ପାଳିବା
ପାଳିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ପା ଧାତୁ ଣିଚ୍=ପାଳି ଧାତୁ)
ସମ୍ପାଦନା- ୧. ଶିଶୁ— କାଳରୁ ଲାଳନ ପାଳନ କରିବା —୧. To bring up; to nourish from childhood.
ଡୋଳା ପ୍ରତିମାକୁ ପରାଏ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି— କବିସୂର୍ଯ୍ୟ. କିଶୋରୀଚମ୍ପୁ
- ୨. (ଜୀବ ଆଦିଙ୍କୁ) ଖାଇବାକୁ ଦେଇ ପୋଷିବା — ୨. To tend; to rear.
- ୩. ରଖିବା —୩. To keep.
- ୪. ଜଗିବା; ରକ୍ଷା କରିବା — ୪. To save; to protect; to watch.
ସେ ଜତୁଗୃହ ପୂରୋତନ ପାଳି ଅଛି କୃଷ୍ଣସିଂହ. ମହାଭାରତ. ଆଦି
- ୫. (ଆଦେଶ) ମାନିବା — ୫. To obey or to carry out (an order).
କେହୁ କାହା ବୋଲ ଆଉ ପାଳିବକି ଗୋଇଲା ଚେଲାଇ ହୋଇ ଭଞ୍ଜ. ପ୍ରେମସୁଧାନିଧି
- ୬. ପ୍ରତିଜ୍ଞା ଅନୁସାରେ କାର୍ଯ୍ୟ କରିବା — ୬. To carry out one's promise.
- ୭. ବ୍ରତ ଆଦିର ବିଧି ବା ନିୟମ ଅନୁସାରେ କାର୍ଯ୍ୟ କରିବା — ୭. To observe (a rule or penance or vow) .
- ୮. (ରାଜ୍ୟ ଓ ପ୍ରଜା) ସୁଶାସନ କରିବା — ୮. To rule with mercy and justice.
ଯେ ରାଜ୍ୟ ପାଳିଲା ଏତେ ଯତନେ ମଧୂସୂଦନ
- ୯. ଛୁତିକିଆ ବା ମୃତିକିଆ ଅଶୌଚର ବିଧି ରକ୍ଷା କରିବା — ୯. To observe the rules of pollution in cases of death or birth amongst relations
- ୧. କୌଣସି ବ୍ୟକ୍ତିକୁ ଗ୍ରାସଚ୍ଛାଦନ ଦେଇ ତାହାର ଜୀବନ ରକ୍ଷା କରିବା; ପୋଷିବା —୧୦. To maintain or support a person by providing him with food and raiment.