=== ସଂସ୍କୃତ - ବିଶେଷଣ - (ପୁରା+ଭାବେ. ଣ; ଯାହା ପୁରାକାଳରେ ଘଟିଥିଲା)

୧. ପୁରାଣା; ଅତି ପ୍ରାଚୀନ; ପୁରାତନ — ୧. Ancient; very old.
୨. ଅନାଦି —୨. Having no traceable begining.
୩. କ୍ଷୟ ପ୍ରାପ୍ତ; ଜୀର୍ଣ୍ଣ — ୩. Decayed; worn out (Apte)
  • (file)

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. କାର୍ଷାପଣ; କାହାଣ; ୧୬: ପଣ କଉଡ଼ି ପରିମିତ ରୂପା ବା ମୁଦ୍ର —୧. One kāhāṇa or ୧୬ pans or ୧୨୮୦ cowries; a coin or silver equal to one kaha or ୧୨୮୦ cowies.
୨. ଅତୀତ ଘଟଣୀ — ୨. A past event of occurrence (Apte).
୩. ଅତି ପ୍ରାଚୀନ କାଳର ବିବରଣ —୩. A tale of the past; legendary history (Apte).
୪. (ପୁରା=ପ୍ରାଚୀନ କାଳରେ+ସଂଘଟିତ ବା ଜାତ ଅର୍ଥେ. ନ; ସଂସ୍କୃତ - ପୁରାତନର ପ୍ରାକୃତ ଆକାର ପୁରାଣ)—ଅତି ପ୍ରାଚୀନ କାଳରେ ପ୍ରସିଦ୍ଧ ବ୍ୟକ୍ତି, ସମାଜ, ଧର୍ମ ଓ ଦେବତା ଆଦିଙ୍କ ଜନ୍ମ ଓ କ୍ରିୟା କଳାପାଦି ଅବଲମ୍ୱନରେ ରଚିତ ଆଖ୍ୟାୟିକା; ବ୍ୟାସାଦି ମୁନିଗଣ ରଚିତ ସର୍ଗ (ସୃଷ୍ଟି), ପ୍ରିତିସର୍ଗ (ପ୍ରଳୟ), ବଂଶ (ବଂଶ ବିସ୍ତାର); ମନ୍ୱନ୍ତର (ଯୁଗାଂଶ ବିସ୍ତାର) ଓ ବଂଶାନୁଚରିତ (ବଂଶର ଇତିହାସ)—ଏହି ପାଞ୍ଚ ଗୋଟି ଲକ୍ଷଣାକ୍ରାନ୍ତ ଗ୍ରନ୍ଥବିଶେଷ; ପ୍ରାଚୀନ ଆଖ୍ୟାନ — ୪. Mythology; Hindu legendary work by Byāsa and other sages dealing with creation destruction, genealogy, the the different ages and family history of ancient times.

[ଦ୍ରଷ୍ଟବ୍ୟ —ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ଅନେକ ରାଜା ଓ ଅପରାପର ବ୍ୟକ୍ତିମାନଙ୍କର ନାମ ଓ ଆଖ୍ୟାୟିକା ଦେଖିବାକୁ ମିଳେ ଏହାକୁ ପୁରାଣ ବୋଲାଯାଏ ଏତଭିନ୍ନ ବୈଦିକ ଯୁଗରେ

ସ୍ୱତନ୍ତ୍ର ପୁରାଣ ନ ଥିଲା କିନ୍ତୁ ବୈଦିକ ଯୁଗର ପରେ ବ୍ୟାସାଦି ମୁନିମାନେ ପୁରାଣମାନ ରଚନା କରିଥିଲେ ଏହି ଗ୍ରନ୍ଥମାନଙ୍କରେ ବେଦାର୍ଥ ସବିଶେଷରୂପ ବର୍ଣିତ ହୋଇଅଛି ପୁରାଣରେ ସ୍ଥାବର, ଜଙ୍ଗମ, ଦେବତା, ଅସୁର, ଗନ୍ଧର୍ବ, ଯକ୍ଷ, ରାକ୍ଷାସ ଓ ମନୁଷ୍ୟାଦିଙ୍କ ବୃତ୍ତାନ୍ତ, ସୃଷ୍ଟି ବିବରଣ, ବ୍ରହ୍ମର ସାକାରତା ଓ ନିରାକରତା ବର୍ଣ୍ଣନ, କ୍ରିୟାଯୋଗ, ଆତ୍ମତତ୍ତ୍ୱନିର୍ଣ୍ଣୟ, ଜ୍ୟୋତିର୍ବିଜ୍ଞାନ, ପୁରାକାଳର ରାଜା— ମାନଙ୍କ ବଂଶାବଳୀ ଓ କାର୍ଯ୍ୟକଳାପ ଆଦି ନାନା ବିଷୟ ବିଶେଷ— ରୂପେ ବର୍ଣ୍ଣିତ ହୋଇଅଛି ଏହା ପାଠ କଲେ ଭୁତ, ଭବିଷ୍ୟତ୍ ଓ ବର୍ତ୍ତମାନ ଅବସ୍ଥା ପରିଜ୍ଞାନ, ଜ୍ଞାନର ନିର୍ମଳତା ଓ ବୁଦ୍ଧିର ପ୍ରାଖର୍ଯ୍ୟ ଜନ୍ମେ 

