ପଦ୍ମ
ପଦ୍ମ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାପଦ୍ମ
ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ)
ସମ୍ପାଦନା- ୧. ଜଳଜାତ ପ୍ରସିଦ୍ଧ ଲତା ପୁଷ୍ପ ବିଶେଷ; ଉତ୍ପଳ; ପଙ୍କଜ — ୧. Lotus; Saluadora Indicus; Nelumbium Speciosum
[ଦ୍ରଷ୍ଟବ୍ୟ —ଶ୍ୱେୟ, ରକ୍ତ, ନୀଳ, ଭେଦରେ ଏହା ତିନି ପ୍ରକାର, ଏହା ଲଙ୍କା, ପାରସ୍ୟ, ଚିନ୍, ଯାପାନ ଓ ମାଲୟ ଦ୍ୱୀପରେ ଏବଂ ଭାରତରେ ସର୍ବତ୍ର ଜନ୍ମେ ଏହି ଲତା ସିଧା, ସରୁ ଓ କଣ୍ଟକ ମୟ; ବହୁତ ଉଚ୍ଚକୁ ଓ ଦୂରକୁ ମାଡ଼େ ଏହାର ପତ୍ର ପାଣି ଉପରେ ଭାସୁଥାଏ; ଫୁଲ ଧଳା ଓ ନାଲି ମିଶା ଏବଂ ସୁଗନ୍ଧଯୁକ୍ତ; ଚେର, ନାଡ଼, ପତ୍ର, ମଞ୍ଜି ଆଦି ସବୁ ଅଂଶ ଔଷଧରେ ଲାଗେ ପଦ୍ମଫୁଲ ସୂର୍ଯ୍ୟେଦୟରେ ଫୁଟି ସୂର୍ଯ୍ୟାସ୍ତ ବେଳକୁ ବୁଜି ହୋଇଯାଏ ବୋଲି ସୂର୍ଯ୍ୟଙ୍କ ପଦ୍ମବନ୍ଧୁ ବୋଲାଯାଏ]
- ୨. ନାଗସର୍ପବିଶେଷ — ୨. A variey of cobra snakes.
- ୩. ଲକ୍ଷ କୋଟୀ, ୧,: — ୩. One-thousand millionsor billions (M.W.)
[ଦ୍ରଷ୍ଟବ୍ୟ —ଏ ସଂଖ୍ୟା ସମ୍ୱନ୍ଧେ ମତାନ୍ତର ଦୃଷ୍ଟ ହୁଏ; ମଧ୍ୟ କେହି କେହି ଏହାକୁ ୧୪\୧୫\୧୬: ଶୂନ୍ୟବିଶିଷ୍ଟ ସଂଖ୍ୟା ବୋଲି ନିର୍ଦ୍ଦେଶ କରନ୍ତି]
- ୪. ନିଧିବିଶେଷ; ପଦ୍ମରାଗ ମଣି — ୪. Spinel ruby; a gem.
- ୫. ରତିବନ୍ଧବିଶେଷ; ପଦ୍ମବନ୍ଧ — ୫. A posture in copulation.
- ୬. ପଦ୍ମକାରରେ ରଚିତ ସେନାବ୍ୟୁହବିଶେଷ — ୫. A from of battle array; an army arrayed in the from of a lotus. (M.W.)
- ୭. ତନ୍ତ୍ରୋକ୍ତ ଦେହାଭ୍ୟନ୍ତରୀଣ ଷଡ଼ଚକ୍ର — ୭. Six imaginary circles inside the human biody according to Tantra.
(ଷଟ୍ ଚକ୍ର ଯଥା—ମୂଳାଧାର, ସ୍ୱାଧୀନତା, ମଣିପୁର, ଆହତ, ବିଶୁଦ୍ଧ ଓ ଅଜ୍ଞାନ)
- ୮. ହାତୀର ଶୁଣ୍ଢ ଓ ମୁଣ୍ଡ ଉପରେ ଥିବା ରକ୍ତବର୍ଣ୍ଣ ଚିହ୍ନବିଶେଷ — ୮. Circular red spots on the head and trunk of an elephant.
- ୯. ସୀସା (ହିନ୍ଦୀ - ଶ.) —୯. Lead.
- ୧. କୁବେରଙ୍କ ନିଧିବିଶେଷ — ୧୦. One of the gems of Kubera.
- ୧୧. ବିଷ୍ଣୁଙ୍କର ହସ୍ତଧୃତ ଏକ ଆୟୂଧ — ୧୧. One of the weapons held by Bishṇu.
