ଦର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. କ୍ଳୀ. (ଦୃ ଧାତୁ=ବିଦୀର୍ଣ୍ଣ ହେବା+ କର୍ତ୍ତ. ଅ) ସମ୍ପାଦନା

୧. ଡର; ଭୟ —୧. Fear; alarm; dread.
୨. (+ କର୍ମ. ଅ) ଗର୍ତ୍ତ; ଗହ୍ୱର; ଗୁମ୍ପା — ୨. Hole; cave; cavity.
୩. କମ୍ପ —୩. Quaking; trembling.
୪. ଶଙ୍ଖ —୪. Conch shell.

ଭୁଜଙ୍ଗ—ଅଙ୍ଗ—ଦିଗାଦ୍ରି ପୁର ଦର—ନାଦ ଦର ପ୍ରଦ ହୋଇ— ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ

୫. ବିଦାରଣ —୫. Tearing.
୬. ଫାଟ —୬. A crack; fissure.

ଅବ୍ୟୟ ===

୧. ଅଳ୍ପ; ସାମାନ୍ୟରେ; ଈଷତ୍ — ୧. Partially; partly.

ରବିକରେ ଦର—ଫୁଲ୍ଲ ଅରବିନ୍ଦେ ଯେଉଁ ଆଭା କରେ କ୍ରୀଡ଼ା— ରାଧାନାଥ. ଯଯାତି

[ଦ୍ରଷ୍ଟବ୍ୟ —ଏହି 'ଦର' ଶବ୍ଦ ବଶେଷଣ ପଦର ପୂର୍ବରେ ଯୁକ୍ତ ହୋଇ ବ୍ୟବହୃତ ହୁଏ ଯଥା—ଦର—ହସିତ, ଦର—ମୁକୁଳିତା]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଦର=ଭୟ; ଅସୁରମାନେ ଭୟପ୍ରଦ ଥିବାରୁ ଏଠାରେ ଏ ଅର୍ଥ; କିମ୍ୱା ଦର=ଶଙ୍ଖ ଥିବାରୁ) ଶଙ୍ଖାସୁର —୧. Ṡaṅkhāsura.

ବଳି ବିମର୍ଦ୍ଦନେ ଆମ୍ଭେ ଗୁଣଶାଳୀ ବିଧି ପୂର୍ବେ ଦର ନାଶେ ଝଳି—ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ଦ୍ରବ୍ୟରୁ କି? ତୁଳନାକର ଆରବୀ - ଦର୍) କିମତ୍; ମୂଲ୍ୟ ଦାମ —୨. Price; value; worth.

ମଜଲିସ ଆଗରେ ଦର ଛିଣ୍ଡିଲା ଅଢ଼େଇ ଟଙ୍କା— ଫକୀରମୋହନ. ଛମାଣ ଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଦର ଶବ୍ଦ ଆରବୀରୁ ଗୃହୀତ]

୩. ଭାଉ; ମୂଲ୍ୟର ନିରଖ — ୩. Rate of the price of a thing.
୪. ବଜାଉ ଭାଉ —୪. Market-rate.
୫. ପ୍ରଚଳିତ ଦାମ —୫. Prevailing rate.
୬. ଶ୍ରେଣୀ; କାଟ —୬. Standard; rank.

(ଯଥା—ସେ ଯେଉଁ ଦରର ଲୋକ ତା ପ୍ରତି ଶିଷ୍ଟାଚାର ଅନାବଶ୍ୟକ)

ଦେଶଜ - ବିଣର ବିଶେଷଣ - (ଅନ୍ୟ ବିଶେଷଣ ଶବ୍ଦ ପୂର୍ବେ ବ୍ୟବହୃତ; ତୁଳ= ସଂସ୍କୃତ - ଅର୍ଦ୍ଧ) ସମ୍ପାଦନା

୧. ଅର୍ଦ୍ଧ — ୧. A prefix meaning half.
୨. (ସଂସ୍କୃତ - ଦର) ଅସଂପୂର୍ଣ୍ଣରୂପେ —୨. Incompletely.

[ଦ୍ରଷ୍ଟବ୍ୟ —ଏହି 'ଦର' ଶବ୍ଦ ଯେପରି କେତେକ ନିର୍ଦ୍ଦିଷ୍ଟ ସଂସ୍କୃତ ବିଶେଷଣ ଶବ୍ଦର ପୂର୍ବରେ ଯୁକ୍ତ ହୋଇ ଈଷତ୍ ବା ଅସଂପୂର୍ଣ୍ଣତା ଅର୍ଥ ବ୍ୟକ୍ତ କରେ ସେହିପରି କେତେକ ଦେଶଜ ବିଶେଷଣ ଶବ୍ଦର ପୂର୍ବପଦରୂପେ ସେହି ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯଥା— ଦରସିଝା, ଦରଆଉଟା, ଦରଆଉଜା, ଦରହସା, ଦରଗାଧୁଆ, ଦରକଣ୍ଡା, ଦରଫୁଟା ଇତ୍ୟାଦି]

୩. ବହୁପରିମାଣରେ; ଅଜସ୍ରଭାବରେ — ୩. Profusely; copiously.

(ଯଥା—ଦରବିଗଳିତ ଅଶ୍ରୁଧାର ଝରଝର ବହେ)

ଦର ଅଶ୍ରୁ ବାରି ଧାର ବହି ଯାଇ ପଦ୍ମପଲାବିନୟନୁ ବକ୍ଷେ ପଡ଼େ ଝରଝର— ନନ୍ଦକିଶୋର. ସୀତାବନବାସ