ପର
ପର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ପୃ ଧାତୁ=ପାଳନ କରିବା+କରଣେ ଅ)
ସମ୍ପାଦନା- ୧. ଅପର; ଅନ୍ୟ —୧. Other; another.
- ୨. ଅନାତ୍ମୀୟ; ନିଃସମ୍ପର୍କୀୟ — ୨. Foreign; strange; unconnected.
- ୩. ଭିନ୍ନ; ପୃଥକ୍ —୩. Separate; different.
- ୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ନିଷ୍ଠ; ପରାୟଣ; ଆସକ୍ତ — ୪. Attached to; devoted to; absorbed in.
- ୫. ଉତ୍ତମ —୫. Good.
- ୬. ପରମ; ପ୍ରଧାନ; ଶ୍ରେଷ୍ଠ — ୬. Principal; chief; supreme.
- ୭. ଦୂରବର୍ତ୍ତୀ —୭. Distant.
- ୮. ପରବର୍ତ୍ତୀ; ଭବିଷ୍ୟତ୍ —୮. Succeeding; future.
ସଂସ୍କୃତ - ସର୍ବନାମ
ସମ୍ପାଦନା- ୧. ଅନ୍ୟ ବ୍ୟକ୍ତି; ଅପର ଲୋକ — ୧. Another person.
- ୨. ନିଃସମ୍ପର୍କୀୟ ବା ଅନାତ୍ମୀୟ ବ୍ୟକ୍ତି — ୨. Outsider; stranger.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଶତ୍ରୁ —୧. Enemy.
- ୨. ନିର୍ବାଣ; ମୁକ୍ତି —୨. Salvation; deliverance; beatitude.
- ୩. ପରମାତ୍ମା; ପରଂବ୍ରହ୍ମ —୩. God; the Universal Soul.
- ୪. ବ୍ରହ୍ମାଙ୍କର ଆୟୂସ୍ଥାଳ — ୪. The age or lifetime of Brahmā.