ନୈମିଷାରଣ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ନୈମିଷ+ଅରଣ୍ୟ; ନେମି+ଶୃ ଧାତୁ+ ଅନ୍ୟ; ମିପାତନ;) ସମ୍ପାଦନା

ଋଷିଗଣ ଅଧ୍ୟୁଷିତ ପ୍ରାଚୀନ ଅରଣ୍ୟବିଶେଷ —Name of a sacred forest inhabited by sages.

[ଦ୍ରଷ୍ଟବ୍ୟ —ଏହା ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ କଥିତ ଅଛି ଯେ ଏଠାରେ ଶୁକ, ଶୌତିଆଦି ଋଷିମାନେ ସମବେତ ଋଷିବୃନ୍ଦଙ୍କୁ ମହାଭାରତ, ଭାଗବତ ଓ ପୁରାଣଆଦି ଶୁଣାଇଥିଲେ

ବରାହ ପୁରାଣ ମତରେ ଭଗବନ୍ ଦାନବ—କୁଳ ନିର୍ମୂଳି କରି ଗୌରମୁଖ ନାମକ ଋଷିଙ୍କୁ କହିଥିଲେ, "ମୁଁ ଏହି ସ୍ଥାନରେ ନିମିଷ ମଧ୍ୟରେ ଦୈତ୍ୟକୁଳକୁ ନାଶ କଲି ଅତଏବ ଆଜିଠାରୁ ଏହି ସ୍ଥାନ ନୈମିଷାରଣ୍ୟ ନାମରେ ପରସିଦ୍ଧ ହେବ"

ବାୟୁ, ବ୍ରହ୍ମାଣ୍ଡ ଓ କୂର୍ମପୁରାଣ ମତରେ ଭଗବାନ୍ ସୂର୍ଯ୍ୟଙ୍କ ସମ ପ୍ରଭାବଶାଳୀ ଗୋଟିଏ ଚକ୍ର ସୃଷ୍ଟି କରି ତାହା ଚାଳନପୂର୍ବକ ଋଷିମାନଙ୍କୁ କହିଥିଲେ ଯେ ଏ ଚକ୍ରରେ ନେମି ଯେଉଁଠାରେ ଶୀର୍ଣ୍ଣ ହେବ ସେହି ସ୍ଥାନହିଁ ତପଶ୍ଚରଣର ଉପଯୁକ୍ତ ସ୍ଥାନ ବୋଲି ଜଣାଯିବ ଏହା ଶୁଣି ବ୍ରାହ୍ମଣ ଓ ଋଷିମାନେ ସେହି ତକ୍ରରେ ପଛେ ପଛେ ଦଉଡ଼ିଲେ ଏବଂ ଯେଉଁ ସ୍ଥାନରେ ଚକ୍ରନେମି ଶୀର୍ଣ୍ଣ ହେଲା ସେହି ସ୍ଥାନରେ ତପସ୍ୟା କଲେ ଏହା ନୈମିଷାରଣ୍ୟ ନାମରେ ବିଖ୍ୟାତ ହେଲା (ହିନ୍ଦୀ - ଶ)

ଏହା ହାବଡ଼ା ରେଳଷ୍ଟେସନଠାରୁ ଇ. ଆଇ. ଆର୍ ରେଳର ମୋଗଲସରାଇ ଜଙ୍କ୍ସନ୍ ବାଟେ ୬୭୫: ମାଇଲ ଦୂର ଅଯୋଧ୍ୟାର ସୀତାପୁର ଜିଲ୍ଲାରେ ଏହା ଅବସ୍ଥିତ ବିଷ୍ଣୁପୁରାଣ ମତରେ ଏ କ୍ଷେତ୍ରସ୍ଥ ଗୋମତୀ ନଦୀରେ ସ୍ନାନ କଲେ ସକଳ ପାପ କ୍ଷୟ ହୁଏ]