ଧନ୍ୱନ୍ତରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଧନ୍ୱ+ଅନ୍ତ+ଋ ଧାତୁ ଗମନ କରିବା+କର୍ତ୍ତୃ. ଇ; ଏ କାଶୀରାଜ ଧନ୍ୱଙ୍କ ଔରଷ ଥିବାରୁ) ସମ୍ପାଦନା

୧. ଦେବଚିକିତ୍ସକ —୧. Name of the divine physician according to the Hindu mythology.

[ଦ୍ରଷ୍ଟବ୍ୟ —ହରିବଂଶରେ ଲେଖା ଅଛି ଯେ ଏ ସମୁଦ୍ରମନ୍ଥନ ବେଳେ ଲକ୍ଷ୍ମୀ ଓ ଚନ୍ଦ୍ର ଆଦିଙ୍କ ସଙ୍ଗେ ସମୁଦ୍ରରୁ ବାହାରିଥିଲେ ଓ ସମୁଦ୍ରରୁ ବାହାରିବା ମାତ୍ରେ ଦେବତାମାନଙ୍କ ସଙ୍ଗେ ଗୋଟିଏ ଭାଗ ଓ ଆସନ ପାଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ କିନ୍ତୁ ଭଗବାନ୍ କହିଲେ ଯେ ଏଥି ପୂର୍ବରୁ ଦେବତାମାନଙ୍କ ଭାଗ ଓ ସ୍ଥାନ ସ୍ଥିର ହୋଇ ସାରିଅଛି, ତୁମ୍ଭେ ଆଗାମୀ ଜନ୍ମରେ ବିଶେଷ ସିଦ୍ଧି ଲାଭ କରିବା ଓ ସଶରୀର ଦେବତ୍ୱ ଲାଭ କରିବ ଓ ଆୟୁର୍ବେଦକୁ ଆଠ ଭାଗରେ ବିଭକ୍ତ କରି ଦେବଚିକିତ୍ସକ ହେବ ତହନୁସାରେ ପୁତ୍ରଲାଭାର୍ଥ ବହୁକାଳ ତପସ୍ୟା କରୁଥିବା କାଶୀରାଜ ଧନ୍ୱଙ୍କ ଘରେ ଏ ଅବତାର ଗ୍ରହଣ କଲେ ଏ ଭରଦ୍ୱଜ ମୁନିଙ୍କଠାରୁ (ଭାବ— ପ୍ରକାଶ ମତରେ ଇନ୍ଦ୍ରଙ୍କଠାରୁ) ଆସୁର୍ବେଦ ଶିକ୍ଷା କରି ଲୋକ— ମାନଙ୍କୁ ଚିକିତ୍ସା କଲେ ଓ କାଶୀର ରାଜା ହେଲେ—ହିନ୍ଦୀ - ଶବ୍ଦସାଗର]

୨. ବିକ୍ରମାଦିତ୍ୟ ରାଜସଭାସ୍ଥ ନବରତ୍ନଙ୍କ ମଧ୍ୟରୁ ଜନୈକ ପଣ୍ଡିତ (କାଳିଦାସଙ୍କ ସମସାମୟିକ) —୨. One of the ୯ Pandits (gems) of the court of Bikramāditya.
୩. କାଶୀର ରାଜା ଦିବୋଦାସଙ୍କ ନାମାନ୍ତର —୩. A name of Dibodāsa, an ancient king of Kāṡī.
୪. ଧନିତିରି (ଦେଖ) - —୪. Dhanitiri (See)