(ଯଥା—ବିଷ୍ଣୁ ଚାରି ହାତରେ ଚାରିଟି ଆୟଧ ଧରନ୍ତି ଯଥା— ଶଙ୍ଖ, ଛକ୍ର, ଗଦା, ପଦ୍ମ)
- ୧୨. ଗଳାରେ ପିନ୍ଧାଯିବାର ଏକପ୍ରକାର ଅଳଙ୍କାର (ହିନ୍ଦୀ - ଶ.) — ୧୨. An ornament for the neck.
- ୧୩. ସାମୁଦ୍ରିକ ମତରେ ମହାପୁରୁଷଙ୍କ ପାଦରେ ଥିବା ଭାଗ୍ୟସୂଚକ ଚିହ୍ନବିଶେଷ —୧୩. An auspicious mark on the foot of great men.
- ୧୪. ମନୁଷ୍ୟର ଦେହରେ ଥିବା ଏକପ୍ରକାର ଧଳା ଜାଇମନ୍ଦା (ହିନ୍ଦୀ - ଶ) —୧୪. A particular mark or mole on the human body. (M.W.)
- ୧୫. (ବାସ୍ତୁ ବିଦ୍ୟା) ସ୍ତମ୍ଭର ସପ୍ତମଭାଗ (ହିନ୍ଦୀ - ଶ) — ୧୫. (architecture) A particular part of a column or pillar. (M.W.)
- ୧୬. ପଦ୍ମକାଷ୍ଠ (ଦେଖ) - (ହିନ୍ଦୀ - ଶ) — ୧୬. Padma kāshṭha (See)
- ୧୭. ଭୂମି ଆଦିରେ ଅଙ୍କିତ ପଦ୍ମାକାର ଚିତ୍ର — ୧୭. The from of figure of a lotus drawn on the ground or other surface. (M.W.)
- ୧୮. ମନ୍ଦିର ବିଶେଷ —୧୮. A kind of temple. (M.W.)
- ୧୯. ପଦ୍ମାସନ —୧୯. A particular posture of the body in religious meditation. (M.W.)
- ୨. କେତେକ ନାଗସାପଙ୍କ ଫଣା ଉପରେ ଥିବା ପଦ୍ମାକାର ଚିହ୍ନ (ହିନ୍ଦୀ - ଶ.) —୨୦. Circular mark of the hood of some cobra snakes.
- ୨୧. ବଳଦେବଙ୍କନାମ —୨୧. A name of Baḻadeba.
- ୨୨. ଏକପ୍ରକାର ଲୋଭାନ୍ — ୨୨. A species of bdellium (M.W.)
- ୨୩. ନକ୍ଷତ୍ରପୁଞ୍ଚବିଶେଷ — ୨୩. A particular constellation. (M.W.)
- ୨୪. ଶୀତାକ୍ରାନ୍ତ ନରକବିଶେଷ — ୨୪. Name of a particuklar cold hell. (M.W.)
- ୨୫. ପୁଷ୍କର ମୂଳ (ହିନ୍ଦୀ - ଶ) —୨୫. The root of Nelumbium Speciopsum. (M.W.)
- ୨୬. ହସ୍ତୀ —୨୬. Elephant (M.W.)
- ୨୭. ଜମ୍ୱୁଦ୍ୱୀପର ଦକ୍ଷିଣ ପଶ୍ଚିମସ୍ଥ ପୌରାଣିକ ଦେଶବିଶେଷ — ୨୭. Name of a mythological country.
- ୨୮. ରାମଚନ୍ଦ୍ରଙ୍କ ନାମ —୨୮. A name of Rāma, the son of Daṡaratha. (M.W.)
- ୨୯. ପଦ୍ମପୁରାଣ —୨୯. Name of a Purāṇa.
- ୩. ସ୍ଥଳ ପଦ୍ମ —୩୦. Hibiscus Mutabilis (flower and plant).
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପେନ୍ଦ; ପ୍ରସବାନ୍ତେ ସ୍ତ୍ରୀମାନଙ୍କର ଯୋନିବାଟେ ଓ ରକ୍ତାତିସାର ରୋଗରେ ମନୁଷ୍ୟମାନଙ୍କର ଗୁହ୍ୟ ବାଟେ ବାହାରି ପଡ଼ିବା ମାଂସପିଣ୍ଡ —୧. Prolapse of the uterus through the female organ or prolapse of the rectum through the anus.
- ୨. ପଦ୍ମଚରଣ, ପଦ୍ମନାଭ ଆଦିଙ୍କ ଡାକ ନାମ — ୨. Name for calling Padmacharaṇa, Padmanābha etc.