ପାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟ) ସମ୍ପାଦନା

୧. କୌଷେୟ ବସ୍ତ୍ର — ୧. Silk cloth.

ଅନୁବାଦ ସମ୍ପାଦନା

୨. କସ୍ତା; ନାଲି ବା ଅନ୍ୟ ରଙ୍ଗର ସୂତା — ୨. Red or other coloured cotton yarn.
୩. ରାଜ ସିଂହାସନ —୩. Throne.

ମଥୁରା ପୂରେ ଧର୍ମ ଚାଟେ ସ୍ଥାପିଲେ ଶୂରସେନ ପାଟେ ଜଗନ୍ନାଥ, ଭାଗବତ

୪. ପ୍ରଶସ୍ତ ଭୂଖଣ୍ଡ — ୪. An extensive piece of land.

ତେଜିଲା ତିମିର ନିଜ ରାଜ୍ୟ ପାଟ ଗଧାନାଥ. ନନ୍ଦିକେଶ୍ୱରୀ

ଅନୁବାଦ ସମ୍ପାଦନା

୫. ଖାଲୁଆ ଓ ସର୍ବଦା ପାଣି ଜମିଥିବା ଜମି; ଜଳାଭୂମି — ୫. Fen; low and unproductive land; bog; marsh; swamp.

[ ଦ୍ର—ଏଥିରେ ରାବଣା ଆଦି ଧାନର ଫସଲ ଭଲ ହୁଏ]

୬. ଏକ ପୁରୁଷ —୬. Generation.

(ଯଥା—ଆମ ପାଞ୍ଚ ପାଟରେ କେହି ଶିକ୍ଷିତ ନ ଥିଲେ)

୭. ସାନ ହ୍ରଦ —୭. Small lake.
୮. ରାଜବଂଶ (ମାଦଳା ପାଞ୍ଜି) — ୮. Royal family.
୯. ପ୍ରଭୁ; ରକ୍ଷକ; ରାଜା; ଅଧିକାରୀ; ମାଲିକ — ୯. King; master protector; owner.

କନକାବତୀ ଏବେ ହୋଇଲା ଅଣପାଟ, ମୂରାସୁର ମଲାରୁ ଭାଜିଲା ସବୁ ଲଟ ପୀତାମ୍ୱର , ନୃସିଂହପୁରାଣ

୧. ଗୋବର ଚଢେଇ ପେଟତଳେ ଥିବା ନାଲି ଓ ଚିକ୍କଣ ରୋମ — ୧୦. The red feathers in the belly of a Gobarā bird.

ଗୋବରା ଚଢ଼େଇକି ପାଟ ଉପୁଡ଼ାଇ, ଛାଡ଼ିଦେବା ପରାୟେ ହୋଇଛି ତ ମୁହିଁ କୃଷ୍ଣସିଂହ, ମହାଭାରତ କର୍ଣ୍ଣ

୧୧. ସମୂହ —୧୧. Collection; multitude.

ଜିଣିଲତ ବାରାଟ ନଗ୍ରେ କୁରୁଥାଟ୍, ଜିଣିକରି ଆଡ଼ାଇ ଆଣିଲେ ଗୋପାଟ

୧୨. (ସ୍ତ୍ରୀ) ସ୍ତ୍ରୀଲୋକୋଙ୍କୁ ଦିଆଯିବା ନାମ — ୧୨. A name given to females.

ଅନୁବାଦ ସମ୍ପାଦନା

୧୩. (ବଙ୍ଗଳାର ଝୋଟ କଳରେ କୁଲିକାମ କରିବାକୁ ଯାଇ ତେଣୁ ଦେଶକୁ ଫେରି ଆସିବା ଓଡ଼ିଆମାନଙ୍କ ବ୍ୟବହୃତ)— ଝୋଟ —୧୩. Jute.
୧୪. ଚଉଡ଼ାଇ; ପ୍ରସ୍ତ —୧୪. Breadth; width.

ପ୍ରାଦେଶିକ - ସମ୍ପାଦନା

୧. (ଗଡ଼ଜାତ)—ବି—ପଣାସଂକ୍ରାନ୍ତିରେ ବ୍ରତଧାରୀ— ମାନେ ଉପରେ ଚାଲିଯିବା ପାଇଁ ଭୂମିରେ ଜଳାଯିବା ନିଆଁ ବା ବିଛାଯିବା କଣ୍ଟା —୧. Fire or thorns spread in a long pit over which devotees walk on the Paṇāsaṁkrānti day.

ଯଥା—ନିଆଁ ପାଟ; କଣ୍ଟାପାଟ

[ ଦ୍ର—ଏଥୁରୁ ପାଟୁଆ ଶବ୍ଦ ଉତ୍ପନ୍ନ ହୋଇଅଛି]

୨. (ବାମଣ୍ଡା)—ଜଳପ୍ରପାତ —୨. Waterfall; cascade.
୩. (ଭତରି ଭାଖା ବସ୍ତର)—ବି—ପିଠି —୩. Back.

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ପଟ୍ଟ) ସମ୍ପାଦନା

୧. ପଟ୍ଟ; କୌଷେୟ ନିର୍ମିତ — Silken.

ଯଥା—ପାଟଖଦି, ପାଟଶାଢ଼ୀ, ପାଟଲୁଗା

୨. ପ୍ରଧାନ—(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ପାଟରାଣୀ, ପାଟଜୋଷୀ) —୨. Chief.

ନିଜ ଭାରିଯା ପାଟବଂଶୀ, ଜାନୁରେ ଥାନ୍ତି କୋଳେ ବସି ଭୂପତି. ପ୍ରେମପଞ୍ଚାମୃତ

୩. ରାଜଙ୍କର ଖାସ୍ ବ୍ୟବହାରରେ ଲାଗୁଥିବା —୩. Used by the king; reserved for the use of the king.

ମୋ ଉଚ୍ଚ ଉରଜ ଆରମ୍ଭ ମଦନ ପାଟଗଜକୁମ୍ଭ ଭୂପତି. ପ୍ରେମପଞ୍ଚାମୃତ

[ ଦ୍ର—ଯଥା—ପାଟହାତୀ; ପାଟଘୋଡ଼ା; ପାଟଅଗଣା; ପଟଖଣ୍ଡା; ପାଟଛାତି]

୪. (ସଂସ୍କୃତ - ପାଟଳ)—ଗୋଲାପୀ; ପଟଳବର୍ଣ୍ଣବିଶିଷ୍ଟ ୪. Pale red; rosy.

ଯଥା—ପାଟପୋକ