ନଖି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଖ) ସମ୍ପାଦନା

୧. ଘୋଡ଼ାର ଟାପୁ ଛେଲା ହୋଇ ତହିଁରୁ ବାହାରିଥିବା ନଖର କ୍ଷୁଦ୍ର କ୍ଷୁଦ୍ର ଓ ପତଳା ଛିଲକାମାନ — The thin slices of nails pared off from the hoofs of a horse during shoeing.
୨. ଘୋଡ଼ା ଖୁରାରେ ବଢ଼ିଥିବା ନଖ — ୨. The nails of a horse's hoof.
୩. ମିଜ୍ରାବ୍; ସୀତାରକୁ ବଜାଇବା ପାଇଁ ବାଦକର ବିଶି ଆଙ୍ଗୁଠିରେ ବନ୍ଧା ହୋଇଥିବା ଲୁହା ତାରରେ ମୋଡ଼ା ହୋଇଥିବା ସୂକ୍ଷ୍ମାଗ୍ର ଅଙ୍ଗୁଳିତ୍ର —୩. A cap of wire put on the index finger of the person who plays on the guitar.

(ନଖୁ—ଅନ୍ୟରୂପ)

(ନଖା, ନଖିଆ, ନଖୁଆ—ଅନାଦରାର୍ଥକ ରୂପ)

ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ - (ନାମ) (ଆଦରାର୍ଥକ) ସମ୍ପାଦନା

ଲକ୍ଷ୍ମୀଧର, ଲକ୍ଷ୍ମୀକାନ୍ତ, ଲକ୍ଷ୍ମଣଆଦି ନାମଧାରୀ ବ୍ୟକ୍ତିଙ୍କ ଡାକମାନ — A name for calling persons whose names begin with Lakshmī.

(ସ୍ତ୍ରୀ) ଲକ୍ଷ୍ମୀ ନାମ୍ନୀ ସ୍ତ୍ରୀର ଡାକ ନାମ —A name for calling a woman named Lakshmī.

ଦେଶଜ - ଅ ସମ୍ପାଦନା

ଦୁଇଟି ଆଙ୍ଗୁଳିର ନଖକୁ ପରସ୍ପର ସହିତ ଘଷିବା— ବେଳେ ଉଚ୍ଚାରିତ ଶବ୍ଦ —A word uttered while rubbing two nails against each other to counteract the effect of a second person uttering an oath.

ଗୋଟିକି ଗୋଟିଏ ରାଣ ଲଙ୍ଘି ନଖି ବୋଲୁ ଯେ କାହିଁକି ଏଡ଼େ ଲଜ୍ଜାରେ— କବିସୂର୍ଯ୍ୟ ସଙ୍ଗୀତ

[ଦ୍ରଷ୍ଟବ୍ୟ —କେହି କାହାକୁ ରାଣ ପକାଇଲେ ଯାହାପ୍ରତି ରାଣ ପକାଯାଏ ସେ ଦୁଇ ନଖକୁ ପରସ୍ପର ସହିତ ଘଷି 'ନଖି' ଏହି ଶବ୍ଦ ଉଚ୍ଚାରଣ କଲେ ରାଣ କାଟେ ନାହିଁ ବୋଲି ଲୋକଙ୍କର ବିଶ୍ୱାସ]