ଧୂମକେତୁ
ଧୂମକେତୁ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ)
ସମ୍ପାଦନା- ୧. ନକ୍ଷତ୍ର ଗଞ୍ଜା; ଲଞ୍ଜାତାରା; ପୁଚ୍ଛଯୁକ୍ତ ତାରା — ୧. Comet.
[ଦ୍ରଷ୍ଟବ୍ୟ —ଧୂମକେତୁ ଦେଖାଗଲେ ଦେଶରେ ଆଶୁ ଉପଦ୍ରବ ଘଟିବାର ଆଶଙ୍କା କରାଯାଏ ]
- ୨. କେତୁଗ୍ରହ — ୨. Ketu; the desending node.
- ୩. ଶିବ; ମହାଦେବ —୩. God Ṡiba.
- ୪. ପୁଚ୍ଛରେ ଥିବା ଭଁଉରି ଥିବା ଘୋଡ଼ା (ଏ ଘୋଡ଼ା ଅମଙ୍ଗଳ ସୂଚକ) —୪. A horse with a whorl on the tail.
- ୫. (ନାମ) ରାବଣର ସେନାର ଏକ ରାକ୍ଷସ — ୫. Name of a soldier of Rābaṇa.
- ୬. କୁଗ୍ରହ —୬. Evil star; malignant plant.
- ୭. ଅମଙ୍ଗଳସୂଚକ ଲକ୍ଷଣ —୭. Bad omen.
- ୮. (ଲକ୍ଷଣାର୍ଥ) କୁଳାଙ୍ଗାର —୮. (figurative) The dreg or unworthy scion of a family
- ୯. ଅଗ୍ନି —୯. Fire.
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. ଧୂମକେତୁ ସ୍ୱରୂପ ଅମଙ୍ଗଳକର; ବିନାଶସୂଚକ — ୧. Ominious; portending disaster (like a comet); destructive.
[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—କ୍ଷତ୍ରିୟକୁଳ ଧୂମକେତୁ=ପର୍ଶୁରାମ ]
- ୨. ଧୂମକେତୁ ପରି ରକ୍ତ ବର୍ଣ୍ଣ — ୨. Reddish like a comet.