ପୁରାଣମାନ ସାଧାରଣତଃ ୨ ଶ୍ରେଣୀରେ ବିଭକ୍ତ ଯଥା— (କ) ମହାପୁରାଣ ଓ (ଖ) ଉପପୁରାଣ— (କ) ମହାପୁରାଣର ସଂଖ୍ୟା ୧୮: ଗୋଟି ଯଥା ===

ନାମ ଶ୍ଳୋକ ସଂଖ୍ୟାପ୍ରଚାରକ ମୁନି ପ୍ରାଧାନ ବିଷୟ

୧. —ବ୍ରହ୍ମ ୧ ବ୍ୟାସଶିଷ୍ୟ ଲୋମହର୍ଷଣ ସୂର୍ଯ୍ୟଦେବ
୨. —ପଦ୍ମ ୫୫: ଲୋମହର୍ଷଣ ସୁତ ଉଗ୍ରବୀବା ସୃଷ୍ଟି ବର୍ଣ୍ଣନା
୩. —ବିଷ୍ଣୁ ୨୩: ପରାଶର ସୃଷ୍ଟିବୃତ୍ତାନ୍ତ ଓ ଇତିହାସ
୪. —ଶିବ (ମତାନ୍ତରରେ ବାୟୁ) ୨୪: ସୁତ ମହାଦେବ
୫. —ଭାଗବତ  ୧୮ଶୁକ  ବିଷ୍ଣୁ
୬. —ନାରଦୀୟ  ୨୫: ନାରଦ  ବିଷ୍ଣୁ
୭. —ମାର୍କଣ୍ଡେୟ  ୯ ମାର୍କଣ୍ଡେୟ  ଦୁର୍ଗା
୮. —ଅଗ୍ନି  ୧୫: ବ୍ୟାସଶିଷ୍ୟ ସୁତ ଅବତାର ଓ ରାଜବଂଶାବଳୀ
୯. —ଭବିଷ୍ୟ  ୧୪: ବ୍ୟାସ  ଭବିଷ୍ୟତ୍ ଘଟଣା ବଳୀ
୧. —ବ୍ରହ୍ମବୈବର୍ତ୍ତ  ୧୮: ସୁତ  ଶ୍ରୀକୃଷ୍ଣ
୧୧. —ଲିଙ୍ଗ  ୧୧: ସୁତ  ମହାଦେବ
୧୨. —ବରାହ  ୨୪: ବ୍ୟାସ  ବରାହ ଅବତାର
୧୩. —ସ୍କନ୍ଦ  ୮୧୧: ବ୍ୟାସ  ମହାଦେବ
୧୪. —ବାମନ  ୧ ବ୍ୟାସଶିଷ୍ୟ ଲୋମହର୍ଷଣ  ତ୍ରିବର୍ଣ୍ଣ ଓ ବାମନ ଅବତାର
୧୫. —କୁର୍ମ ୧୭: ବ୍ୟାସ  ଚତୁର୍ବର୍ଗ
୧୬. —ମତ୍ସ୍ୟ ୧୪: ବ୍ୟାସ  ସୃଷ୍ଟି ବର୍ଣ୍ଣନ
୧୭. —ଗରୁଡ଼ ୧୯: ବ୍ୟାସ  ଗରୁଡ଼
୧୮. —ବ୍ରହ୍ମାଣ୍ଡ ୧୨: ବ୍ୟାସ  ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ

ଅଷ୍ଟାଦଶ ପୁରାଣର ନାମ ଉଲ୍ଲେଖ କରିବା ନିମନ୍ତେ ପଣ୍ଡିତମାନେ ନିମ୍ନଲିଖିତ ଶ୍ଲୋକଟି ପଢ଼ନ୍ତି 'ମ' ଦ୍ୱୟଂ'ର' ଦ୍ୱୟଂ ଚୈବ 'ବ୍ର' କ୍ରୟଂ 'ବ' ଚତୁଷ୍ଟାୟଂ' 'ଅ' 'ନା' 'କୃ' 'ସ୍କ' 'ପ' 'ଲି' 'ଗ୍ର' 'ନି' ପୁରାଣାନି ବୁଦୁର୍ବଧାଃ

