ଦଣ୍ଡ ନାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

୧. ପଣାସଂକ୍ରାନ୍ତି ପରେ ବାଉରି, ପାଣ, କଣ୍ଡରା ଆଦି ନିମ୍ନଶ୍ରେଣୀର ଭକ୍ତମାନେ ପୂର୍ବରୁ ମନାସିଥିବା ଅନୁସାରେ ପାଟୁଆ, ଶବର ଶବରୁଣୀ, ଚଢ଼େୟା ଚଢ଼େୟାଣୀ ଆଦି ବେଶରେ ଗ୍ରାମେ ଗ୍ରାମେ ବୁଲି ବାଦ୍ୟସହ ନାଚିବା ଓ ଗୀତ ଗାଇବା ଯାତ୍ରା — ୧. Dancing performed by the low class people in Ganjam during B&aline;i̱ṡākha Saṁkrānti.

[ ଦ୍ର—ଓଡ଼ିଶାରେ ଏହାକୁ ପାଟୁଆ ଓ ଗଡ଼ଜାତରେ ଝାମୁନାଟ କହନ୍ତି ]

୨. ପଣା ସଂକ୍ରାନ୍ତି ଠାରୁ ଆରମ୍ଭ କରି ଚୈତମାସରେ ନିମ୍ନ— ଶ୍ରେଣୀର ଲୋକମାନଙ୍କର ପାଳିବା ବ୍ରତବିଶେଷ — ୨. A kind of religious vow observed by low class people from Paṇā Saṁkrānti day.

[ ଦ୍ର—ଏ ବ୍ରତଧାରୀ ବ୍ୟକ୍ତି ଦିବସରେ ଏକ ବକ୍ତ ନିରାମିଷ ଭୋଜନ ନିଜେ ରାନ୍ଧିକରି ଖାଆନ୍ତି ରାତି ହେଲାରୁ ଦେହରେ କଳା ଗେରୁ ଆଦି ରଙ୍ଗ ମଡ଼ାଇ, ମାଳି ଟୋପି, ମୁକୁଟ, ଆଙ୍ଗା, ଶାଢ଼ୀ, କାଞ୍ଚଲା ଆଦି ପିନ୍ଧି ସ୍ତ୍ରୀ ଓ ପୁରୁଷ, ଶବର ଶବରୁଣୀ, ଚଢ଼େୟା ଚଢ଼େୟାଣୀ ଆଦି ବେଶ ହୋଇ ସଙ୍ଗରେ ବାଜାବାଲାଙ୍କୁ ନେଇ ଗ୍ରାମେ ଗ୍ରାମେ ବୁଲି ଗାତ ଗାଇ ନାଚନ୍ତି ଏମାନେ ସେ ସମୟରେ ଅନେକ ଭଣ୍ଡ ଗୀତ ମଧ୍ୟ ବୋଲନ୍ତି ଆପଣାର କାମନା ପୂରଣ ହେବା ସକାଶେ ମାନସିକ କରି କାମନାରପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବା ପରେ ଲୋକେ ଏହି ଦଣ୍ଡବ୍ରତ କରନ୍ତି ୧୨: ଦିନ ନାଟ କରି ଶେଷ ପରେ ବାଳିକା ବା ସ୍ତ୍ରୀ ବେଶ ସାଜି ଗୋଟିଏ ମେଣ୍ଡ଼ା ବା ଛେଳିକୁ ବଳି ଦେଇ ତାହାର ମାଂସ ଖାଇ ଏ ବ୍ରତକୁ ଉଦ୍ଯାପନ କରନ୍ତି]