ନଗର ସନ୍ନିବେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଗରାଦି ସନ୍ନିବେଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନଗର+ସନ୍ନିବେଶ) ସମ୍ପାଦନା

ନୂତନ ନଗରର ସ୍ଥାପନ ଓ ନିର୍ମାଣ — Town-planning; the starting and building of a new town

[ ଦ୍ର—ଅଗ୍ନିପୁରାଣ ଉପଦେଶ ଦିଆ ଯାଇଅଛି ଯେ ଗୋଟିଏ ନୂତନ ନଗର ବସାଇବାକୁ ହେଲେ ରାଜା ପ୍ରଥମେ ଏକ ବା ଅଧ ଯୋଜନ ଲମ୍ୱ ସୁନ୍ଦର ସ୍ଥାନ ବାଛିବେ ଓ ସେଠାରେ ବଜାର ଆଦି ବସାଇଲେ ଏଥିର ଅଗ୍ନି କୋଣରେ ବଣିଆଁ, ଦକ୍ଷିଣରେ ନର୍ତ୍ତକ, ନର୍ତ୍ତକୀ ଓ ବେଶ୍ୟା, ନୈର୍ଋତରେ ନଟ ଓ କୈବର୍ତ୍ତ, ପଶ୍ଚିମରେ ରଥ ଓ ଶସ୍ତ୍ରାଦି,ବାୟୁ କୋଣରେ ଭ଼ୃତ୍ୟ ଓ ଦାସଦାସୀ, ଉତ୍ତରରେ ବ୍ରାହ୍ମଣ, ଯତି ଓ ସିଦ୍ଧା ପୁରୁଷ, ଈଶାନ କୋଣରେ ଫଳ ଓ ଖାଦ୍ୟ ଦ୍ରବ୍ୟ ବୁକ୍ରୋତା ଓ ପୂର୍ବରେ ଯୋଦ୍ଧ ଆଦିଙ୍କରହିବା ପାଇଁ ଉପଯୁକ୍ତ ସ୍ଥାନମାନ ତିଅରି କରାଇବେ ଏହା ଛଡ଼ା ପୂର୍ବରେ କ୍ଷତ୍ରିୟ, ଦକ୍ଷିଣରେ ବୈଶ୍ୟ ଓ ପଶ୍ଚିନରେ ଶୂଦ୍ରମାନଙ୍କ ରହିବା ସ୍ଥାନ ନିରୂପଣ କରିବେ; ନଗରର ଚାରି ପାଖେ ସେନା ରଖିବେ; ଦକ୍ଷିଣରେ ଶ୍ମଶାନ ଓ ପଶ୍ଚିମରେ ଗୋମେଷାଦି ରହିବା ଓ ଚରିବା ପାଇଁ ପଡ଼ିଆ ଜମି ରଖିବେ ଉତ୍ତରରେ କ୍ଷେତ ହେବା ଜମି ରଖିବେ; ନଗରର ସ୍ଥାନ ସ୍ଥାନ ଦେବମନ୍ଦିରମାନ ନିର୍ମାଣ କରିବା ହିନ୍ଦୀ - ଶବ୍ଦସାଗର ]