ଦାସ

ଉଚ୍ଚାରଣ

ସମ୍ପାଦନା
(ଦାସୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ଫୁ (ଦାସ୍ ଧାତୁ=ଦାନ କରିବା+ସଂପ୍ରଦାନାର୍ଥ. ଅ; ଯେ ଆପଣାକୁ ଅନ୍ୟର ସେବାପାଇଁ ଦେଇଅଛି)

ସମ୍ପାଦନା
୧. ସେବକ; ଭୃତ୍ୟ; ଚାକର; —୧. Servant.
୨. କ୍ରୀତ ଦାସ —୨. Slave.
୩. ଶୂଦ୍ର —୩. A Ṡūdra.
୪. ଧୀବର —୪. A fisherman.
୫. ଅନୁଗତ ଜନ —୫. A dependant.
୬. ଶୁଦ୍ରର କୌଳିକ ଉପାଧି — ୬. A family title of Ṡūdras.
୭. ଦସ୍ୟୁ —୭. A low caste of non-aryans.
୮. ବୃତ୍ରାସୁର —୮. The demon Bṛutra.
୯. ଆତ୍ମଜ୍ଞାନୀ ବ୍ୟକ୍ତି (ହିନ୍ଦୀ - ସବ୍ଦସାଗର) — ୯. A philosopher.

[ଦ୍ରଷ୍ଟବ୍ୟ —ମନୁରେ ୭ପ୍ରକାର ଓ ନାରଦଆଦି ସ୍ମୃତିରେ ୧୫: ପ୍ରକାର ଦାସଙ୍କର ଉଲ୍ଲେଖ ଅଛି—୧. ଗୃହଜାତ, ୨ କ୍ରୀତ, ୩. ଦାୟ ପ୍ରାପ୍ତ, ୪. ଅନ୍ନାକାଳଭୁତ (ଦୁର୍ଭିକ୍ଷ ସମୟରେ ପାଳିତ); ୫. ଅହିତ (ଥରେ ଧନ ନେଇ ଯେ ସେବାଦ୍ୱାରା ତାହା ଶୁଝେ), ୬. ଋଣଦାସ ୭. ଯୁଦ୍ଧଦାସ (ଯୁଦ୍ଧରେ ପ୍ରାପ୍ତ). ୮.ବାକୀ ବା ଜୁଆରେ ଯାହାକୁ ଜିଣା ହୋଇଥାଏ; ୯. ସ୍ୱୟଂ ଉପରତ; ୧. ପ୍ରବ୍ରଜ୍ୟାବସିତ (ଗୃହ ତ୍ୟାଗ କରି ଦାସବୃତ୍ତ ଅବଲମ୍ୱନକାରୀ), ୧୧: . କୃତଦାସ (କିଛିକାଳ ପାଇଁ ସ୍ୱଇଚ୍ଛାରେ ସେବାକର୍ମକାରୀ), ୧୨: . ଭକ୍ତଦାସ; ୧୩: . ବଡ଼ବାହୁତ (ଦାସୀକୁ ବିବାହ କରିବା ଯୋଗୁଁ ଦାସୀର ପ୍ରଭୃଙ୍କଠାରେ ଯେ ଦାସତ୍ୱ ସ୍ୱୀକାର କରେ); ୧୪: . ଲବ୍ଧଦାସ (ଅନ୍ୟଠାରୁ ପ୍ରାପ୍ତ) ଓ ୧୫: . ଆତ୍ମବିକ୍ରେତା ସ୍ମୃତି ଅନୁସାରେ ବ୍ରାହ୍ମଣ ଦାସବୃତ୍ତ କରି ନ ପାରେ; କ୍ଷତ୍ରିୟ ଓ ବୈଶ୍ୟ ଇଚ୍ଚା କଲେ ଦାସବୃତ୍ତ କରିବେ; ଶୂଦ୍ର କଦାପି ଦାସତ୍ୱର ମୁକ୍ତ ହୋଇ ନ ପାରେ—ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଦାଶ (ଦେଖ) - —Dāṡa (See)