ଦକ୍ଷିଣାବର୍ତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦକ୍ଷିଣାବର୍ତ୍ତକ—ଅନ୍ୟରୂପ)

(ବାମାବର୍ତ୍ତ—ବିପରୀତ)

ସଂସ୍କୃତ - ବିଣ—(ବହୁବ୍ରୀହି; ଦକ୍ଷିଣ ଅର୍ଥାତ ଡାହାଣ ଆଡ଼କୁ ଥାଏ ଆବର୍ତ୍ତ=ଭଉଁରୀ ଯାହାର) ସମ୍ପାଦନା

୧. ଡାହାଣ ଦିଗକୁ ଯାହାର ଆବର୍ତ୍ତ ବା ଭଉଁରୀ ଥାଏ (ଶଙ୍ଖ) —Having its volute or spiral expanding towards the right hand side; with its volute running towards the right.
୨. ଦକ୍ଷିଣ ଦିଗକୁ ଆବର୍ତ୍ତ ବିଶିଷ୍ଟ —୨. Having the spiral expanding towards the south.
୩. ଦକ୍ଷିଣ ଆଡ଼କୁ ଝୁଙ୍କି ଥିବା — ୩. Inclining to the south.
୪. ଡାହାଣ ଆଡ଼କୁ ଘୁରିବା — ୪. Rovolving towards the right.

ଦକ୍ଷିଣାବର୍ତ୍ତ ହୋଇଣ ବୈଶ୍ୱାନଳ ବୁଲିଶ ଆହୁତି ଘେନିଲେ ବିଶ୍ୱନାଥ, ବିଚିତ୍ରରାମାୟଣ

ବା ସମ୍ପାଦନା

ଡାହାଣ ଆଡ଼କୁ ଭଉଁରୀ ବୁଲୁଥିବା ଶଙ୍ଖ — ୧. A conch having its volute or spiral expanding towards the right hand side.

[ଦ୍ରଷ୍ଟବ୍ୟ — ସାଧାରଣତଃ ଶଙ୍ଖମାନ ବାମାବର୍ତ୍ତ ମାତ୍ର ଦକ୍ଷିଣାବର୍ତ୍ତ ଶଙ୍ଖ କ୍ୱଚିତ୍ ମିଳେ ହିନ୍ଦୁମାନଙ୍କର ବିଶ୍ୱାସ ଯେ ଯାହା ଘରେ ଦକ୍ଷିଣାବର୍ତ୍ତ ଶଙ୍ଖ ଥାଏ ତାହା ପ୍ରତି ଲକ୍ଷ୍ମୀ ପ୍ରସନ୍ନା ହୁଅନ୍ତି ]

୨. ଦାକ୍ଷିଣାତ୍ୟ —୨. The Deccan.