ପ୍ରତ୍ନତତ୍ତ୍ୱତ୍ମାନେ ଗବେଷଣାଦ୍ୱାରା ସ୍ଥିର କରିଅଛନ୍ତି ଯେ, ବାୟୁ ପୁରାଣ (ଅନ୍ୟନାମ ବ୍ରହ୍ମାଣ୍ଡ) ଓ ମତ୍ସ୍ୟ ପୁରାଣ ସମସ୍ତ ପୁରାଣ ମଧ୍ୟରେ ପୁରାତନ ବିଷ୍ଣୁପୁରାଣ ତତ୍ପରେ ରଚିତ ଏବଂ ଭାଗବତ ସର୍ବବିଶେଷରେ ରଚିତ

(ଖ) ଉପପୁରାଣ ମଧ୍ୟ ୧୮: ଗୋଟି ଯଥା— (୧): ସନତ୍କୁମାର, (୨): ନରସିଂହ, (୩): ନାରଦ, (୪): ଶୈବଧର୍ମ, (୫): ଦୁର୍ବାସା. (୬): ନାରଦୀୟ, (୭): କପିଳ, (୮): ମାନବ, (୯): ଔଶନସ, (୧): ବ୍ରହ୍ମାଣ୍ଡ (୧୧): ବାରୁଣ, (୧୨): କଳିକା, (୧୩): ମାହେଶ୍ୱର, (୧୪): ଶାମ୍ୱ, (୧୫): ସୌର, (୧୬): ପରାଶର, (୧୭): ମାରୀଚ ଓ (୧୮): ଭାର୍ଗବ (ମତାନ୍ତରରେ ଦେବୀ ଭାଗବତ) ଏମାନଙ୍କ ଛଡ଼ା ଅନେକ ଗୁଡ଼ିଏ ଅତିରିକ୍ତ ପୁରାଣ ମିଳେ ଯଥା— ନନ୍ଦିକେଶ୍ୱର, ଶୁକ୍ର, ବଶିଷ୍ଠ, ଭାଗୁରି, ମନୁ , ବାୟୁ, ମାହେଶ, କଳ୍କୀ ଶୈବ, ଆଦିତ୍ୟ, ଆଦି ଶମ୍ଭୁ ବିଶିଷ୍ଟ କୃତଲିଙ୍ଗ, ବିଷ୍ଣୁଧର୍ମୋର୍ତ୍ତର ବୃହଦ୍ଧର୍ମ, ଧର୍ମ, ଗୌରୀ, ମଳ, ଗଣେଷ, ଆତ୍ମ, ବିଷ୍ଣୁକେଶରୀ, ଭାଗବତଭୁଷିଣ, ଭାଗବତାମୃତ, ଭାଗବତାମୃତସାର, ମହାଭାଗବତ, କାଳୀ, ଦେବୀ ଓ ଭାସ୍କର, ପୁରଷୋତ୍ତମପ୍ରସାଦ ପଦ୍ମୁପୁରାଣ ମତରେ ପୁରାଷୋତ୍ତମପ୍ରସାଦ

ପୁଦ୍ମପୁରାଣ ମତରେ ପୁରାଣସକଳ ତ୍ରିବିଧ—

୧. ସାତ୍ତ୍ୱକ ବା ମୋକ୍ଷଦ ଯଥା—ବିଷ୍ଣୁ, ନାରଦ, ଭାଗବତ, ଗରୁଡ଼, ପଦ୍ମ ଓ ବରାହ
୨. ରାଜସ ବା ସ୍ୱର୍ଗଦ ଯଥା ବ୍ରହ୍ମାଣ୍ଡ, ବ୍ରହ୍ମାବୈଦର୍ତ୍ତ, ମାର୍କଣ୍ଡ, ଭବିଷ୍ୟ, ବାମନ ଓ ବ୍ରହ୍ମ
୩. ତାମସ ବା ନିରୟ ପ୍ରାପ୍ତି ହେତୁ ଯଥା—ମତ୍ସ୍ୟ, କୁର୍ମ, ଲିଙ୍ଗ ଶିବ, ସ୍କନ୍ଦ ଓ ଅଗ୍ନି

ବ୍ରହ୍ମପୁରାଣରେ କୋଣାର୍କ, ପୁରୀ ଓ ଭୁବନେଶ୍ୱର ତୀର୍ଥମାନଙ୍କ ବିଷୟ ଅଛି ସ୍କନ୍ଦପୁରାଣାନ୍ତର୍ଗତ ଉତ୍କଳଖଣ୍ଡରେ ଉତ୍କଳର ତୀର୍ଥ ମାନଙ୍କ ଉଲ୍ଲେଖ ଅଛି ଗରୁଡ଼ ପୁରାଣରେ ଉନ୍ତ୍ରବିଦ୍ୟା, ଜ୍ୟୋତିଷ, ସାମୁଦ୍ରିକ ଓ ଔଷଧ ବିଷୟ ଅଛି

