ଦଉରା ସୁପର୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦଉରା ସୋପର୍ଦ, ଦଉକରା ସମ୍ପର୍ଦଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

ଗୁରୁତର ଅପରାଧରେ ଅଭିଯୁକ୍ତ ବ୍ୟକ୍ତିକୁ ବିଚାର ନିମନ୍ତେ ମାଜିଷ୍ଟ୍ରେଟଙ୍କଦ୍ୱାରା ସେସନ୍ କୋଟକୁ ପ୍ରେରଣ —Commitment to Sessions.

[ ଦ୍ର—ନରହତ୍ୟାଦି ଗୁରୁତର ଅପରାଧମାନଙ୍କ ପାଇଁ ଦଣ୍ଡବିଧି ଆଇନରେ ଦୁଇବର୍ଷ ଊର୍ଦ୍ଧ୍ୱ କାରାବାସଠାରୁ ଦ୍ୱିପାନ୍ତର ଓ ଫାସୀ ପର୍ଯ୍ୟନ୍ତ ଦଣ୍ଡର ବିଧାନ ଅଛି ଯେଉଁ ଅପରାଧମାନଙ୍କ ପାଇ ଦୁଇ— ବର୍ଷରୁ କମ ଦଣ୍ଡ ବିଧାନ ଅଛି ସେମାନ ମାଜିଷ୍ଟ୍ରେଟଙ୍କଦ୍ୱାରା ବିଚାର କରାଯାଏ କିନ୍ତୁ ଗୁରୁତର ଅପରାଧମାନ ଦଉରାଜଜ୍ (ସେସନ୍ ଜଜ୍)

ବା ହାଇକୋଟଙ୍କଦ୍ୱାରା ବିଚାର କରାଯାଏ ଦଉରା କେଶ୍ରେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପ୍ରଥମେ ମୁଦେଇ ପକ୍ଷରୁ ସାକ୍ଷୀ ପ୍ରମାଣ ଗୃହୀତ ହୁଏ ଓ ଯେବେ ଆସାମୀ ଉକ୍ତ ଅପରାଧ କରିବାର ପ୍ରାଥମିକ ପ୍ରମାଣ (Prima facie evidence) ମିଳେ ତେବେ ମାଜିଷ୍ଟ୍ରେଟ୍ ଉକ୍ତ ଆସାମୀକୁ ଦଉରା ସୁରର୍ଦ (Commitment to the Sessions) କରନ୍ତି ଓ ଦଉରା ଜଜଙ୍କ ପାଖେ ମୁଦେଇ ତରଫରୁ ଉପସ୍ଥାପିତ ସାକ୍ଷୀ ଓ ପ୍ରମାଣ ଏବଂ ମୁଦାଲା ତରଫରୁ ଉପସ୍ଥାପିତ ସଫେଇ ସାକ୍ଷୀ ଓ ପ୍ରମାଣ ଗୃହୀତ ହେବାଦ୍ୱାରା ଦଉରା ବିଚାର କରାଯାଏ ଦଉରା ବିଚାରବେଳେ ଦଉରାଜଜ୍ଙ୍କୁ ସାହଯ୍ୟ ଓ ପରାମର୍ଶ ଦେବାପାଇଁ କେତେଜଣ ଆସେସର୍ ବା ଜୁରୀ ବସନ୍ତି ସେମାନେ ମୁଦେଇ ଓ ମୁଦାଲା ପକ୍ଷରୁ ଉପସ୍ଥାପିତ ପ୍ରମାଣମାନ ଶୁଣି ଆସାମୀ ଦୋଷୀ ବା ନିର୍ଦ୍ଦୋଷ ବୋଲି ମତ ଦିଅନ୍ତି ଆସେସର୍ ମାନଙ୍କ ମତ ଜଜ୍ ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି; କିନ୍ତୁ ଜୁରୀ— ମାନଙ୍କର ଘଟଣାଘଟିତ ପ୍ରମାଣ ବିଷୟକ ମତ ଗ୍ରହଣ କରିବାକୁ ଦଉରା ଜଜ୍ ବାଧ୍ୟ ଅଟନ୍ତି ଜୁରୀଙ୍କ ମର ସଙ୍ଗେ ଜଜଙ୍କ ମତ ନ ମିଳିଲେ ଜଜ୍ ଏହା ହାଇକୋଟକୁ ରିପୋଟ୍ କରନ୍ତି ଓ ହାଇ— କୋଟଙ୍କ ମୀମାଂସା ଏ କ୍ଷେତ୍ରରେ ଶେଷ ମୀମାଂସ ହୁଏ]