ଭାଗବତ ମତରେ ପୁରାଣରେ ୧ଟି ଲକ୍ଷଣ; ଯଥା—

ସର୍ଗ ବିସର୍ଗ ବୃତ୍ତିରକ୍ଷା, ହେତୁ ଯେ ମନ୍ୱନ୍ତର ସଂଖ୍ୟା ବଂଶାନୁରଚିତ ଯେ ସଜ୍ଜା, ଆଶ୍ରୟ ବଂଶତ ବ୍ୟବସ୍ଥା ଏ ଦର୍ଶ ଲକ୍ଷଣରେ ଯୁକ୍ତା, ବଡ଼ ପୁରାଣ ନାମେ ଖ୍ୟାତ ଜଗନ୍ନାଥ ଭାଗବତ

[ଦ୍ରଷ୍ଟବ୍ୟ —ଶ୍ରୁତି (ବେଦ) ସୃତି (ମନୁସଂହିତା ଆଦି) ଓ ପୁରାଣ ମଧ୍ୟରେ ଶ୍ରୁତି ପ୍ରାଚୀନ ଓ ପୁରାଣ ତତ୍ପର ବର୍ତ୍ତୀ କାଳରେ ରଚିତ ହୋଇଥିବାର ଜଣା ପଡ଼େ ଶ୍ରୁତି, ସ୍ମୃତି ପୁରାଣରେ କୌଣସି ବିଷୟରେ ମତଭେଦ ଲକ୍ଷିତ ହେଲେ ଶ୍ରୁତି ଓ ସ୍ମୃତିରେ ଲିଖିତ ବିଷୟ ଗ୍ରହଣୀୟ ଓ ଶ୍ରୁତି ଏବଂ ସ୍ମତିରେ କୋଣସି ବିଷୟରେ ମତ ଭେଦ ଲକ୍ଷିତ ହେଲେ ଶ୍ରୁତିଲିଖିତ ବିଷୟ ଗ୍ରହଣୀୟ ବୋଲି ପଣ୍ଡିତମାନେ ସିନ୍ଧାନ୍ତ କରିଅଛନ୍ତି ଖ୍ରୀଷ୍ଟ ୫ମ ଶତାଦ୍ଦୀରେ ଭାରତୀୟ ହିନ୍ଦୁମାନେ ଜାବା ଓ ବାଲୀ ଦ୍ୱୀପରେ ଉପନିବେଷ ସ୍ଥାପନ କରି ଥିଲେ ସେଠାରେ ବ୍ରହ୍ମାଣ୍ଡପୁରାଣ ଗ୍ରନ୍ଥ ମିଳିଅଛି ===

ହିନ୍ଦୁମାନଙ୍କ ଅନୁକରଣରେ ଜୈନମାନେ ମଧ୍ୟ ଅନେକ ପୁରାଣ ରଚନା କରିଥିଲେ ଜୈନତୀର୍ଥକରଙ୍କ ରଚିତ ୨୪:ଟି ଜୌନ ପୁରାଣ ମିଳୁଅଛି ବୈଦ୍ଧ ଗ୍ରନ୍ଥମାନଙ୍କରେ ପୁରାଣର ଉଲ୍ଲେଖ ନାହିଁ; କିନ୍ତୁ]


ତିବ୍ୱତ ଓ ନେପାଳର ବୌଦ୍ଧମାନେ ୯ଟି ପୁରାଣ ବା ନବଗ୍ରନ୍ଥକୁ ସ୍ୱୀକାର କରନ୍ତି ଯଥା—୧.ପ୍ରଜ୍ଞାପାରମିତା;୨.ଗଣ୍ଡବ୍ୟୁହ, ୩. ସମାଧିରାଜ,୪.ଲଙ୍କାବତାର,୫ତଥାଗତଗୁହ୍ୟକ,୬. ସଦ୍ଧର୍ମ ପୁଣ୍ଡରୀକ, ୭. ଲଳିତବିସ୍ତର, ୮. ସୁବର୍ଣ୍ଣପ୍ରଭା; ଓ ଦଶଭୂମୀଶ୍ୱର— ହିନ୍ଦୀ - ଶ.]

୫. ଅଠର ସଂଖ୍ୟା (ହିନ୍ଦୀ - ଶ.) —୫. The number ୧୮.
୬. ଶିବ (ହିନ୍ଦୀ - ଶ.) —୬. Ṡiba.

ଦେଶଜ - ବି—(ବ୍ୟଙ୍ଗାର୍ଥ)

ସମ୍ପାଦନା
୧. ମନୁଷ୍ୟର ପାରିବାରିକ କଳଙ୍କାଦି ବା ଗୁପ୍ତ କଥା —୧. Family secrets or scandal of a person.
୨. ଗାଳି ମନ୍ଦ — ୨. Calling of evil names.